ପୁରୀ

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି। ଘରେ ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଆଣି ରାସ୍ତାକଡ଼ରେ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ ପିପିଲି ନିମାପଡ଼ା ଛକର ସ୍ବର୍ଗତ ମହେଶ୍ୱର ବେହେରାଙ୍କ ଝିଅ ଇପ୍‌ସିତା ବେହେରା(୨୬)। ସେ...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା ସହ ଲେଜର ସ୍କାନିଂ କରି ଫେରିଛନ୍ତି। ରତ୍ନଭଣ୍ଡାର ତଦାରଖ କରି ଫେରିବା ପରେ...

ଆହୁରି ଫିଟିବ ରହସ୍ୟ, ରତ୍ନଭଣ୍ଡାରରେ ପହଞ୍ଚିଲେ…

ଭୁବନେଶ୍ୱର,୧୮।୯: ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ। ସୁଡ଼ଙ୍ଗ ଖୋଜିବେ ବିଶେଷଜ୍ଞ ଟିମ। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ କରିବ ଟିମ୍‌। ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ହେବ ତଦାରଖ। ଏନେଇ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ...

ଆଜି ଖୋଲିପାରେ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ, କୋଠରି ରହସ୍ୟ

ପୁରୀ,୧୮ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ବୁଧବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏଏସ୍‌ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ ହେବ।...

ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ବୋମାମାଡ଼

ପୁରୀ,୧୭।୯: ପୁରୀ ବଳିଆପଣ୍ଡା ଥାନା ନାଲିପଡ଼ିଆ ଅଞ୍ଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କେତେକ ଦୁର୍ବୃତ୍ତଙ୍କ ମାରଣାସ୍ତ୍ରରେ ବାପା-ପୁଅଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ବାପା, ପୁଅଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ ଅର୍ଜିତ ୧୨ ହଜାର ଟଙ୍କା। ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଢ଼ଳେଶର...

ଗଜପତିଙ୍କ ୬୮ ଅଙ୍କ, ୧୪୩୨ ସାଲ ଆରମ୍ଭ

ପୁରୀ,୧୬ା୯(ଅଜିତ୍‌ କୁମାର ମହାନ୍ତି): ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୭ଅଙ୍କ ଶେଷ ହୋଇଥିବାବେଳେ ରବିବାର ସୁନିଆଠାରୁ ୬୮ ଅଙ୍କ...

ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି

ସାକ୍ଷୀଗୋପାଳ,୧୪।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଶାସନ ବଡ଼ପୋଖରୀରୁ ଶନିବାର ଦେଢଫୁଟ ଉଚ୍ଚ ଏବଂ ପ୍ରାୟ ୩ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ଏକ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି।   ପୋଖରୀରେ ଗାଧୋଇବା...

ଆସନ୍ତାକାଲି ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ,୧୪।୯: ଆସନ୍ତାକାଲି ଅର୍ଥାତ୍‌ ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍‌ଥାପନ,...

ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

କୃଷ୍ଣପ୍ରସାଦ,୧୪।୯: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ଚିଲିକା ମଝିରେ ପୁଣି ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍‌ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍‌ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍‌...

‘ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ’

ଅସ୍ତରଙ୍ଗ(ପ୍ରଦୀପ୍ତ କୁମାର ଦୀକ୍ଷିତ/ ମମତା ଜେନା), ୧୪ା୯: ପୁରୀ ଜିଲା ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରୁବେଳେ ଏହି ଆନ୍ଦୋଳନକୁ ପରିବେଶବିତ୍‌ ଓ ଛାତ୍ରୀଛାତ୍ର ସମର୍ଥନ ଜଣାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri