ସୁନ୍ଦରଗଡ଼

ବରା-ସାଇକେଲ ଦୋକାନୀ ମାରପିଟ, ମାମଲା ଥାନାରେ

କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍‌ଗେଟ୍‌ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ ମିଞ୍ଜଭ୍‌କଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଉକ୍ତ ମାରପିଟ୍‌ ଘଟଣାରେ ବରା...

ଖଣି ଶ୍ରମିକଙ୍କୁ ବୋନସ ନ ମିଳିବା ନେଇ ବିକ୍ଷୋଭ

ଟେନ୍‌ସା, ୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକ ମାନଙ୍କୁ ବୋନସ ନ ମିଳିବା ନେଇ ବରସୁଆଁ ଲୌହଖଣି ସମୂଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଦୁର୍ଗାପୂଜା ଆସିଲେ...

ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ଚାକିରୀରୁ ବିଦା

ଲେଫ୍ରିପଡା,୩୦।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁର୍ଗୁଡା କ୍ଲଷ୍ଟରର କୁଲାବିରା କିଶାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପ୍ରଦୀପ ପଟେଲ ନିଲମ୍ବିତ। ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଥିବାରୁ ସରକାରୀ ଚାକିରୀର ଅପବ୍ୟବହାର ନେଇ ଲେଫ୍ରିପଡା ବ୍ଲକ ଶିକ୍ଷା...

ଆଇନଜୀବୀଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ,୨୮।୯: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳରେ ରହୁଥିବା ରାଉରକେଲା ବାର୍‌ ଆସୋସିଏଶନର ପୂର୍ବତନ ସଭାପତି, ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳ(୬୨) ସୋମବାର ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...

ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏନେଇ ମହାବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ରାଉରକେଲା ଏଡିଏମ୍‌...

ନାରୀ ସୁରକ୍ଷା ପାଇଁ ଦୁର୍ଗା

ସୁନ୍ଦରଗଡ଼, ୨୭।୯ (ଡି.ଏନ୍‌.ଏ): ଶାରଦୀୟ ଦୁର୍ଗାପୂଜା ଓ ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ ଜିଲା ପୋଲିସ ବିଭାଗ ପକ୍ଷରୁ ସଶକ୍ତ ସୁନ୍ଦରଗଡ, ସୁରକ୍ଷିତ ସୁନ୍ଦରଗଡ -ଦୁର୍ଗା ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଭବାନୀ ଭବନ...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼,୨୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ...

ସୁନ୍ଦରଗଡ଼ ଜିଲାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ

ସୁନ୍ଦରଗଡ଼, ୨୩।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଚିନ୍ତା ବଢାଇଛି ଡେଙ୍ଗୁ। ଜିଲାରେ ଗତ ୨୧ତାରିଖ ମଧ୍ୟରେ ମୋଟ ୧୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଡେଙ୍ଗୁରୋଗୀଙ୍କ ମଧ୍ୟରୁ ସର୍ବାଧିକ ୯୯ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ...

ଟ୍ରକ୍‌ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ

ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍‌ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା...

ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଡିଏସପି ସୁଧାଶୁ...

ବ୍ୟାଗ୍‌ରୁ ମିଳିଲା ନବଜାତ ଶିଶୁ

ରାଉରକେଲା ଅଫିସ,୧୯ା୯:ରାଉରକେଲା ସେକ୍ଟର-୭ ପୋଲିସ ଶନିବାର ମୁଣ୍ଡାରୀ ବସ୍ତିର ଅଳିଆଗଦାରେ ପଡିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଖବର ପାଇ ପୋଲିସ ଉକ୍ତ ଶିଶୁକୁ ଚିକିତ୍ସାଲାଗି ଆରଜିଏଚ୍‌ର ମାତୃ ଶିଶୁ ବିଭାଗରେ ଭର୍ତ୍ତି କରିଛି। ତେବେ ଉକ୍ତ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ଜାମ୍‌ ଆନ୍ଦୋଳନ

ସୁନ୍ଦରଗଡ଼,୧୮ା୯(ଡି.ଏନ୍‌.ଏ.): ଏମ୍‌ସିଏଲ କୋଇଲା ଖଣିରୁ କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବି ନେଇ ରବିବାରଠାରୁ ସୁନ୍ଦରଗଡ଼ ମିଳିତ ଟ୍ରକ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକାଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଏମ୍‌ସିଏଲ୍‌ର ତିନୋଟି କୋଇଲା ଖଣିରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri