ସମ୍ବଲପୁର

ବଡ଼ଭାଇ ପରିବାରକୁ ମୂଳପୋଛ ଉଦ୍ୟମ

ବାମରା,୧୨।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ୍‌ ବାଉଁଶଲଗା ପଞ୍ଚାୟତ ତାଳଡ଼ିହି ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ବଡ଼ଭାଇ, ଭାଉଜ ଓ ପୁତୁରାକୁ ଆକ୍ରମଣ କରିବା ପରେ ଘରପାଖ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଖାନା ଟାଙ୍କିରେ...

ନୂଆଁଖାଇ ପାଇଁ ସମ୍ବଲପୁରରେ ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା: ୩ ଦିନ ପାଇଁ ନିୟମ ବାତିଲ

ସମ୍ବଲପୁର,୧୧।୮(ବ୍ୟୁରୋ): ବଦଳିଲା ଶଟ୍‌ଡାଉନ୍‌ ନିୟମ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଏବଂ ଅଗଷ୍ଟ ୨୩ ନୂଆଁଖାଇରେ ଶଟ୍‌ଡାଉନ୍‌ ହେବନାହିଁ ସମ୍ବଲପୁର। ଏହାକୁ ନେଇ ୩ ଦିନ ଅଗଷ୍ଟ ୧୫,୨୨ ଓ ୨୩ ତାରିଖରେ ଶଟ୍‌ଡାଉନ୍‌ କଟକଣାକୁ ବାତିଲ କରାଯାଇଛି। ଏହା...

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୯ା୮(ବ୍ୟୁରୋ)-ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ସନ୍ଧ୍ୟା ସୁଦ୍ଧା ୬୦୮.୫୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୪୯ ହଜାର ୪୬୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଡାହାଣ ପାର୍ଶ୍ୱର ୩ଟି ଓ ବାମ ପାର୍ଶ୍ୱର...

ଜୁନ୍‌ରେ ବଢ଼ିଲା, ଜୁଲାଇରେ କମିଲା

ସମ୍ବଲପୁର, ୪। ୮(ବ୍ୟୁରୋ) ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲେ ମଧ୍ୟ ଧୋକା ଦେଇଛି। ଓଡ଼ିଶାର ବିଭିନ୍ନ ଜିଲାରେ ଅଦ୍ୟାବଧି ବର୍ଷା ପରିମାଣ ସ୍ବାଭାବିକ ହୋଇନାହିଁ। ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇ ନ...

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ବଞ୍ଚାଛନ୍ତି। ରେଢାଖୋଲ ବ୍ଲକ୍‌ ରେଙ୍ଗାଲି ପଞ୍ଚାୟତ କସଣ୍ଡା ଗ୍ରାମର ନିରଞ୍ଜନ ମିର୍ଦ୍ଧାଙ୍କ...

ବିଧାୟକ-ପୋଲିସ ମୁହାଁମୁହିଁ

ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ...

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର ଭୂମି ଓ ଜଳ ଅଯୋଧ୍ୟାକୁ ଯିବ। ଏହି କ୍ରମରେ ସମ୍ବଲପୁର ବିଶ୍ୱହିନ୍ଦୁ ପରିଷଦ...

ଭିମ୍‌ସାର ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ

ସମ୍ବଲପୁର,୨୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଦୋନ୍ନତିର ମାତ୍ର ଦିନକ ପରେ ସେହି...

ସଜେଇ ହେଉଛି ରାନୀ ବଖରୀ

ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ଟି ସୁସଜ୍ଜିତ କୋଠରି ଓ ଗୋଟିଏ...

ସମ୍ବଲପୁରର ଏହି ଗାଁର ନାଁ ହେଲା ‘ରଙ୍ଗବତୀ’

ଭୁବନେଶ୍ୱର,୨୨।୭(ବ୍ୟୁରୋ): ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲେ ଗାଁ। ସମ୍ବଲପୁର ଜିଲା ବାମରା ବ୍ଲକର ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ଗାଁ ନାମରେ ନାମିତ କରାଯାଇଛି। ଏନେଇ ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ଜୁଲାଇ ୩୧ ଯାଏ ସମ୍ବଲପୁର ଶଟ୍‌ଡାଉନ୍‌

ସମ୍ବଲପୁର, ୨୧।୭(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲାକୁ ୧୦ ଦିନ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ। ବୁଧବାରଠାରୁ ଜୁଲାଇ ୩୧ ଯାଏ ଏହି ସଟ୍‌ଡାଉନ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ ଲାଗୁ ହେବ। ୨୨ରୁ ୨୫...

ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ

ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲାପାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri