ସମ୍ବଲପୁର

ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମଖଲୁ ଏକ୍କା ୧୩୮୯ ଓ କଂଗ୍ରେସର...

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ

ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୭୩୦୫ ଖଣ୍ଡ ଭୋଟ ପାଇଛନ୍ତି।

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା ମିଳିଛି।

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୬୭୨୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୫୯୪୦ ଭୋଟ ପାଇଛନ୍ତି।

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀ ୬୮୦୮ ଭୋଟ ପାଇଛନ୍ତି।

ବୀରମହାରାଜପୁରରୁ ପଦ୍ମନାଭ ବେହେରା ପଛୁଆ

ବୀରମହାରାଜପୁର,୨୩।୫: ବୀରମହାରାଜପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ପଛରେ ପଡ଼ିଛନ୍ତି। ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମନାଭ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ରଘୁନାଥ ଜଗଦେବଙ୍କଠାରୁ ୨୫୦୦ ଖଣ୍ଡ ଭୋଟରେ ପଛୁଆ ଥିବା ସୂଚନା ମିଳିଛି।

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅଶୋକ ପୂଜାରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ ଭାଜପାର ମନୋଜ କୁମାର ମେହେର ୨୪୧୨ ଭୋଟ ପାଇଛନ୍ତି।

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଯୋଗେଶ ସିଂ ୬୮୫୦ ଭୋଟ ପାଇଛନ୍ତି। କଂଗ୍ରେସର...

୭ମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେଡି ଆଗୁଆ

ନୂଆପଡ଼ା,୨୩।୫: ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୪୫୯୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝି ୧୧୮୮୫ ଭୋଟ ପାଇଛନ୍ତି।

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୧୫୪୨୧ ଭୋଟ ପାଇଛନ୍ତି।

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri