ଆମ ଜିଲା ଖବର

ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ

କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍‌କେସ୍‌ ରୁଜୁ କରିଛନ୍ତି। ଏଥିରେ ସେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନାଟମଣ୍ଡପ ମରାମତି ତୁରନ୍ତ ଆବଶ୍ୟକ ବୋଲି...

ଟି-ଶାର୍ଟ ପାଇଁ ଅଡ଼ୁଆରେ ଜିଲାପାଳ, ଏସ୍‌ପି

ବାରିପଦା,୧୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ‘ଆଦିରନ’ ମାରାଥନ କାର୍ଯ୍ୟକ୍ରମରେ ଟି-ଶାର୍ଟ ପିନ୍ଧି ଜିଲାର ଦୁଇ ପ୍ରଶାସନିକ ଅଧିକାରୀ ଅଡୁଆରେ ପଡ଼ିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ବି.ଗଙ୍ଗାଧର ପିନ୍ଧିଥିବା ଟି-ଶାର୍ଟରେ...

ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ପୁରୀ, ୧୨ା୯(ଅଜିତ ମହାନ୍ତି):କିଛି ମାସ ତଳେ ପୁରୀରୁ କୋଲକାତାକୁ ବନ୍ଦେ ଭାରତ ଏକ୍ସେପ୍ରେସ ଗଡ଼ିଥିଲା। ଖୁବଶୀଘ୍ର ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଶ୍ଚିମ ଓଡ଼ିିଶାକୁ ଗଡ଼ିବାକୁ ଯାଉଛି। ନୂଆବର୍ଷ ପୂର୍ବରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାକୁ...

ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ

ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ...

ଆଜି ପହଞ୍ଚିବେ ନାକ୍‌ ଟିମ୍‌

ବାଲେଶ୍ୱର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ (ନାକ୍‌) ପିୟର ଟିମ୍‌ ପହଞ୍ଚିବେ। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ତଥା ଶୈକ୍ଷିକ ଗୁଣବତ୍ତାକୁ ନାକ୍‌ ତରଫରୁ ଏକ ୬ ଜଣିଆ ପ୍ରତିନିଧି ଦଳ ମୂଲ୍ୟାୟନ...

୧୦ ବର୍ଷରେ ନଦୀ ଆଁକୁ ଗଲାଣି ୬୦ରୁ ଊର୍ଦ୍ଧ୍ୱ ଘର

କେନ୍ଦ୍ରାପଡ଼ା,୧୨ା୯ (ଜଗନ୍ନାଥ ଧଳ): ମହାନଦୀରେ ଗତ ଅଗଷ୍ଟରେ ବନ୍ୟା ଜଳ ଆସିଥିଲା। ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା। ବନ୍ୟା ଜଳ...

ଭିତରକନିକାରେ ଗତବର୍ଷଠାରୁ ଅଧିକ ୭,୭୯୭ ଦେଶୀୟ ପକ୍ଷୀ

ରାଜନଗର, ୧୨ା୯ (ଭାସ୍କର ରାଉତରାୟ): ପକ୍ଷୀ ବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୦୨୨ଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ...

ପାରାଦୀପ, କପିଳଯୋରରେ ମାଛ ମଡ଼କ

ପାରାଦୀପ,୧୨।୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାର୍ଶ୍ୱରେ ଥିବା କପିଳଯୋର, କଂସାରିପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନେଳିଆ...

ବିରଜାକ୍ଷେତ୍ରକୁ ନୂତନ ରେଳପଥ ଆଶା ଉଜ୍ଜ୍ୱଳ

ଯାଜପୁର,୧୨ା୯(ହର୍ଷବର୍ଦ୍ଧନ ବେହେରା): ଗତ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ବିରଜା ମନ୍ଦିର ନୂତନ ରେଳପଥ ନିର୍ମାଣ ଆଶା ଉଜ୍ଜ୍ୱଳ ହୋଇଛି। ସୋମବାର ରେଳ ମନ୍ତ୍ରଣାଳୟ...

ପ୍ରଭାତ ଦାଶଙ୍କୁ ସୁବେଦାର ମେଜର ସମ୍ମାନ

ଚଣ୍ଡିଖୋଲ,୧୨ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଦେଶ ପାଇଁ ତ୍ୟାଗ, କର୍ତ୍ତବ୍ୟ ଓ ଦୀର୍ଘ ୩୦ବର୍ଷ ସେବା ପାଇଁ ୧୬୬ ବାଟାଲିୟନ ଆସାମ ରାଇଫଲର କର୍ଣ୍ଣେଲ ମହେନ୍ଦ୍ର ସିଂହ କମାଣ୍ଡିଂ ଅଧିକାରୀ ପ୍ରଭାତ କୁମାର ଦାଶଙ୍କୁ ସୁବେଦାର ମେଜର ପଦରେ ବିଭାଗ ପକ୍ଷରୁ...

ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ନିର୍ମାଣରେ ଅନିଶ୍ଚିତତା

ରସୁଲପୁର,୧୨ା୯(ରଞ୍ଜିତ ରାଉତ): ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ରସୁଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କଲଣ ଠାରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ, ରୋଷଶାଳା, ଛାତ୍ରୀଛାତ୍ର ନିବାସ,...

ଛାତ୍ରୀଙ୍କୁ ଦୁର୍ବ୍ୟବହାର : ୮ କୋର୍ଟ ଚାଲାଣ

ଖଇରା,୧୨।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଟିଆଳପଦା କଲେଜର ୩ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟହାର ଏବଂ ତାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ଘଟାଇବା ଅଭିଯୋଗରେ ଖଇରା ପୋଲିସ ୮ଜଣଙ୍କୁ ସୋମବାର କୋର୍ଟ ଚାଲାଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri