ଅନ୍ତର୍ଜାତୀୟ

ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆଞ୍ଚୋରେଜ୍‌ର ଉତ୍ତରପୂର୍ବରେ ଥିବା କ୍ନିକ୍‌...

କମଲା ହାରିସ୍‌ ହୋଲି ଅବସରରେ କହିଲେ ଏପରି…

ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍‌ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ ଥିବା ମତଭେଦ ଭୁଲି ଏକାଠି ହେବା ଆବଶ୍ୟକ। ହୋଲିର ରଙ୍ଗ ଭଲ ପାଉଥିବା...

ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍‌ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ...

ଘୋଡ଼ା-କୁକୁରଙ୍କୁ ମିଳିବ ପେନସନ୍‌

ଓ୍ବାର୍‌ସ୍ବ,୨୮।୩: ଚାକିରିରୁ ଅବସର ଗ୍ରହଣ ପରେ ମଣିଷଙ୍କୁ ପେନସନ୍‌ ମିଳିବା ଶୁଣାଯାଇଥାଏ। ତେବେ ଏବେ ସରକାରୀ ଚାକିରି କରିଥିବା ଘୋଡ଼ା ଏବଂ କୁକୁରଙ୍କୁ ଅବସର ପରେ ପେନସନ୍‌ ମିଳିବ। ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାରୀ...

ରାଷ୍ଟ୍ରପତିଙ୍କ ଫେସ୍‌ବୁକ୍‌ ପେଜ୍‌ ବ୍ୟାନ

ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର ଯୋଗୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କ ପେଜ୍‌ ବନ୍ଦ କରିଛି ଫେସ୍‌ବୁକ। କାର୍‌ଭାଟିଭିର୍‌ ନାମକ ଏକ ଔଷଧକୁ ‘ଚମତ୍କାର’ ବୋଲି ବର୍ଣ୍ଣନା କରିବା ସହ ଏହାର ସେବନ କଲେ କରୋନା ସଂକ୍ରମଣରୁ...

ଜଳବାୟୁ ସମିଟ୍‌କୁ ମୋଦି ଆମନ୍ତ୍ରିତ

ଓ୍ବାଶିଂଟନ,୨୮।୩: ଆମେରିକା ଆସନ୍ତା ମାସରେ ଜଳବାୟୁ ଉପରେ ଏକ ଭର୍ଚୁଆଲ ସମିଟ୍‌ର ଆୟୋଜନ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ବିଶ୍ୱ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏପ୍ରିଲ୍‌ ୨୨...

ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି ମ୍ୟାନ୍‌ମାର। ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିଥିବା ସେନା ବିରୋଧରେ ଦେଶବାସୀ ବିକ୍ଷୋଭ କରୁଥିବାବେଳେ...

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ।...

ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର

କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ ମାଛଧରା ବୋଟ୍‌, ଜାଲ ଏବଂ ଅନ୍ୟ ସରଞ୍ଜାମ ସହିତ ଗିରଫ କରାଯାଇଥିଲା। ସେମାନେ...

୫୦ ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷା

ମ୍ୟାନମାର୍‌,୨୭।୩: ମ୍ୟାନମାର୍‌ରେ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ପରେ ସଙ୍କଟ ଧୀରେଧୀରେ ବଢ଼ିବାରେ ଲାଗିଛି। ଶନିବାର ସୈନ୍ୟ ବାହିନୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ଜଣ ନିରୀହ ଲୋକଙ୍କ ମୁତ୍ୟୁ ଘଟିଛି। ଏହାକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ସୈନ୍ୟ ବାହିନୀ ପକ୍ଷରୁ...

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨ କୋଟିର ଭୋଟ ବାକ୍ସ ଭାଜପା ପକେଟକୁ ଆସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ...

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri