ଅନ୍ତର୍ଜାତୀୟ

କ୍ରୋଏସିଆରେ ଭୟଙ୍କର ଭୂମିକମ୍ପ

କ୍ରୋଏସିଆ,୨୯ା୧୨: କେନ୍ଦ୍ରୀୟ କ୍ରୋଏସିଆରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡ଼ିଛି। ଏହା ଦ୍ୱାରା କେନ୍ଦ୍ରୀୟ କ୍ରୋଏସିଆରେ ଥିବା ପେଟ୍ରିଞ୍ଜା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍‌ : ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍‌ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାଇବେରିଆର ନୋଭୋସିବିରସ୍କିରେ ଉଠାଯାଇଥିବା କୁହାଯାଉଛି। ସୋମବାର...

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌ ଓ୍ବେବସାଇଟ୍‌ ବଡ଼ଫିଡ୍‌ ପକ୍ଷରୁ ଶତାଧିକ ଫଟୋ, ସାକ୍ଷାତ୍‌କାର ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ...

ମହିଳା ଅଧିକାରକର୍ମୀ ଲୌଜେନ୍‌ଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ: ଅନ୍ତର୍ଜାତୀୟସ୍ତରରେ ନିନ୍ଦା

ଦୁବାଇ,୨୯।୧୨: ସୌଦିରେ ମହିଳା ଅଧିକାରକର୍ମୀ ଲୌଜେନ୍‌ ଅଲ୍‌-ହଥଲୌଲ୍‌ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅନ୍ତର୍ଜାତୀୟସ୍ତରରେ ନିନ୍ଦା କରାଯାଇଛି। ସୌଦିରେ ପ୍ରଚଳିତ ଆତଙ୍କବାଦ ନିରୋଧୀ ଆଇନ ଅନ୍ତର୍ଗତ ଲୌଜେନ୍‌ଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ସେ ସମ୍ପ୍ରତି ନଜରବନ୍ଦୀ...

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍‌!

ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି ଦେଶରେ ଏହି ନୂଆ ଷ୍ଟ୍ରେନ୍ ପହଞ୍ଚିଥିବା କୁହାଯାଉଛି । ଯାହା ପୁଣିଥରେ ବିଶ୍ୱବାସୀଙ୍କୁ...

ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ ଏବେ ହେବ ଜରୁରୀ

ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟକୁ ଏବେ ଜରୁରୀ ହେବ। ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ୍‌ ଭାକ୍ସିନ୍‌...

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ୍‌ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନ କରିବା...

ଜନ୍ମପରେ ଶିଶୁର ଏହି ଅଙ୍ଗକୁ ରଖାଯାଏ ବାସ୍କରେ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ତେବେ ଶିଶୁ ଜନ୍ମକୁ ନେଇ ପ୍ରାୟ ସବୁ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ପାଳନ କରାଯାଏ। ବିଶ୍ୱର ଅନେକ ସମ୍ପ୍ରଦାୟ, ଶିଶୁ ଜନ୍ମ ହେବା ସମୟରେ ପୃଥକ ପୃଥକ ପରମ୍ପରା...

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ ଲିନ୍‌ଙ୍କୁ ଚା’ରେ ବିଷ ଦେଇ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି। ଅସୁସ୍ଥତା ଅନୁଭବ...

ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ

ଓ୍ବାଶିଂଟନ୍‌, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ...

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି। ସେ ତାଙ୍କର ଦୁଇଝିଅଙ୍କୁ କଲେଜରେ ନାମ ଲେଖାଇବା ଲାଗି ୫ ନିୟୁତ ଡଲାର...

ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା ବେଶି। ମାରାତ୍ମକ ପୋଲିଓ ପ୍ରତିଷେଧକ ଦିଆଯିବା ସମୟରେ ପାକିସ୍ତାନରେ ସଂଘଟିତ ବର୍ବରତାକୁ ବିଶ୍ୱ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri