ପୁରୀ

କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି ଯୋଗୁ ଆର୍‌ବିଆଇ ଏଭଳି ପଦକ୍ଷେପ ନେଇଛି। ୟେସ୍‌ ବ୍ୟାଙ୍କର ଏପରି ସ୍ଥିିିତି ଯୋଗୁ...

ଚିଲିକାରେ ବେଆଇନ ଘେରି ଉଚ୍ଛେଦ: ପ୍ରଥମ ଦିନରେ ୫୦୦ ଏକର

କୃଷ୍ଣପ୍ରସାଦ,୭ା୩(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ତଳଚତରା ଉପରଚତରା ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଶନିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦୦ ଏକର ଉଚ୍ଛେଦ କରାଯାଇଥିବା ବେଳେ ଏହା ଚିଲିକାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସୂଚନା...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ଭିଜିଲାନ୍ସରେ ଅଭିଯୋଗ କଲେ ଜଗନ୍ନାଥ ସେନା

ପୁରୀ ଅଫିସ,୭।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ବ୍ୟାଙ୍କରେ ଜମା ରଖାଯିବାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଶନିବାର ସେନା ପକ୍ଷରୁ ପୁରୀ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ(ଭିଜିଲାନ୍ସ ଅଫିସର)ରେ ଅଭିଯୋଗ କରାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌ ସାକ୍ଷୀଗୋପାଳ, ୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ ଛବି ନାରାୟଣ ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଶନିବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ...

ଝଲସିବ ଜୀବରାମ ପଲ୍ଲୀ

ପୁରୀ ଅଫିସ,୭ା୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅନେକ ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ...

‘ପ୍ରଦୀପ୍ତଙ୍କୁ ମିଥ୍ୟା ମକଦ୍ଦମାରେ ଫସାଯାଇଛି’

ପୁରୀ ଅଫିସ,୭ା୩: ପାରା ଗୁଳିକାଣ୍ଡରେ ମାଟିଆପଡ଼ା ସିଦ୍ଧମହାବୀର ରେଲୱେ ଓଭରବ୍ରିଜ କ୍ଷତିଗ୍ରସ୍ତ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ୍ତ କୁମାର ନାୟକଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି ବୋଲି କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରେଲ...

କାକଟପୁର ବ୍ଲକ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

କାକଟପୁର,୭ା୩(ଡି.ଏନ.ଏ.): କାକଟପୁର ବ୍ଲକ ବିଡିଓ ଓ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସଗୁଡିକ ଭୂତକୋଠି ପାଲଟିଯାଇଛି। ଦୀର୍ଘବର୍ଷ ଧରି ଏହି କ୍ୱାର୍ଟର୍ସଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ କ୍ୱାର୍ଟର୍ସଗୁଡିକ ନଷ୍ଟ ହେବାକୁ ବସିଥିବା ବେଳେ ଏଥିପ୍ରତି...

ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ରବିଶଙ୍କର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି...

ବୈଠକ ବେଳେ ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମଗିରି,୭ା୩(ଡି.ଏନ୍‌.ଏ.): ବ୍ରହ୍ମଗିରି ଅତିରିକ୍ତ ତହସିଲଦାରଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଶୁକ୍ରବାର ଏକ ବୈଠକ ଚାଲୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତହସିଲଦାର କିଶୋର କୁମାର ପଣ୍ଡାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତହସିଲଦାର ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରହ୍ମଗିରି ଥାନା ପୋଲିସ ତଦନ୍ତ...

ହନ୍ତୁକ ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ, ୬।୩: ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଜାୟତ ଅଫିସରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୂର୍ବରୁ ବିଭିନ୍ନ ଯୋଜନାରେ ଆସିଥିବା ୧୩ ଲକ୍ଷ ୭୪ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ...

ଅସ୍ତରଙ୍ଗ ବେଳାଭୂମିରେ ଲାଗିଛି ୪୮ ଫୁଟ ତିମିର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

ଅସ୍ତରଙ୍ଗ,୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବେଳାଭୂମି ଗୁଣ୍ଡଳବା ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଟିମ୍‌ ପହଞ୍ଚି ମୃତ ତିମି ସମ୍ପର୍କରେ ଅନୁସନ୍ଧାନ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri