ନିର୍ବାଚନ

ଢେଙ୍କାନାଳ ବିଧାନସଭା: ସୁଧୀର ସାମଲ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟଗଣତି ପ୍ରକ୍ରିୟା ଜାରିରହିଛି। ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡିର ସୁଧୀର କୁମାର ସାମଲ ୭୧୦୬ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୪୩୬୦ ଭୋଟ ସହ ଦ୍ୱିତୀୟ...

ତାଳଚେରରେ ବ୍ରଜକିଶୋର ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ଆଗୁଆ ଅଛନ୍ତି। ସେ ୨୫୪୪ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର କାଳନ୍ଦୀ ସାମଲ ୨୩୫୫ ଖଣ୍ଡ ଭୋଟ ପାଇ ପଛରେ ଅଛନ୍ତି।

୪ର୍ଥ ରାଉଣ୍ଡ ଶେଷ: ହିନ୍ଦୋଳରେ ବିଜେଡି ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ଆଗୁଆ ଅଛନ୍ତି। ତାଙ୍କୁ ୮୮୨୩ ଭୋଟ ମିଳିଛି। ସେହିପରି ଭାଜପାର ଅଶୋକ ନାଏକ ୮୭୧୪ ଏବଂ କଂଗ୍ରେସର ତ୍ରିନାଥ ବେହେରା ୧୨୩୫ ଭୋଟ ପାଇ ଯଥାକ୍ରମେ...

୪ର୍ଥ ରାଉଣ୍ଡ ଶେଷ: କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ଏଠାରେ ବିଜେଡି ଆଗୁଆ ରହିଛି। ବିଜେଡିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ୧୦୧୧୦ ଭୋଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି କ୍ରମରେ ଭାଜପାର ଶତ୍ରୁଘ୍ନ ଜେନା...

ତୃତୀୟ ରାଉଣ୍ଡ ଶେଷ: ହିନ୍ଦୋଳରେ ସୀମାରାଣୀ ନାୟକ ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ଆଗୁଆ ଅଛନ୍ତି। ତାଙ୍କୁ ୭୨୮୦ ଭୋଟ ମିଳିଛି। ସେହିପରି ଭାଜପାର ଅଶୋକ ନାଏକ ୬୮୮୭ ଏବଂ କଂଗ୍ରେସର ତ୍ରିନାଥ ବେହେରା ୯୪୯ ଭୋଟ ପାଇଛନ୍ତି।

ଅନୁଗୋଳରେ ରଜନୀକାନ୍ତ ସିଂ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ରଜନୀକନ୍ତ ସିଂ ୨୫୫୫, ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୨୩୭୫ ଓ କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୧୬୬୪...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୨୭୯୨ ଖଣ୍ଡ ଭୋଟ...

୩ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୧୮୯୩ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର ଅଶୋକ ମହାନ୍ତି ୧୬୩୨ ଖଣ୍ଡ ପୋଇ ପାଇଛନ୍ତି।

ଦ୍ୱିତୀୟ ରାଉଣ୍ଡ ଶେଷ : ପରଜଙ୍ଗରେ ଭାଜପା, କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଜାରି ରହିଛି। ପରଜଙ୍ଗ ବିଧାନସଭା କ୍ଷେତ୍ରରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଭାଜପାର ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ତାଙ୍କୁ...

ଜୟପୁରରେ ଭୋଟ ଗଣତି ଆରମ୍ଭ

ଜୟପୁର,୨୩ା୫(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ସମଗ୍ର ରାଜ୍ୟରେ ଭୋଟ ଗଣତି ହେଉଛି। ଏନେଇ ସମସ୍ତ ଷ୍ଟ୍ରଙ୍ଗ୍‌ରୁମ ପାଖରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଭିଡ଼ ଜମିଥିବାବେଳେ ଏଥିରୁ ପ୍ରାର୍ଥୀ ମଧ୍ୟ ବାଦ୍‌ ପଡ଼ିନାହାନ୍ତି।...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେଉଛି। ଏଥିପାଇଁ ଜିଲା...

ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ ୮ ଟାରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ବାରିପଦା, ରାଇରଙ୍ଗପୁର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri