ପୁରୀ

ପହିଲି କାର୍ତ୍ତିକ ଅବସରରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼

କୋଣାର୍କ, ୧୫ା୧୦(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପହିଲି କାର୍ତ୍ତିକ ଅବସରରେ ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକମାସ ଅବସରରେ ମାସ ବ୍ୟାପି ବ୍ରତ ପାଳନ ଓ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା କରିବା ପାଇଁ ଚନ୍ଦ୍ରଭାଗାସ୍ଥିତ ଦରିଆ ମହାବୀର ମନ୍ଦିର ଓ ଛୋଟାରାମ ମଠରେ...

ଶ୍ରୀକ୍ଷେତ୍ରରେ ୬ହଜାର ହବିଷିଆଳିଙ୍କ ସମାଗମ

ପୁରୀ ଅଫିସ, ୧୫ା୧୦: ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ପୂଣ୍ୟ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପୁରୀରେ ରହି କାର୍ତ୍ତିକ ବ୍ରତ ପାଳିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ହବିଷିଆଳିମାନେ ପହଞ୍ଚତ୍ଛନ୍ତି। ଏଠାରେ...

ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର

ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି...

ପୋଲିସ ପରିଚୟଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ପୁରୀ ଅଫିସ,୧୪।୧୦: ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ସୁନାଅଳଙ୍କାର ଲୁଟି ନେଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ କୁମୁଟି...

ଭୁଶୁଡ଼ିଲା ଘର କାନ୍ଥ : ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ମା’ପୁଅ

ନିମାପଡ଼ା,୧୪ା୧୦(ଡି.ଏନ୍‌.ଏ.):ନିମାପଡ଼ା ଏନ୍‌ଏସି ଅଫିସର ୩ଶହ ମିଟର ଦୂରରେ ଥିବା ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦିବ୍ୟାଙ୍ଗ ମା’ପୁଅ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରେ...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ ଅଫିସ,୧୪।୧୦: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷିଆଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ...

ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ଯୁଗ୍ମ ସଚିବ

ପୁରୀ ଅଫିସ,୧୩।୧୦: ରବିବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ଯୁଗ୍ମ ସଚିବ କାମିନୀ ଷଡ଼ଙ୍ଗୀ। ତାଙ୍କ ସହିତ ଓଡିଶା ମେଡିକାଲ ସର୍ଭିସ ନିର୍ଦ୍ଦେଶକ ରୁପା ରୋଶନ ସାହୁ, ଜିଲାପାଳ ବଲୱନ୍ତ ସିଂ ମଧ୍ୟ ବିଭିନ୍ନ...

ବୀରବଳଭଦ୍ରପୁର ଗୋପୀନାଥ ଦେବ ମନ୍ଦିରରୁ ଚୋରି ମୂର୍ତ୍ତି ଫୋପାଡିଲେ, ଅଳଙ୍କାର ନେଇଗଲେ

ପୁରୀ ଅଫିସ, ୧୩।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ବୀରବଳଭଦ୍ରପୁର ଗ୍ରାମର ଗୋପୀନାଥ ଦେବଙ୍କ ମନ୍ଦିରରୁ ଶନିବାର ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଏବଂ ଦାନ ବାକ୍ସରୁ ଟଙ୍କା, ସୁନା ଅଲଙ୍କାର ଚୋରି ହୋଇଛି। ଏନେଇ ବୀରବଳଭଦ୍ରପୁର...

ବଡ଼ୁ ସୁଆର ନିଯୋଗ ନିର୍ବାଚନ ବିଶ୍ୱନାଥ ସଭାପତି, ଅନନ୍ତ ସମ୍ପାଦକ

ପୁରୀ ଅଫିସ, ୧୩।୧୦: ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗର କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ବିଶ୍ୱନାଥ ସାମନ୍ତରା ସଭାପତି, ଅନନ୍ତ ତିଆଡ଼ି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ସାମନ୍ତରା କୋଷାଧ୍ୟକ୍ଷ...

ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି...

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କ ଯୋଗୁ...

ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ନୀତି ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri