ଆମ ଜିଲା ଖବର

ବ୍ରାଉନସୁଗାର ସହ ଗଞ୍ଜେଇ ଜବତ: ବନ୍ଧା ହେଲେ ୩ ଅଭିଯୁକ୍ତ

ବ୍ରହ୍ମପୁର,୨୪।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଓ ସହରତଳି ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ବ୍ରାଉନସୁଗାର ବେପାରୀ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି। ଗୁରୁବାର ଅବକାରୀ ସଦର ରେଞ୍ଜ ଏବଂ ଭ୍ରାମ୍ୟମାଣ ବିଭାଗ ପକ୍ଷରୁ...

୨୪ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

ରାଇରଙ୍ଗପୁର,୨୪ା୮(ମାନସ ମହାନ୍ତି): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍‌.ଏମ୍‌.) ପକ୍ଷରୁ ଗୁରୁବାର ୨୪ ଘଣ୍ଟିଆ ମୟୂରଭଞ୍ଜ ଡାକରା କ୍ରମେ ଜେ.ଏମ୍‌.ଏମ୍‌. ଦଳୀୟ ବିଭିନ୍ନ କର୍ମକର୍ତ୍ତା ଏବଂ ଯୁବ ମହିଳା କର୍ମୀ ରାଇରଙ୍ଗପୁର ବନ୍ଦ ପାଳନ କରିଥିଲେ। ଏହି ବନ୍ଦ ପାଳନ ବିଭିନ୍ନ...

ବ୍ୟାନର ମାରି ମନ୍ତ୍ରୀ, ପୂର୍ବତନ ଏମ୍‌ପି, ବିଜେଡି ସଭାପତିଙ୍କୁ ଧମକ ଦେଲେ ମାଓବାଦୀ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ମାଓବାଦୀମାନେ ପ୍ରତିକ୍ରିୟା ରଖିଛନ୍ତି। ସେଥିପାଇଁ ବିଜେଡିର ତୁଙ୍ଗ ନେତା...

ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା ବଡ଼ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଛନ୍ତି। ଚାଳଧାର ପଟେ...

ହାତୀ ନେଲା ଦୁଇ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଲୋକେ

ଅନୁଗୋଳ,୨୪ା୮(ଅମିତ କୁମାର ସାମଲ): ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ଅନୁଗୋଳ ବନଖଣ୍ଡ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ ଝିଲି ମାଝି। ତେବେ ପ୍ରତିବାଦରେ ଅନୁଗୋଳ-ବନ୍ତଳା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି।...

ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ରାୟଗଡ଼ା...

ଗାଁ ଚାଷୀଙ୍କ ସାଥୀ ତାଳପତ୍ର ପଖିଆ

ଡେରାବିଶ,୨୪ା୮(ବେବେର୍ତ୍ତା ଅଜୟ ଦାସ)ବର୍ଷାଋତୁ ଆସିଲେ ଚାଷୀଙ୍କ ପାଇଁ ଆବଶ୍ୟକ ପଡେ ତାଳପତ୍ରର ପଖିଆ। ଆଧୁନିକତାର ଚାକଚକ୍ୟ ଭିତରେ ଏବେ ବି ବିଭିନ୍ନ ଗାଁରେ ପଖିଆର ଚାହିଦା ଅକ୍ଷୂର୍ଣ୍ଣ ରହିଛି। ଆଜିର ହାଇକେଟ୍‌ ଯୁଗ ତଥା ପ୍ଲାଷ୍ଟିକର ବହୁଳ ପ୍ରସାର ମଧ୍ୟରେ...

ବେଳାଭୂମି ଜଙ୍ଗଲରେ ଇଟା ପାଚେରି

ପାରାଦୀପ,୨୪।୮(ଶରତ ରାଉତ)ପାରାଦୀପ ଷଣ୍ଢକୁଦ ବସ୍ତିର ଅନତି ଦୂରରେ ବିସ୍ତୀର୍ଣ୍ଣ ବେଳାଭୂମି ସହ ଝାଉଁ ଜଙ୍ଗଲ ରହିଛି। ସେହି ଜଙ୍ଗଲ ମଝିରେ ଅଛି ବନ ବିଭାଗର ବିଟ୍‌ ହାଉସ। ତା’ଠାରୁ ୫୦୦ ମିଟର ଆଗକୁ ଗଲେ କେବଳ ଜଙ୍ଗଲ ଓ ବେଳାଭୂମି...

କ୍ଷମତା ମିଳୁଛି, ବେକାରି ବଢୁଛି

ଯାଜପୁର ଅଫିସ,୨୪ା୮ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ କ୍ରମଶଃ ବେକାରୀ ସମସ୍ୟା ଗ୍ରାସ କରିବାରେ ଲାଗିଛି ା ଶିଳ୍ପ କମ୍ପାନୀ ଅନୁପାତରେ ନିଯୁକ୍ତି ମିଳୁ ନାହିଁ ା ଶିଳ୍ପ ଓ ଖଣିଦ୍ୱାରା ଜିଲାର ବେକାରୀ ସମସ୍ୟାର ଦୂରୀକରଣ ହୋଇ ପାରିବ ବୋଲି...

ଚାଷରେ ବାଧକ ସାଜିଛି ବର୍ଷାଜଳ

ଡେରାବିଶ,୨୪ା୮(ବେବର୍ତା ଅଜୟ ଦାସ)ବର୍ଷାର ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀଙ୍କ ମନରେ ଆନନ୍ଦ ଦେଖାଦେଇଛି ା ମାତ୍ର ବିଲରେ ଧାନ ଫସଲ ରୁଆପୋତା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର...

ମହଗାଁରେ କିଡ୍‌ନୀ ରୋଗ ଆତଙ୍କ

ସିନାପାଲି,୨୪।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମପଞ୍ଚାତ ଅନ୍ତର୍ଗତ ମହଗାଁରେ କିଡ୍‌ନୀ ରୋଗ ବ୍ୟାପିଛି। ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ମେଡିକାଲ ଟିମ ଉକ୍ତ ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ...

ନିର୍ମାଣ ଅପେକ୍ଷାରେ ୫ ବର୍ଷ

କେନ୍ଦ୍ରାପଡା,୨୩୪୮(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ ା ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri