ଅନ୍ତର୍ଜାତୀୟ

ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବାର ସମ୍ଭାବନା ଥିବା କୁହାଯାଉଛି। ଏହାକୁ ନେଇ ଡବ୍ଲ୍ୟୁଏଚ୍‌ଓର ଚିନ୍ତା...

ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ

ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାକୁ ଯଦି ପୁଣିଥରେ କରୋନା ଫେରେ ତେବେ ପରିସ୍ଥିତି...

ପିସ୍‌ ଟିଭିକୁ ୩ ଲକ୍ଷ ପାଉଣ୍ଡ ଜରିମାନା

ଲଣ୍ଡନ,୧୮ା୫(ପି.ଟି.): ଘୃଣିତ ବକ୍ତୃତା ପ୍ରସାରଣ ଲାଗି ବିବାଦୀୟ ଇସ୍‌ଲାମିକ୍‌ ବକ୍ତା ଜାକିର ନାଏକଙ୍କ ପିସ୍‌ ଟିଭିକୁ ବ୍ରିଟେନ୍‌ର ଗଣମାଧ୍ୟମ ନିୟନ୍ତ୍ରକ ଅଫ୍‌କମ୍‌ ୩ ଲକ୍ଷ ପାଉଣ୍ଡ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରସାରଣ ନିୟମର ଉଲ୍ଲଂଘନ ପାଇଁ ପିସ୍‌ ଟିଭି ଉର୍ଦ୍ଦୁର...

ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ କରିପାରେ କରୋନା

ବେଜିଂ,୧୮ା୫(ପି.ଟି.): କରୋନା ଆକ୍ରାନ୍ତ ରୋଗୀଙ୍କର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଚାଇନା ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ ସତର୍କ କରାଇବା ସହ ରୋଗୀମାନଙ୍କ ସ୍ବାସ୍ଥ୍ୟବୀମା ସୀମାକୁ ବଢ଼ାଇଛନ୍ତି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପାଇଁ ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ...

୯/୧୧ ଭଳି ଆକ୍ରମଣ ପାଇଁ ପାକ୍‌ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୮ା୫(ଆଇଏଏନ୍‌ଏସ୍‌): ପାକିସ୍ତାନ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧରେ ୯/୧୧ ଆକ୍ରମଣ ଭଳି ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟ୍‌ଓ୍ବର୍କ (ଏଚ୍‌କ୍ୟୁଏନ୍‌) ଇସ୍‌ଲାମିକ୍‌ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାକୁ ଏହି ଆକ୍ରମଣ ପାଇଁ ସହଯୋଗ କରୁଛି। ଆଫଗାନିସ୍ତାନର ପୂର୍ବତନ...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ହେବ ନିର୍ବାଚନ

ଇସ୍‌ଲାମାବାଦ,୧୮ା୫(ପି.ଟି.): ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ପ୍ରଦେଶରେ ନିର୍ବାଚନକୁ ଭାରତ ଜୋର୍‌ଦାର ବିରୋଧ କରିଆସୁଥିବାବେଳେ ପାକିସ୍ତାନ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ସେଠାରେ କାମଚଳା ସରକାର ଗଠନ ସହ ଭୋଟଗ୍ରହଣ ଲାଗି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉକ୍ତ ଅଞ୍ଚଳରେ ସାଧାରଣ ନିର୍ବାଚନ କରାଇବା ଲାଗି...

ଇସ୍ରାଏଲ୍‌ରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହ ଜନକ ମୃତ୍ୟୁ

ଜେରୁଜେଲମ୍‌,୧୭।୫: ଇସ୍ରାଏଲ୍‌ରେ ଅବସ୍ଥାପିତ ଥିବା ଚାଇନା ରାଷ୍ଟ୍ରଦୂତ ଡୁ ଓ୍ବେଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ବାସଭବନରେ ତାଙ୍କ ମୃତଦେହ ପଡ଼ି ରହିଥିବା କୁହାଯାଉଛି। ୫୮ ବର୍ଷ ବୟସ୍କ ଡୁ ଓ୍ବେଇଙ୍କୁ ଫେବୃୟାରୀରେ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଭାବେ ଚାଇନା...

ଅଶରଫ୍‌ ଘନି-ଅବଦୁଲ୍ଲାଙ୍କ କ୍ଷମତା ଭାଗବଣ୍ଟା ଶେଷ

କାବୁଲ,୧୭।୫: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଘନି ଏବଂ ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି। ଆମେରିକା ଚାପରେ ଶେଷରେ ଅଶରଫ୍‌ ଏବଂ ଅବଦୁଲ୍ଲାଙ୍କ ଭିତରେ ବୁଝାମଣା ହୋଇଛି। ବୁଝାମଣା ଅନୁସାରେ ଅଶରଫ୍‌ ରାଷ୍ଟ୍ରପତି ଭାବେ...

ବିଶୋଧକ ସ୍ପ୍ରେ କରିବା କ୍ଷତି କାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୭।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ପ୍ରେ କରାଯାଉଥିବା ବିଶୋଧକ କ୍ଷତି କାରକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ସର୍ବସାଧାରଣ ସ୍ଥଳ ଅବା ଘରେ ଏହାକୁ...

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ସେ କଲେଜ ଗାଜୁଏଟ୍ସ ଛାତ୍ରଙ୍କୁ ଅନ୍‌ଲାଇନରେ ସମ୍ବୋଧନ କରିବା ସମୟରେ କହିଛନ୍ତି...

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ଯାଇଛନ୍ତି। ଇତିମଧ୍ୟରେ ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ)କହିଛି...

କରୋନା ସଂକ୍ରମିତଙ୍କୁ ଭଲ କରିବ ‘ଇଣ୍ଟରଫେରନ’

ଟରଣ୍ଟୋ,୧୭।୫(ପି.ଟି.): ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବିଶେଷକରି କୋଭିଡ୍‌-୧୯ର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri