ପୁରୀ

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ...

ବ୍ରହ୍ମଗିରି ଥାନା ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍‌ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ...

ଏବର୍ଷ ରଥଯାତ୍ରା ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ୍‌ ହୋଇଥିବା ଆବେଦନର ଶୁଣାଣି କରି...

ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍‌: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍‌ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌...

ପୁରୀରୁ ପୁଣି ୧୬କରୋନା ପଜିଟଭ୍‌ ଚିହ୍ନଟ: ଜିଲାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଅଫିସ,୧୮।୬: ପୁରୀ ଜିଲାରୁ ଗୁରୁବାର ପୁଣି ୧୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ଦ୍ବିଶତକ ପାର କରିଛି। ନୂଆ ଚିହ୍ନଟ ହୋଇଥିବା ୧୬ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ...

ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ ଗତ ୧୫ ତାରିଖରେ ମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ ସହିତ ଠାକୁରଙ୍କ ଫଟୋ...

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି। ଏଥିପାଇଁ ବିଭିନ୍ନ ଚେରମୂଳିରୁ ଶ୍ରୀଅଙ୍ଗ ସୁସ୍ଥ ଲାଗି ପଥି ପ୍ରସ୍ତୁତ...

ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ ପାର୍ଶ୍ୱ ଦେବୀଦେବଙ୍କୁ ଜଳଯନ୍ତ୍ରରେ ସେଟ୍‌ କରାଯାଇ ଶିଖର ଡମ୍ବରୁ ଫିଟିଂ କରାଯାଇଛି। ପ୍ରତିରଥରେ...

କଣ୍ଟେନମେଣ୍ଟ ଜୋନ୍‌ରେ ଜିଲାପାଳଙ୍କ ଅଫିସ

ପୁରୀ ଅଫିସ,୧୮ା୬: କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧ ଅଞ୍ଚଳ)ରେ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ। ପୁରୀ କୋର୍ଟ ପରିସରର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ପ୍ରଶାସନ ପକ୍ଷରୁ ତ୍ୱରିତ୍ୱ ପଦକ୍ଷେପ ନିଆଯାଇଛି। ପୁରୀ କୋର୍ଟ ସମେତ ଏହାର...

୧୪ ଦିନ କ୍ୱାରାଣ୍ଟାଇନରେ ୨୧ ପୋଲିସ କର୍ମଚାରୀ

କଣାସ,୧୮ା୬(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଞ୍ଚଳରେ ୨ଜଣ ଅଭିଯୁକ୍ତ ବୁଧବାର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା କଣାସ ଥାନାର ୧୦ଜଣ ଓ ଗଡ଼ିଶାଗୋଦା ଥାନାର ୧୧ଜଣ ପୋଲିସ କର୍ମଚାରୀଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରହିବାକୁ...

ଶହୀଦ ଯବାନଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ

ପୁରୀ ଅଫିସ, ୧୭।୬: ଲଦାଖ ସୀମାରେ ଭାରତ-ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ୨ ଓଡ଼ିଆଙ୍କ ସମେତ ୨୦ ଯବାନ ଶହୀଦ ହୋଇଛନ୍ତି। ଭାରତ ମାତାର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ...

କରୋନା ପାଇଁ ପୁରୀ କୋର୍ଟ ବନ୍ଦ

ପୁରୀ ଅଫିସ, ୧୭।୬: ପୁରୀ ଜିଲାରୁ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ କୋର୍ଟର ଜଣେ ଓକିଲ ଏବଂ ଜଣେ ମୋହରିର ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ପୁରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri