ଅନ୍ତର୍ଜାତୀୟ

କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ...

ଅରବ ପତି ହିନ୍ଦୁଜା ପରିବାରର ୪ ସଦସ୍ୟ ଯିବେ ଜେଲ

ଜେନେଭା,୨୨।୬: ଭାରତୀୟ ମୂଳବାସିନ୍ଦା ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସ୍ବିଜରଲାଣ୍ଡ କୋର୍ଟ ଦ୍ୱାରା ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି...

ହିଜାବ ବିରୋଧରେ ଆଇନ ଆଣିଲା ତାଜକିସ୍ତାନ

ଦୁଶାଁବେ, ୨୨।୬: ମୁସଲମାନବହୁଳ ମଧ୍ୟଏସୀୟ ଦେଶ ତାଜକିସ୍ତାନ ଶୁକ୍ରବାର ହିଜାବ ଓ ବୁର୍ଖା ପରି ଇସଲାମିକ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ଏନେଇ ଏକ ବିବାଦୀୟ ବିଲ୍‌ ତାଜକିସ୍ତାନର ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଶୁକ୍ରବାର ରାଷ୍ଟ୍ରପତି ଇମୋମାଲି ରହମନ...

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ

ଲାହୋର, ୨୧।୬: ଆତଙ୍କବାଦୀଙ୍କୁ ପ୍ରଶୟ ଦେଇ ଏବେ ପରିଣାମ ଭୋଗିଛି ପାକିସ୍ତାନ । ନିଜେ ହୋଇଛି ଆତଙ୍କବାଦୀଙ୍କ ଶିକାର । ପାକିସ୍ତାନ ସେନା ଉପରେ ଶୁକ୍ରବାର ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଫଳରେ ୪ ଯବାନ ପ୍ରାଣ...

ମିଳିଲା ସୂଚନା, ୯୮ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୧।୬: ହଜ୍‌ ପାଇଁ ମକ୍କା ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ପାଖାପାଖି ୧ ଲକ୍ଷ ୭୫ ହଜାର ଭାରତୀୟ ମକ୍କା ଯାତ୍ରା କରିଛନ୍ତି। ଏହି...

ଛତା ଧରି ଯୋଗ କଲେ ଜାପାନବାସୀ

ଟୋକିଓ,୨୧।୬: ଶୁକ୍ରବାର ଯୋଗ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି। ଯୋଗ କରୁଥିବା ଲୋକଙ୍କ ଫଟୋ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି। ଜାପାନର ଭାରତୀୟ ଦୂତାବାସ ଏଠାରେ ଥିବା ସୁକିଜି ହଙ୍ଗୱାନଜୀ ମନ୍ଦିରରେ ଯୋଗ ଦିବସ ଉତ୍ସବ ଆୟୋଜନ...

ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ତାହାର କଡ଼ା ଜବାବ ଦେଉଛନ୍ତି। ପୁଣିଥରେ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ...

ଆତଙ୍କବାଦକୁ ନେଇ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୧।୬: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜିକାଲି ନିଜେ ଅସୁବିଧାରେ ପଡିଛି। ବର୍ତ୍ତମାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି କରିବାକୁ ଏବଂ ଆତଙ୍କବାଦ ତଥା ଉଗ୍ରବାଦ ସମସ୍ୟାର ମୁକାବିଲା ପାଇଁ ପ୍ରବର୍ତ୍ତନ ବ୍ୟବସ୍ଥାରେ...

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ

ଜାକର୍ତ୍ତା,୨୧।୬: ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ ଭୂକମ୍ପ ପରେ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। ଇଣ୍ଡୋନେସିଆର...

ପୁଟିନଙ୍କୁ କିମଙ୍କ ରିଟର୍ନ ଗିଫ୍ଟ, ଏତେ ମାରାତ୍ମକ ଯେ ବାଘ ବି ଏହା ସାମ୍ନାରେ କିଛି ନୁହେଁ!

ପୋଙ୍ଗୟାଙ୍ଗ,୨୦।୬: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆରେ ପହଞ୍ଚିଥିଲେ। ସେଠାରେ ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କୁ ଭେଟିଥିଲେ। ଉଭୟ ନେତା ଏକ ସ୍ବତନ୍ତ୍ର ଚୁକ୍ତିନାମା ସ୍ବାକ୍ଷର କରିଥିଲେ, ଯାହା ଆମେରିକା ଏବଂ ୟୁରୋପର ହୃଦସ୍ପନ୍ଦନକୁ ବଢାଇ ଦେଇଥିଲା।...

ଆମେରିକା ଉପରେ ରାଗିକି ନିଆଁବାଣ ହେଲା ଚାଇନା

ଓ୍ବାଶିଟନ୍‌,୨୦।୬: ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି। ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ...

କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି, ଇରାନର ଘାତକ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା

ଓଟ୍ଟାଓ୍ବା,୨୦।୬: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଇରାନର ଆଇଆର୍‌ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆଇଆର୍‌ଜିସିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଦ୍ୱାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri