ସୁନ୍ଦରଗଡ଼

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇ. ଲକ୍ଷ୍ମୀ ସୁରେଶ...

ମାଣ୍ଡିଆ ଚାଷ ଦେଲା ସ୍ବତନ୍ତ୍ର ପରିଚୟ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମ ପଞ୍ଚାୟତର ଏକ ରାଜସ୍ବ ଗ୍ରାମ ହେଉଛି ରୂପାବାହାଲ। ଦିନେ କୌଣସି ସ୍ବତନ୍ତ୍ର ପରିଚୟ ପାଇ ନ ଥିବା ଏହି ଗ୍ରାମଟି ଆଜି ମାଣ୍ଡିଆ ଚାଷ ପାଇଁ ପ୍ରସିଦ୍ଧି ଲାଭ...

ଉସତାଲି ଘାଟିରୁ ବଜ୍ରକାପ୍ତା ଉଦ୍ଧାର

ହେମଗିରି,୧୦ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରିସ୍ଥିତ ଉସତାଲି ଘାଟି ନିକଟରୁ ଗୁରୁବାର ଭୋର୍‌ ସମୟରେ ବନ ବିଭାଗ ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ମିଳିଥିବା ସୂଚନାନୁସାରେ, ଉସତାଲି ଠାରେ ରାସ୍ତା ପାର୍‌ କରୁଥିବା ସମୟରେ ବନ ବିଭାଗ କର୍ମଚାରୀମାନେ ଦେଖି ଏହାକୁ...

୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ...

ରେଲ୍‌ୱେ ସାଇଡିଂ ମ୍ୟାନେଜରଙ୍କୁ ହତ୍ୟା

ଟେନ୍‌ସା/ଲହୁଣୀପଡ଼ା,୭।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ରେଲ୍‌ୱେ ସାଇଡିଂଠାରେ ଏକ ଘରୋଇ ଖଣି କମ୍ପାନୀରେ କାମ କରୁଥିବା ମୋତିରାମ ପାଲ(୫୯)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସୋମବାର ସକାଳେ ଲହୁଣୀପଡ଼ା ଥାନା...

ଜାମକାନୀ ଖଣି ବିସ୍ଥାପିତଙ୍କୁ ସମର୍ଥନ କଲେ ବିଧାୟିକା

ସୁନ୍ଦରଗଡ,୭।୧୧(ଡି.ଏନ୍‌.ଏ.): ବେଦାନ୍ତକୁ ମିଳିଥିବା ଜାମକାନୀ କୋଇଲା ଖଣି ଭୂମିପୂଜନ ଆରମ୍ଭ ଦିନଠାରୁ ବିସ୍ଥାପିତଙ୍କ ଧାରଣା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ବିସ୍ଥାପିତମାନେ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ଜିଦ୍‌ରେ ଅଟଳ ରହିଥିବା ବେଳେ ପୋଲିସ ସହାୟତାରେ ଖଣି ଖୋଳା କାର୍ଯ୍ୟ ଆରମ୍ଭ...

ତୁୁଲିଙ୍ଗା କୋଇଲା ଖଣି ବିସ୍ଥାପିତଙ୍କ ଆନ୍ଦୋଳନ ପୁଣି ତେଜିଲା

ସୁନ୍ଦରଗଡ,୭।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦ୍‌ଭାବନା ଭବନଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଛି। ଶୁଣାଣି ସମୟରେ ଏନ୍‌ଟିପିସି ତୁୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ମହିଳାମାନେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ଉକ୍ତ ଖଣି ଯୋଗୁ ବିସ୍ଥାପିତ...

ରାଜପଥ ଅବରୋଧ, ଦୋକାନ ବଜାର ବନ୍ଦ

କୁଆଁରମୁଣ୍ଡା,୭।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ତଲସରାଠାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ରାଜପଥ ଖାଲଖମା ପୂର୍ଣ୍ଣ ହୋଇ ପଡ଼ିଛି। ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଉ ନ ଥିବାରୁ ବୀରମିତ୍ରପୁର ସହରବାସୀ ନାହିଁ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍‌ସନ୍‌ ନୀତି...

ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ

ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।...

ଜରାଜୀର୍ଣ୍ଣ ଅବସ୍ଥାରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ

ସୁନ୍ଦରଗଡ଼, ୫।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଅନ୍ତର୍ଗତ ଟପରିଆ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ଉପରେ ହେବ ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ତିଆରି ହେଇଥିଲା। ଦୀର୍ଘ ଦିନ ଧରି ତାହା ବନ୍ଦ ହୋଇ ପଡିରହିଥିବାରୁ ସେହି କୋଠା...

ଫାଶ ଖୋଲୁଥିଲା ବେଳେ ଅଘଟଣ: ବାର୍‌ହା ଆକ୍ରମଣରେ ବୃଦ୍ଧଙ୍କ ଚାଲିଗଲା ଜୀବନ

ବଡ଼ଗାଁ,୨୯।୧୦(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଛାମୁଣ୍ଡା ଗ୍ରାମର ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛାମୁଣ୍ଡା ଗ୍ରାମର ବିଶେଶ୍ୱର ନାଏକ(୬୫)। ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବିଶେଶ୍ୱର ବିଲକୁ ଶୌଚ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri