Home Left

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ ଗୁରୁତ୍ୱ ଦେଇଥାଏ। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ...

ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର। କ୍ୟାଟ୍ରିନାଙ୍କୁ ଜଣାଇ ଦେବା ପାଇଁ ସୋନମ ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଏକ ଫଟୋ...

ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍‌’: ଲିଡ୍‌ ରୋଲ୍‌ରେ ଅରୋଜିତ ଏବଂ ଅନନ୍ୟା; ନିର୍ଦ୍ଦେଶନା ଦେବେ ପପୁ ପମପମ

ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍‌ ପଡ଼ିବ କିପରି ? ସେହି ଭଲ ପାଇବା ଭିତରେ ତାହାର ଅଭାବ, ଅସୁବିଧା, ସଂଘର୍ଷ ପ୍ରତିଫଳିତ...

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ବିଭାଗ ମିଳିଥିବା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ...

୩୨ ବର୍ଷରେ ପାଦ ଦେଲେ ସୋନାକ୍ଷୀ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍‌ରେ ୨୦୧୦ରେ...

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି। ସୂଚନାଯୋଗ୍ୟ, ଏଥର କେବଳ ଜେଡିୟୁ କୋଟା ଥିବାରୁ ଏଥିରେ କୌଣସି ଭାଜପା ନେତାଙ୍କୁ...

ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଗୁରୁ ନାନକଙ୍କର ୫୫୦ ତମ ପ୍ରକାଶ ପର୍ବକୁ ଆଖି ଆଗରେ ରଖି...

ଛାଡ଼ପତ୍ରର ୧୦ ମାସ ପରେ ଜନ୍ମ ହେଲା ପୁତ୍ର: ଡିଏନ୍‌ଏ ଟେଷ୍ଟ ପରେ ପୁଣି ବିବାହ କଲେ ମାତାପିତା

ଝଜ୍ଜର,୨।୬: ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କର ପୁଣି ଥରେ ବିବାହ କରାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ରୋଚକ ଘଟଣା ହରିୟାଣାର ଝଜ୍ଜରରେ ଘଟିଛି। ଏଠାରେ ୪ବର୍ଷ ତଳେ ବିବାହ କରିଥିବା ଦମ୍ପତିଙ୍କର କୌଣସି କାରଣରୁ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ରର ୧୦...

ଜୁନ୍‌ ୯ରେ ତିରୁପତି ଗସ୍ତ କରିବେ ମୋଦି

ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀ ନାରାୟଣ ସୂଚନା ଦେଇଛନ୍ତି। ସେଠାରେ ସେ ବାଲାଜି ମନ୍ଦିରରେ...

ନିଆରା ପ୍ରତିଯୋଗିତା ‘ପନଜତ୍‌ ପିନାଙ୍ଗ’

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ଇଣ୍ଡୋନେସିଆରେ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ସେଠାକାର ଅଧିବାସୀଙ୍କ...

ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍‌

ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର – ମହାକବି ହୋମରଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ। ସେମିତି ଜଣେ ହୋମର ପ୍ରଭାବିତ ବିଶ୍ୱ...

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌ ହୋଇ ଯାଇଥିବା କୁହାଯାଉଛି। କିଛିଦିନ ହେବ ସେ ଦିବ୍ୟା କଂଗ୍ରେସ ଛାଡିବା ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image