ପୁରୀ

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍‌ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ...

ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି ସେମାନେ ପୂର୍ବରୁ ତହସିଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଗ୍ରହଣ କରି...

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ମଙ୍ଗଳବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଥିବା ଦକ୍ଷିଣ ପାର୍ଶ୍ୱ ମଠର...

ଏସୀୟ ରାଷ୍ଟ୍ରରେ ହେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାର

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି...

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌...

ପର୍ଯ୍ୟଟକଙ୍କୁ ଚାପିଦେଲା ବସ୍‌: ଜଣେ ମୃତ, ୧ ଗୁରୁତର

ବ୍ରହ୍ମଗିରି, ୨୦।୧(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କରମଳାସ୍ଥିତ ଅଭିରାମ ପରମହଂସ ଆଶ୍ରମ ନିକଟରେ ସୋମବାର ୨ ଜଣ ମହିଳା ପର୍ଯ୍ୟଟକଙ୍କୁ ବସ୍‌ ଚାପି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ...

ଏସ୍‌ସିଏସ୍‌ କଲେଜରେ ଉତ୍ତେଜନା

ପୁରୀ ଅଫିସ,୨୦।୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସମସ୍ତ ବିଷୟରେ ୩୩ ପ୍ରତିଶତ ପାସ୍‌ହାର ନିଷ୍ପତ୍ତିକୁ ଏସ୍‌ଇଏସ୍‌ କଲେଜ(ଏ) ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଛନ୍ତି। ଏନେଇ...

ତବଲା, ପଖଜରେ ଚଳୁଛି ୫ ଜୀବନ

ଗୋପ,୨୦।୧(ଡ଼ି.ଏନ୍‌.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ ନିଜର ବୃତ୍ତିକୁ ଦୀର୍ଘ ୪୦ ବର୍ଷ ଧରି ଛାଡ଼ିପାରିନାହାନ୍ତି ଗୋପ ବ୍ଲକ୍‌ ଅଧୀନ...

ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ ସଂଗ୍ରହାଳୟ ଖୋଲାଯିବାକୁ ବର୍ଷେ ବିତିଯାଇଛି। କିନ୍ତୁ ଏବେ ବି ଏଠାକୁ ପର୍ଯ୍ୟଟକଙ୍କ ଆଗମନ...

ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର, ଆଞ୍ଚଳିକ ମୋଟରବୋଟ ସଂଘର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି ଗଣନା...

ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି। ରୋଗୀ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri