ସମ୍ବଲପୁର

ଭିମ୍‌ସାରରେ ୧୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୭ା୬ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ମିଳିଥିବା ରିପୋର୍ଟ ମୁତାବକ, ଭିମ୍‌ସାରରେ ୧୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀ ସଂଖ୍ୟା ବୃଦ୍ଧିକୁ...

ଭୀମସାରରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା (ଭୀମସାର)ରେ ଜଣେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି। ଭୀମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ, ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସର ଲକ୍ଷଣଥିଲା। ସେ ୫-୬ ଦିନ ତଳେ ଡାକ୍ତରଖାନାରେ...

ପଶ୍ଚିମ ଓଡ଼ିଶାରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ ପ୍ଲାଣ୍ଟ

ସମ୍ବଲପୁର,୨୨ା୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ (ଫର୍ଟିଫାଏଡ୍‌ ରାଇସ୍‌ କେର୍‌ନେଲ) ପ୍ଲାଣ୍ଟ ସ୍ଥାପନ ହେବ। ଏହା ରାଜ୍ୟରେ ପ୍ରଥମ। ଏହି ପ୍ଲାଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏ ନେଇ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ...

ଭିମ୍‌ସାରରେ ୩ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ...

ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ

ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡ଼ା ଶ୍ରୀ ଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ...

ଶ୍ମଶାନରୁ ଫେରି ପୁଣି ଚିକିତ୍ସିତ ହେଲେ ଯୁବକ

ସମ୍ବଲପୁର,୧୨ା୫ (ବ୍ୟୁରୋ): ମଙ୍ଗଳବାର ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମୃତ ଘୋଷଣା ପରେ ଶ୍ମଶାନକୁ ନିଆଯାଇଥିଲା। ହେଲେ ସେଠାରେ ପରିବାର ବର୍ଗ ଜୀବିତ ଜାଣିବା ପରେ ପୁଣି ଭିମ୍‌ସାରକୁ ଚିକିତ୍ସା ପାଇଁ ଆଣିଥିଲେ।...

ଆଇପିଏଲ୍‌ ବେଟିଂରେ ପୋଲିସର ସେଟିଂ

ସମ୍ବଲପୁର,୧।୫(ବ୍ୟୁରୋ): ପ୍ରାୟ ୬୦ ଦିନିଆ ଆଇପିଏଲ୍‌ ମ୍ୟାଚରେ ଦେଶ ତଥା ଦେଶ ବାହାରେ ବେଟିଂ ଚାଲୁଛି। ସମ୍ବଲପୁର ଜିଲାରେ ମଧ୍ୟ ପ୍ରତିଦିନ ପ୍ରାୟ ୨ କୋଟି ଟଙ୍କା କାରବାର ହେଉଥିବା ଜଣାପଡିଛି। ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେଉଥିବାରୁ ସହର...

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗ...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ: ମାନସିକ ଚାପ ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କଲେ କର୍ମଚାରୀ

ସମ୍ବଲପୁର,୨୦।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଦୀନବନ୍ଧୁ। ମଙ୍ଗଳବାର ସକାଳେ କର୍ମଚାରୀଜଣଙ୍କ ହଠାତ ନିଜ ଦେହରେ ପେଟ୍ରୋଲ ଢାଳି...

ଶଟ୍‌ଡାଉନ ଶେଷ ହେବା ପରେ ବଜାରରେ ଜନଗହଳି

ସମ୍ବଲପୁର,୧୯ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୫ଟାରେ ଶଟ୍‌ଡାଉନ ଅବଧି ଶେଷ ହେବା ପରେ ସମ୍ବଲପୁର ସହରର ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୋକାନ ବଜାରରେ ଭିଡ...

ଶିକାର କରି ଭୟରେ ଖାଇ ପାରିଲେନି ମାଂସ

ନାକଟିଦେଉଳ,୧୭ା୪: ନାକଟିଦେଉଳ ବନାଞ୍ଚଳ ଅଧୀନ ମୁଷାକାନୀ ଗ୍ରାମରୁ ଶନିବାର ଏକ ହରିଣର ମୃତଦେହ ଜବତ ହୋଇଛି। ସକାଳେ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ହରିଣ ପଡ଼ିଥିବା ଦେଖି ନାକଟିଦେଉଳ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ଅନ୍ୟ କର୍ମଚାରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri