ସୁନ୍ଦରଗଡ଼

୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ : ଜିଲାପାଳଙ୍କୁ କୈଫିୟତ ତଲବ, ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼,୧୩।୧୦(ଡି.ଏନ୍‌.ଏ.) : ମୋ’ ସରକାର କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ କେ ଭି ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ରୋଗୀମାନଙ୍କୁ ଠିକ୍‌...

ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗ: ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼/ଭୁବନେଶ୍ୱର,୧୩।୧୦(ଡି.ଏନ୍‌.ଏ./ବ୍ୟୁରୋ): ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ରବିବାର ନିଲମ୍ବନ କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ତାଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ସୁନ୍ଦରଗଡ଼ ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ସ୍ପଷ୍ଟୀକରଣ ରଖିଲେ ଜିଲାପାଳ

ସୁନ୍ଦରଗଡ଼,୧୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲାଞ୍ଚ ମଗାଯାଉଛି। ଏହା ମାଧ୍ୟମରେ ଦାମୀ ଉପହାର, ମୋବାଇଲ ଦେବାକୁ କୁହାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଜିଲାପାଳ। ପ୍ରାପ୍ତ...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଖଇରୁ ନାୟକ ଓରଫ ନିଳାଦ୍ରୀ(୬୫)। ସେ...

ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଦୁର୍ବ୍ୟବହାର, ଟଙ୍କା ମାଗିବା ନେଇ ଅଭିଯୋଗ ହୋଇଛି। ସୋମବାର ସହର ସେବା ବିଭାଗ...

କୁତ୍ରା ବ୍ଲକରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କୁରୁଞ୍ଜାଠାରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଅପରାହ୍ନରେ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିି ନାହିଁ। ସୂଚନାଯୋଗ୍ୟ, ଉକ୍ତ ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲିଆସିଥିଲେ।...

କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ: ରାଉରକେଲା-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲି ଆସିଥିଲେ। ରବିବାର ହାତୀପଲକୁ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ ଓ୍ବେର ଗଙ୍ଗାଜଳ...

ଶ୍ରୀଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ଲୋକ ମହୋତ୍ସବ

ବଣାଇ, ୨୭ା୯(ସ୍ବ.ପ୍ର.) : ସ୍ଥାନୀୟ ରାଜା ଧରଣୀଧର ଖେଳ ପଡିଆ ଠାରେ ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ନବମ ଲୋକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇ ଉପଖଣ୍ଡର ୪ଟି ବ୍ଲକରୁ ୫ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ...

୪୮୦ ବସ୍ତା ୟୁରିଆ ସାର ବାଟରୁ ଉଭାନ ଧରାପଡିଲା

ବଡ଼ଗାଁ, ୨୫।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମସ୍ଥିତ ସମବାୟ ସମିତି (ଲ୍ୟାମ୍ପ୍ସ)ର କର୍ମଚାରୀମାନେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଘଟଣା ଗୋଟିଏ ପରେ ଗୋଟିଏ ଲୋକ ଲୋଚନକୁ ଆସୁଛି। ଭୂତ...

ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲର ପ୍ରବେଶପଥ ଠାରୁ ଆରମ୍ଭ କରି ରୋଷେଇଶାଳ, ବଗିଚା ଇତ୍ୟାଦି...

ସରପଗଡ ଡ୍ୟାମ୍‌ରେ ୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସିତ

ଲେଫ୍ରିପଡା,୧୨।୯(ଡି.ଏନ.ଏ) -ଲଘୁଚାପଜନିତ ବର୍ଷାରେ ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସରପଗଡ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଛି। ଫଳରେ ଗୁରୁବାର ସକାଳେ ଦୁଇଗୋଟି ଗେଟ୍‌ ଖୋଲାଯାଇ ଇଛାନଦୀ ଦ୍ୱାରା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୩୦୭.୫୦ମିଟର ରହିଥିବା ବେଳେ ବର୍ତ୍ତମାନ...

ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri