ପୁରୀ

୧୦୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଲୋକନାଥ

ପୁରୀ ଅଫିସ,୩ା୬: ଶ୍ରୀଲୋକନାଥ ମନ୍ଦିରରେ ମଙ୍ଗଳବାର ପ୍ରଭୁ ଶ୍ରୀଲୋକନାଥଙ୍କ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଲୋକନାଥ ୧୦୦୮ ଗରା ସୁବାସିିତ ଜଳରେ ସ୍ନାନ କରିଥିଲେ। ପରେ ଠାକୁରଙ୍କ ସପ୍ତ ମଙ୍ଗଳା ନୀତି ସମ୍ପନ୍ନ ହୋଇଥିଲା।...

ବଡ଼ଦାଣ୍ଡକୁ ବାହାରିବନି ବିମାନ

ପୁରୀ ଅଫିସ,୩ା୬: ରାଜ୍ୟରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ କୌଣସି ଧାର୍ମିକସ୍ଥଳକୁ ସର୍ବସାଧାରଣ ଯାଇପାରିବେ ନାହିଁ। ସେହିପରି ଧାର୍ମିକ ସମାବେଶ ଉପରେ...

ସିପିଆଇ ପକ୍ଷରୁ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨।୬(ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ ଓ କାଳବୈଶାଖୀ ପ୍ରଭାବରେ ନିମାପଡ଼ାରେ କୃଷି ଓ କୃଷକମାନଙ୍କ ବହୁଳ ଭାବେ କ୍ଷତି ଘଟିଛି। ଏଭଳି ପରିସ୍ଥିତିରେ କୃଷକମାନଙ୍କୁ ଅଣଦେଖା କରାଯିବା ପ୍ରତିବାଦରେ ସିପିଆଇ ନିମାପଡ଼ା ଜୋନାଲ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର...

ଅନ୍‌ଲାଇନରେ ସୁହାଉଛି ଗଣିତ ଶିକ୍ଷା: ଛାତ୍ରୀଛାତ୍ରଙ୍କ ପ୍ରିୟ ପାଲଟିଛନ୍ତି ଲଲାଟ ସାର୍‌

ଗୋପ,୨।୬(ଡି.ଏନ୍‌.ଏ.): କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅନଲାଇନ ମାଧ୍ୟମରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଗୋପ ବ୍ଲକ ଜଗନ୍ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ...

ସ୍ନାନଯାତ୍ରା ଲାଗି ବଡ଼ଦାଣ୍ଡରେ ୧୪୪ ଧାରା

ପୁରୀ ଅଫିସ,୨।୬: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। କରୋନା ଲାଗି ଏଥର ବିଭିନ୍ନ କଟକଣା ମଧ୍ୟରେ ମହାପ୍ରଭୁ ସ୍ନାନମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ । ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏଥିପାଥଇଁ ବଡ଼ ଦାଣ୍ଡର ମାର୍କେଟ...

ସ୍ନାନଯାତ୍ରାର ସିଧା ପ୍ରସାରଣ: ସ୍ଥିତି ପରଖିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ

ପୁରୀ ଅଫିସ, ୨।୬:ଆସନ୍ତା ୫ ତାରିଖରେ ସ୍ନାନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋର୍‌ଦାର ପ୍ରସ୍ତୁତି ଚାଲିଛି। କରୋନା ପାଇଁ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ସ୍ନାନଯାତ୍ରାକୁ ଟିଭି ମାଧ୍ୟମରେ...

ପୁରୀରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଛୁଇଁଲା

ପୁରୀ ଅଫିସ,୨।୬: ପୁରୀ ଜିଲାରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି...

ସ୍ନାନଯାତ୍ରା ଦର୍ଶନ ପାଇଁ ଜଗଦ୍‌ଗୁରୁଙ୍କୁ ନିମନ୍ତ୍ରଣ

ପୁରୀ ଅଫିସ,୧ା୬:ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ପୀଠକୁ ଭକ୍ତମାନେ ଯାଇପାରିବେ ନାହିଁ। କୌଣସି ଧାର୍ମିକ ସମାବେଶ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନୂଆ ଗାଇଡ୍‌ଲାଇନ ପରେ ୩ ତାରିଖରେ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ଚମ୍ପକ ଦ୍ୱାଦଶୀ...

ଫନୀ କ୍ଷତିଗ୍ରସ୍ତଙ୍କ ଜୋରଦାର ଆନ୍ଦୋଳନ: ଆତ୍ମାହୁତି ଧମକକୁ ନେଇ ପ୍ରଶାସନ ସଜାଗ

ସାକ୍ଷୀଗୋପାଳ,୧।୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ମିଳିନି ସରକାରୀ ସହାୟତା। ଏ ନେଇ ୭ ଦଫା ଦାବିରେ ଗତ ସପ୍ତାହ ବ୍ୟାପୀ ସାକ୍ଷୀଗୋପାଳ ଓଭରବ୍ରିଜ୍‌ ତଳେ ଧାରଣାଦେଇ ବସି ରହିଥିବା ଶତାଧିକ ମହିଳା ଓ ପୁରୁଷ ସୋମବାର ଆନ୍ଦୋଳନକୁ...

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏକ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍‌ଆଇ ସୁପରିଟେଣ୍ଡଣ୍ଟଙ୍କୁ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ପ୍ରଥମେ ସ୍ନାନ ମଣ୍ଡପ ବୁଲିଥିଲେ।...

ପୁରୀରେ ଆଉ ୪ କରୋନା ରୋଗୀ ଚିହ୍ନଟ: ୯୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ପୁରୀ ଅଫିସ,୩୧।୫: ପୁରୀ ଜିଲାରୁ ପୁଣି ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏଥିମଧ୍ୟରୁ...

ରଥଯାତ୍ରା ହେଲେ…ବଡ଼ଦାଣ୍ଡରୁ ଖାଲି ହେବ ହୋଟେଲ, ଲଜ୍‌; କାହା ଘରକୁ ଆସିବେନି ବନ୍ଧୁବାନ୍ଧବ

ପୁରୀ ଅଫିସ,୩୧।୫: ମହାମାରୀ କରୋନାର ପ୍ରଭାବ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଉପରେ ପଡିଛି। ବିଧି ରକ୍ଷା ପାଇଁ ସ୍ନାନଯାତ୍ରା ଶ୍ରୀମନ୍ଦିର ଭିତରେ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ମେଘନାଦ ପାଚେରି ଭିତରେ ହୋଇଛି। ଏବେ ମହାପ୍ରଭୁଙ୍କ ପ୍ରମୁଖ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri