ସୁନ୍ଦରଗଡ଼

୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ...

କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ ନଂ.୧୦କୁ ଅବରୋଧ କରିଛନ୍ତି। ରାଉରକେଲା ଏଚ୍‌ଏମ୍‌ଏସ୍‌ର ସମ୍ପାଦକଙ୍କ ସହ ରେଞ୍ଜ ସମ୍ପାଦକଙ୍କ ନେତୃତ୍ୱରେ...

ମୋବାଇଲ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ସମ୍ପର୍କୀୟ ଜେଜେ ଫେରାର

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କୁ ଶନିବାର ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଶିଶୁକନ୍ୟାଙ୍କୁ ମଙ୍ଗଳବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତରୀ ମାଇନା କରାଇଛି।...

ଅରଣ୍ୟା ପକ୍ଷରୁ ଫଗୁଣ ଆସର

ସୁନ୍ଦରଗଡ,୯।୩(ଡି.ଏନ୍‌.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳର ବହୁ...

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ...

ଅନ୍ତର୍ଜାତୀୟ ମହିଳା ଦିବସ: ‘ଦକ୍ଷତା ବିକାଶ ଆଧାରରେ ପରିଚୟ ସୃଷ୍ଟି କରିବାକୁ ଆହ୍ବାନ’

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କିଶୋର କୁମାର ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରି ମହିଳାମାନେ ଅସୀମ ବୁଦ୍ଧିମତ୍ତାର ଅଧିକାରିଣୀ ଓ ସଶକ୍ତ। ତେଣୁ ଏହି ଦିବସରେ ସେମାନଙ୍କର...

ଚାଲିଥିଲା କଂଗ୍ରେସ କର୍ମୀ ସମ୍ମିଳନୀ: ବିନ୍ଧିଲା ମହୁମାଛି

କୁଆଁରମୁଣ୍ଡା,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିକଟସ୍ଥ ଡାଇରେକ୍‌ଟର୍ସ ବଙ୍ଗଳାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ମହୁମାଛି ଉଡ଼ିଆସି କେତେକ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୨/୪ ଜଣ ଆହତ ହୋଇଛନ୍ତି।...

୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର...

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌...

ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି...

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଠାକୁ ଅଧିକ...

ସୁନ୍ଦରଗଡ଼ର କୁମ୍‌ଝରିଆ ୟୁଜି ହାଇସ୍କୁଲକୁ ମିଳିଲା ଉତ୍କର୍ଷ ଶିକ୍ଷାକେନ୍ଦ୍ରର ମାନ୍ୟତା

କୁଆଁରମୁଣ୍ଡା,୨୯।୨(ଡି.ଏନ.ଏ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ ଓ ୟୁଜି ହାଇସ୍କୁଲଗୁଡିକ ମଧ୍ୟରୁ ୧୦୧ ସ୍କୁଲକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ବଛା ଯାଇଛି। ଏଥି ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ଥିବା ସମସ୍ତ ୟୁଜି ହାଇସ୍କୁଲଗୁଡିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri