ଡାଲମିଆ ସିମେଣ୍ଟ କମ୍ପାନୀରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା କୋଇଲା ହପର, ୩ ଶ୍ରମିକଙ୍କ ପତ୍ତା ମିଳୁନି ସୁନ୍ଦରଗଡ଼/ରାଜଗାଙ୍ଗପୁର,୧୭ା୧(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ପାଣି): ଜିଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାର ଲାଇନ୍ ୨ ପ୍ଲାଣ୍ଟରେ ଗୁରୁବାର ସନ୍ଧ୍ୟାରେ କୋଲ୍ ହପର ଭୁଶୁଡ଼ି ପଡ଼ିଛି। ଫଳରେ ୩ ଶ୍ରମିକଙ୍କ ପତ୍ତା ମିଳୁନି। ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ପ୍ରକାଶ...
ନିଜକୁ ନିଜେ ଗୁଳି କଲେ ଯବାନ ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍ଏଫ୍ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ...
୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇର ବଡ଼ଧରଣର ଚଢ଼ାଉ ସୁନ୍ଦରଗଡ଼,୮ା୧(ଜୟନାରାୟଣ ମେଣ୍ଡୁଳି): ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀ ସରୋଜ ପଟ୍ଟନାୟକ ଏବଂ ସୁନନ୍ଦ ପରିଡ଼ାଙ୍କ କ୍ବାର୍ଟର୍ସରେ ଏହି ଚଢ଼ାଉ ଚାଲିଛି।...
ଦକ୍ଷଅଧିକାରୀ ଭାବେ ଧିରେନ୍ଦ୍ର ନାଏକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼,୫।୧(ଜୟ ନାରାୟଣ ମେଣ୍ଡୁଳି): ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆଠାରେ ରବିବାର ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍ଯାପନୀ ସମାରୋହରେ ଦକ୍ଷଅଧିକାରୀ ଭାବେ ସୁନ୍ଦରଗଡ କ୍ଷୁଦ୍ର ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଧିରେନ୍ଦ୍ର କୁମାର ନାଏକ ସମ୍ବର୍ଦ୍ଧିତ ହୋଇଛନ୍ତି। ସର୍ବଶ୍ରେଷ୍ଠ ଜଳ...
ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ବଣାଇଁ,୩୦ା୧୨: ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବାବେଳେ ଆଜି ପୁଣି ଜଣଙ୍କର...
ଉତ୍ପାତ ମଚାଉଛି ନରହନ୍ତା ଦନ୍ତା ବଣାଇଁ,୩୦।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ବାଙ୍କୀ ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି ରେଡିଓକଲାର ଲାଗିଥିବା ନରହନ୍ତା ଦନ୍ତା। ଦୁଇଦିନ ତଳେ ବଣାଇଁ ବନଖଣ୍ଡର ବରସୁଆଁ ରେଞ୍ଜରେ ଥିବା ଦନ୍ତା ରବିବାର କେ.ବଲାଙ୍ଗ ସେକ୍ସନର କରେଇଚୁଆଁ ଗାଁରେ ପଶି...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩ ଗୁରୁତର ବଣାଇଁ,୨୯।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ,...
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତଙ୍କ ପୋଡା...
ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା...
ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ ଦଳି ଜଣଙ୍କୁ ମାରିଦେଇଛି। ମୃତକ ଜକୈକଳା ଗ୍ରାମର ଧରଣୀ ପାତ୍ର (୪୦)। ଆଜି...
ନାବାଳିକାଙ୍କୁ ପୁରୁଷ ବନ୍ଧୁଙ୍କ ସହ ୩ ଜଣ ଟେକିନେଇ ୩ ଦିନ କଲେ ଗଣବଳାତ୍କାର ରାଉରକେଲା,୨୦।୧୨: ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣବଳାତ୍କାର ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ । ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଯୌନ ପିପାସୁ ଏଭଳି ଘଟଣା ଘଟଣାଇଥିବା ବେଳେ ନାବାଳିକା ତାଙ୍କ କବଳରୁ...
ଡିଭାଇଡର ଉପରେ ଚଢ଼ିଗଲା ସ୍କୁଲ ବସ୍, ଏଥିରେ ଥିଲେ ୫୦ ଛାତ୍ରୀଛାତ୍ର ରାଉରକେଲା,୨୦ା୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେକ୍ଟର-୩ ଥାନା ରାଉରକେଲା ହାଉସ୍ ଛକ...