ଆମ ଜିଲା ଖବର

ଡେଙ୍ଗୁରେ ଯବାନଙ୍କ ମୃତ୍ୟୁ

ଗୋପାଳପୁର,୯ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କଇଠାପଲ୍ଳୀ ଗ୍ରାମର ଯବାନ ନବକୃଷ୍ଣ ନାୟକ (୨୬) ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ନବକୃଷ୍ଣଙ୍କୁ ଜ୍ୱର ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ...

ମାଟି, ମୋରମ ଚୋରି ଅଭିଯୋଗ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗଞ୍ଜାମ ସହରର ବିଭିନ୍ନ ଓ୍ବାର୍ଡର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସାହିଗୁଡିକୁ ସଂଯୋଗ ଥିବl ବିଭିନ୍ନ ରାସ୍ତା ମରାମତି କାର୍ଯ୍ୟ ଜାରୀ ରହିଛି l ରାସ୍ତା ପାର୍ଶରୁ ମାଟି ଖୋଳା ଯାଇ ସେଠାରେ...

ନର୍ସିଂ ସଙ୍ଘର ପ୍ରତିବାଦ: ୧୭ରୁ ଇଞ୍ଜେକ୍‌ଶନ ବନ୍ଦ ଆନ୍ଦୋଳନ

କେସିଙ୍ଗା,୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ସଙ୍ଘ ୧୨ଦଫା ଦାବି ନେଇ କଳାବ୍ୟାଜ୍‌ ପରିଧାନ କରି ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନର୍ସମାନେ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ...

ଡାକ୍ତରଖାନାରେ ଗଳୁଛି ପାଣି, ନଷ୍ଟ ହେଉଛି ଔଷଧ

ଲାଠିକଟା,୯ା୯(ରାମେଶ୍ବର ଖାଡଙ୍ଗା): ସୁନ୍ଦରଗଡ଼ ଜିଲା ଲାଠିକଟା ପଶୁ ଡାକ୍ତରଖାନା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହା ଆଜବେଷ୍ଟ ଘର ହୋଇଥିବାରୁ ଚାରିଆଡେ ଫାଟି ଆଁ କରିଛି। ବର୍ଷାଦିନେ ପାଣି ଗଳିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେଉଛି। ଏଥିସହ...

ପ୍ରଥମରୁ କମ୍ପାନୀ ଆଳ, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କୃଷକଙ୍କ ପାଇଁ ରକ୍ଷା କବଚ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷରୁ ସାରା ଦେଶରେ ଏହାକୁ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି। ହେଲେ ନାନା ଆଳ ଦେଖାଇ ବୀମା କମ୍ପାନୀ...

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ବାରଙ୍ଗ,୯।୯: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି। ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ ଅଣାଯାଇଛି। ସେମାନେ ହେଲେ ଦୁଇଟି ହୁଲକ ଗିବନ, ଦୁଇଟି ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ ଓ ଗୋଟିଏ ହିମାଳୟାନ...

ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଚୋରି

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଘରର ଗ୍ରିଲ ଓ କବାଟ ଭାଙ୍ଗି ଝିଅ ବାହାଝର...

ନବଜାତ ଶିଶୁକନ୍ୟାକୁ ଶୌଚାଳୟରେ ଛାଡ଼ି ଚାଲିଗଲେ ମା’

ବଲାଙ୍ଗୀର,୯।୯: ମେଡିକାଲ ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ସୂଚନାଯୋଗ୍ୟ, ଶନିବାର ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା...

ପାନୀୟ ଜଳରୁ ବଞ୍ଚିତ ଗୋଛାବାଡ଼ି ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଝାଡ଼ଭୂମି ଗ୍ରାମ ପଞ୍ଚାୟତର ଗୋଛାବାଡି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ସକାଳେ ୨୧ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ...

କୁଳସମାଜରୁ ବାସନ୍ଦ, ପୋଲିସର ଅସଦ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୯ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ଥାନା ପୋଲିସ ଜଣେ ସାମାଜିକ ବାସନ୍ଦ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ କରିବା ବଦଳରେ ଅସଦ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ଦିବ୍ୟାଙ୍ଗ ଅଭିମନ୍ୟୁ...

ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ମୋରଡ଼ା,୯ା୯(ସ୍ମାରକ ମାଜୀ): କଥା କଟାକଟି ଓ ହୋହଲ୍ଲା ମଧ୍ୟରେ ମୋରଡ଼ା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବିଡିଓ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ସ୍ଥାନୀୟ...

ବିଜେଡିରେ ମିଶିଲେ ୧୦ କଂଗ୍ରେସ ପରିବାର

ରାଜନଗର, ୯।୯ (ଭାସ୍କର ରାଉତରାୟ) ରାଜନଗର ବିଜେଡିରେ ଏବେ ହଟଚମଟ ଜାରି ରହିଛି। ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀଙ୍କୁ ସଭାପତି ପଦରୁ ବରଖାସ୍ତ କରାଯିବା ପରେ ଦଳରେ କଂଗ୍ରେସ କର୍ମୀଙ୍କ ସାମିଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri