ପୁରୀ

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୧୩।୧୧: ଶ୍ରୀମନ୍ଦିର ୨ ଦିନ ବନ୍ଦ ରହିବ । ଆସନ୍ତା ରବିବାର ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ପୁରୀ ଉପଜିଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ସୋମବାର ପଞ୍ଚକ ଆରମ୍ଭ ଏବଂ ଲକ୍ଷ୍ମୀ ନାରାୟଣ ବେଶ ଥିବାରୁ...

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ

କୋଣାର୍କ, ୧୨ା୧୧(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜନ ହେବ। ଏଥିସହ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ୫ଦିନ...

ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ମନା

ପୁରୀ ଅଫିସ/ସାକ୍ଷୀଗୋପାଳ,୧୧।୧୧ (ସ୍ବ.ପ୍ର/ଡି.ଏନ୍‌.ଏ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ରାଧାପାଦ ଦର୍ଶନ ଉପରେ କଟକଣା ଜାରି ହୋଇଛି। ଆସନ୍ତା ୧୨ ଓ ୧୫ ତାରିଖରେ...

ଲୁହା ରଡ୍‌ ଧରି ଗୋଡ଼ାଇଲେ

ପୁରୀ ଅଫିସ,୯।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍‌ ଧରି ସୁରକ୍ଷା କର୍ମୀଙ୍କ ସମେତ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।...

ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ପ୍ରଭୁ ବଳଭଦ୍ର ବାମପାର୍ଶ୍ୱରେ କଳା ଓ ଡାହାଣ...

ବୋମାମାଡ଼ ପରେ ପୁରୁଷଶୂନ୍ୟ ଗାଁ : ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ବ୍ରହ୍ମଗିରି,୮।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିର ନାଥପୁରରେ ସିରିଜ ବୋମାମାଡ଼ ପରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି...

ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ

କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍‌.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ ୬ମାସ ତଳେ ଏକ ଛୋଟ ଘଟଣାକୁ ନେଇ ଏହି ଦଳିତ ଗୋଷ୍ଠୀ ସହ...

ବିବାଦ ସମାଧାନ ପାଇଁ ଚାଲିଥିଲା ବୈଠକ, ହେଲେ ଫୁଟିଲା ବୋମା

ବ୍ରହ୍ମଗିରି,୭।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ସାତପଡ଼ା ନାଥପୁରରେ ବୋମାମାଡ ହୋଇଛି । ଜମି ଜବରଦଖଲକୁ ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି...

ବ୍ୟଙ୍ଗ ସାହିତ୍ୟିକ ମୋହନ ଦାସ ରତିକାନ୍ତ ରାଓଙ୍କ ପରଲୋକ

ପୁରୀ ଅଫିସ,୭।୧୧: ଓଡ଼ିଶାର ସ୍ବନାମଧନ୍ୟ ବିଶିଷ୍ଟ ହାସ୍ୟ ବ୍ୟଙ୍ଗ ସାହିତ୍ୟିକ ମୋହନ ଦାସ ରତିକାନ୍ତ ରାଓ(୯୩)ଙ୍କ ଶୁକ୍ରବାର କୁଣ୍ଢେଇବେଣ୍ଟ ସାହିସ୍ଥିତ ପଞ୍ଚଚଉରା ନିକଟ ବାସଭବନରେ ପରଲୋକ ହୋଇଛି। ସେ ଜେଲ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବେ କାର୍ଯ୍ୟକରି ଅବସରଗ୍ରହଣ...

ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ ପୁରୀର ନାମ ଜଗନ୍ନାଥ ପୁରୀ ନାମରେ ନାମିତ କରାଯିବାକୁ ଦାବି କରି ସାଧୁସନ୍ଥ,...

ପୁରୀ ଧାମ, ମଠ ସଂସ୍କୃତିର ବିକାଶ କରାଯିବ: ଧର୍ମେନ୍ଦ୍ର

ପୁରୀ ଅଫିସ, ୬।୧୧: କେଦାରନାଥ ପୀଠରେ ଶୁକ୍ରବାର ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଅବସରରେ ପୁରୀରେ ମହୋଦଧି ପୂଜନ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥଠାରେ ଆୟୋଜିତ ଉତ୍ସବରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିବାବେଳେ...

ଶ୍ରୀମନ୍ଦିର ଚାରିପାଖେ ୧୪୪ ଧାରା

ପୁରୀ ଅଫିସ,୪।୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଦୀପାବଳିରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି ହୋଇଛି। ସେହିପରି ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱରେ ଜନସମାଗମ ନ ହେବା ପାଇଁ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ଭୋର ୪ଟାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri