ଅନ୍ତର୍ଜାତୀୟ

ଓଲିଙ୍କୁ କାରଣ ଦର୍ଶାଅ ନୋଟିସ

କାଠମାଣ୍ଡୁ, ୨୬।୧୨ : ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଚାନକ ପାର୍ଲାମେଣ୍ଟ ଭଙ୍ଗ ପାଇଁ ନିଷ୍ପତ୍ତି ନେବା ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ...

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାନା କଥା...

ବିଦେଶରେ ଫସିଥିବା ଲୋକଙ୍କ ପାଇଁ ଏହି କମ୍ପାନୀ ବିକ୍ରି କରୁଛି ବୋତଲ ବନ୍ଦ ବାୟୁ, ଦାମ୍‌ ରହିଛି…

ଲଣ୍ଡନ,୨୫ା୧୨: ବ୍ରିଟେନରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏପରିକି ୪୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଅନେକ ଲୋକ ବିଦେଶରେ ଫସି ରହିଛନ୍ତି। ଅବଶ୍ୟ...

ପୁରୁଷଙ୍କୁ ନେଇ ମହିଳା କମିଟି

କୁଏତ୍‌ ସିଟି,୨୬ା୧୨: କୁଏତ୍‌ର ସଂସଦୀୟ ମହିଳା କମିଟିର ସବୁ ସଦସ୍ୟ ହେଉଛନ୍ତି ପୁରୁଷ। ଉକ୍ତ କମିଟିରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମଧ୍ୟପ୍ରାଚ୍ୟର ଏହି ରାଷ୍ଟ୍ରରେ ଲିଙ୍ଗଗତ ଅସମାନତାକୁ ନେଇ ଅନ୍‌ଲାଇନ୍‌ରେ କଡ଼ା ସମାଲୋଚନା କରାଯାଉଛି। ଓମେନ୍ସ କମିଟି ଅଫ୍‌...

ତୁର୍କୀରେ ମିଳିଲା ସୁନାର ଭଣ୍ଡାର, ବହୁ ଦେଶର ଜିଡିପି ଠାରୁ ଅଧିକ

ଅଙ୍କାରା,୨୫।୧୨- ତୁର୍କୀର ସାର ଉତ୍ପାଦନକାରୀ କମ୍ପାନୀ ଗୁବର୍ଟାସ ଏବଂ ଦେଶର କୃଷି କ୍ରେଡିଟ କୋଅପରେଟିଭ ମୁଖ୍ୟ ଫାରେଟିନ ପୋୟରାଜ ଏକ ସୁନାର ଭଣ୍ଡାର ଆବିଷ୍କାର କରିଛନ୍ତି। ଏ ନେଇ ସ୍ପଷ୍ଟ କରିଛି ଦେଶର ନ୍ୟୁଜ ଏଜେନ୍ସି ଆନାଡୋଲୁ । ଭଣ୍ଡାରରୁ...

ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୫।୧୨- ଅନ୍ତିମ ଚରଣରେ ପହଞ୍ଚତ୍ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଜାରି ରଖିଛି। ଆମେରିକାର ଓ୍ବାଲ ଷ୍ଟ୍ରିଟ୍‌ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓମାର ସଇଦଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ...

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦର ପୁତୁରା କରୋନା ମୃତ

ଇସଲାମବାଦ,୨୫।୧୨-ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁତୁରା ସିରାଜ କାସକର(୩୮) ମହାମାରୀ କରୋନାରେ ଶୁକ୍ରବାର ମୃତ୍ୟୁବରଣ କରିଛି। ସିରାଜ କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନର କରାଚୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଏକ ସପ୍ତାହ ଧରି...

କରୋନା ଟିକା ନେବାକୁ ଚାହୁଁନାହାନ୍ତି ଏହି ଦେଶର ଲୋକେ

ଓ୍ବାଶିଂଟନ,୨୫ା୧୨: ଆମେରିକାରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢ଼ିଚାଲିଛି। କୁହାଯାଉଛି, ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଠାରେ ଦୁଇଟି କମ୍ପାନୀ ଫାଇଜର ଏବଂ ମଡର୍ନା ଭ୍ୟାକ୍ସିନ ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ...

କରୋନାର ନୂଆ ଷ୍ଟ୍ରେନ୍ ୨୦୨୧ରେ ନେବ ଅଧିକ ଜୀବନ!

ଲଣ୍ଡନ,୨୫ ।୧୨: ବ୍ରିଟେନରେ ବ୍ୟାପିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି କି ଏହି ନୂଆ ଷ୍ଟ୍ରେନ୍ ପୁରୁଣା ଭାଇରସ ତୁଳନାରେ ୫୬ ପ୍ରତିଶତ ଅଧିକ କ୍ଷତିକାରକ । ଏହାଦ୍ୱାରା...

ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି ମିଥ୍ୟା କହି ଆସୁଥିଲେ। ମହିଳା ହେଲେ ୨୯ ବର୍ଷିୟ ଟୋନି ଷ୍ଟାଣ୍ଡନ। ନିଜକୁ...

ବିକିନ ପିନ୍ଧା ମଡେଲଙ୍କ ଫଟୋକୁ ପସନ୍ଦ କରି ଚର୍ଚ୍ଚାରେ ପୋପ୍‌

ଜେରୁଜେଲମ,୨୫।୧୨: ଖ୍ରୀଷ୍ଟିଆନଙ୍କ ଧାର୍ମିକ ନେତା ଭାବରେ ବିବେଚିତ ପୋପ୍‌ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ ମଡେଲରଙ୍କ ଫଟୋକୁ ପସନ୍ଦ କରାଯାଇଛି। ଏହାଦ୍ୱାରା ପୋପ୍‌ ଫ୍ରାନ୍ସିସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।...

ରାଜା, ରାଣୀ ଓ ସେ

ବ୍ୟାଙ୍କକ,୨୪।୧୨:ରାଜତନ୍ତ୍ରରେ ସଂସ୍କାର ଆଣିବା ଦାବିରେ ଥାଇଲାଣ୍ଡ ରାଜରାସ୍ତାରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଗର୍ଲଫ୍ରେଣ୍ଡ ସିନୀନାତ୍‌ ୱୋଙ୍ଗବଜିରାପକ୍‌ଡି ଓରଫ୍‌ କୋଇଙ୍କ ୧୪୪୩ ଫଟୋ ଲିକ୍‌ ହୋଇଯାଇଛି। ସେଥିରୁ ଅଧିକାଂଶ ହେଉଛି ନଗ୍ନ ଅଥବା ଅର୍ଦ୍ଧନଗ୍ନ ଫଟୋ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri