ଅନ୍ତର୍ଜାତୀୟ

ଭାରତକୁୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ଜେନେଭା,୩।୧: ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ବ୍ୟବହାର ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କରୋନା ଲଢ଼େଇରେ ଭାରତ...

ପ୍ରାଣୀ ପ୍ରେମରେ ଜାପାନବାସୀ

ଟୋକିଓ: ଜାପାନର ଯୁବପିଢ଼ିଙ୍କ ମଧ୍ୟରେ ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବ ପଡ଼ିଛି ଜନ୍ମହାର ଉପରେ। ଅବିବାହିତ ଯୁବତୀଯୁବକ ଏବଂ ନିଃସନ୍ତାନ ଦମ୍ପତି ନିଜର ମାନସିକ ଅବଷାଦ ମେଣ୍ଟାଇବାକୁ ଗୃହପାଳିତ ପ୍ରାଣୀଙ୍କ ପ୍ରତି ଅଧିକ ସଉକ...

ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଲି ସୀମାରେ ଥିବା ଟେଲ୍ଲାବେରି ଅଞ୍ଚଳର...

ଟ୍ରମ୍ପ୍‌ଙ୍କ ଭିଟୋକୁ ରଦ୍ଦ କଲା କଂଗ୍ରେସ

ଓ୍ବାଶିଂଟନ୍‌, ୩।୧(ଆଇଏଏନ୍‌ଏସ୍‌): ଏକ ପ୍ରତିରକ୍ଷା ବିଲ୍‌ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭିଟୋ କ୍ଷମତାକୁ କଂଗ୍ରେସ ରଦ୍ଦ କରି ଦେଇଛି। ଟ୍ରମ୍ପ୍‌ଙ୍କ ୪ ବର୍ଷର ଶାସନ ମଧ୍ୟରେ ପ୍ରଥମ ଥର ତାଙ୍କ ଭିଟୋ ବିରୋଧରେ କଂଗ୍ରେସ ଭୋଟ ଦେଇଛି।...

ବାଣ ଫୁଟି ଶତାଧିକ ପକ୍ଷୀ ମୃତ

ରୋମ, ୩ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଉତ୍ସବ ପାଳନ ପାଇଁ ବାଣ ଫୁଟାଯିବା ଯୋଗୁ ଇଟାଲୀର ରୋମରେ ପ୍ରାଣ ହରାଇଛନ୍ତି ଶହ ଶହ ପକ୍ଷୀ। ପ୍ରକୃତିକୁ ଧ୍ୱଂସ କରିଚାଲିଥିବା ମଣିଷର ଏଭଳି କାର୍ଯ୍ୟକଳାପକୁ ପ୍ରାଣୀ ପ୍ରେମୀ ସାମୂହିକ ‘ନରସଂହାର’ ଆଖ୍ୟା...

ଦିଲୀପ, ରାଜଙ୍କ ଘର କିଣିବ ପାକିସ୍ତାନ

ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍‌ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି ପାଇଁ ୨.୩୫ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁର ହୋଇଛି। ସହରର ମଧ୍ୟଭାଗରେ...

କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଧର୍ଯ୍ୟ ମଧ୍ୟ ଭାଙ୍ଗୁଥିବା ଦେଖାଯାଏ। ରୁଷିଆରେ ଏପରି ବ୍ୟତିକ୍ରମ ଦେଖିବାକୁ...

୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିର-ଉର-ରହମାନ-ଲଖଭି ଗିରଫ

ଇସଲାମାବାଦ,୨ ।୧: ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଲସ୍କର-ଇ-ତୋଏବାର ସଦସ୍ୟ ଜକିର-ଉର-ରହମାନ-ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ...

୩୩ ଦେଶରେ ନୂଆ ଷ୍ଟ୍ରେନ୍‌ ଆତଙ୍କ

ନୂଆଦିଲ୍ଲୀ,୨।୧: ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଏବେ ପୃଥିବୀର ୩୩ଟି ଦେଶରେ ପହଞ୍ଚିଛି। କେତେକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ...

ନୂଆବର୍ଷ ପାଳନ ସମୟରେ ୧୮ ଜଣଙ୍କ ମୃତ୍ୟୁ

ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବବର୍ଷ ତୁଳନାରେ ଏହା କମ୍ ବୋଲି କହିଛନ୍ତି ନ୍ୟାଶନାଲ ପୋଲିସ ରିଗୋବେରଟୋ...

ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦ ବେଳକୁ ପୃଥିବୀରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏହାଯୋଗୁ ପୃଥିବୀର ଏକପଞ୍ଚମାଂଶ...

ୟୁଏନ୍‌ଏସ୍‌ସି ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜାତିସଂଘ, ୨।୧(ଆଇଏଏନ୍‌ଏସ୍‌): ସ୍ଥାୟୀ ସଦସ୍ୟତା ଦାବି କରିଆସୁଥିବା ଭାରତ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ସଦସ୍ୟ ହୋଇଛି। ଏବେ ସଦସ୍ୟ ଭାବେ ଭାରତ ଏହାର ‘ବସୁଧୈବ କୁଟୁମ୍ବକମ୍‌’ ବା ସାରା ବିଶ୍ୱ ଏକ ପରିବାର ନୀତିକୁ ପ୍ରସାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri