ଅନ୍ତର୍ଜାତୀୟ

୩୧ ବର୍ଷରେ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ

ଓ୍ବାଶିଂଟନ,୧୨।୩: ବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍‌ ସହିତ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ମିଳିତ ଭାବେ କାର୍ଯ୍ୟ କରି ବେଶ୍‌ ସଫଳତା ହାସଲ କରିପାରିଛି।...

ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ମୃତ

ଇସଲାମାବାଦ୍‌, ୧୧।୩: ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଓ୍ବିଙ୍ଗ୍‌ କମାଣ୍ଡର ନୌମାନ ଅକରମ୍‌ଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୩ରେ ପାକିସ୍ତାନ ଦିବସ ପାଳନ ଅବସରରେ ହେବାକୁ ଥିବା ପରେଡ଼ ଲାଗି ଯୁଦ୍ଧ ବିମାନଟି...

ଉହାନରେ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ସରକାର

ବେଜିଂ,୧୧।୩: କରୋନା ଭାଇରସ ଯୋଗୁ ଚାଇନାର ଉହାନ ସହର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିବାରୁ ପୁଣିଥରେ ଏଠାରେ ଥିବା କମ୍ପାନୀ ଗୁଡିକ କାମ ଆରମ୍ଭ...

ଶିକାର ହେଲେ ବିରଳ ଧଳା ଜିରାଫ

ନାଇରୋବି,୧୧।୩: ସାଧାରଣ ଜିରାଫଙ୍କଠାରୁ ଅଲଗା ଥିବା ଧଳା ଜିରାଫ ଓ ତା’ର ଛୁଆ ପ୍ରଥମ କରି ୨୦୧୭ ମସିହାରେ ଦେଖାଯାଇଥିଲେ। କେନିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଥିବା ଏହି ଦୁର୍ଲଭ ଜିରାଫଙ୍କୁ ଶିକାରୀମାନେ ମାରି ଦେଇଥିବା ଜଣାପଡିଛି। ଉତ୍ତର ପୂର୍ବ କେନିଆର...

କରୋନା ଭାଇରସରେ ସଂକ୍ରମିତ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜ ଘରେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିବା ସୂଚନା ମିଳିଛି। କରୋନା ଭାଇରସକୁ ନେଇ ସମସ୍ତ ପ୍ରକାର ସତର୍କତା...

ଇଟାଲିରେ ବୃଦ୍ଧି ପାଉଛି କରୋନା ଭାଇରସ ମୃତ୍ୟୁସଂଖ୍ୟା

ରୋମ,୧୧।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୧୦୦ ଦେଶକୁ ବ୍ୟାପିଗଲାଣି। ଏଥିମଧ୍ୟରୁ ଇଟାଲିରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ...

ପଙ୍ଗପାଳ ହଟାଇବାକୁ ପାକିସ୍ତାନ ସମେତ ପ୍ରସ୍ତୁତ ହେଉଛନ୍ତି ୪ ଦେଶ

ଇସ୍‌ଲାମାବାଦ,୧୧।୩: ପାକିସ୍ତାନ, ଭାରତ, ଇରାନ ଓ ଆଫଗାନିସ୍ତାନ ଆଦି ଦେଶ ପଙ୍ଗପାଳ ଦଳଠାରୁ ମୁକ୍ତି ପାଇବାକୁ ଉପାୟ ଚିନ୍ତା କରୁଛନ୍ତି। ଏହାକୁ ନେଇ ଏହି ୪ ଦେଶ ବୁଧବାର ଏକ ଭିଡଓ କନଫରେନ୍ସ ଆୟୋଜନ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।...

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ବି ସ୍ବାସ୍ଥ୍ୟପାଇଁ କ୍ଷତିକାରକ

ଓ୍ବାଶିଂଟନ,୧୧।୩: ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଯେଉଁମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଥାଆନ୍ତି ସେମାନଙ୍କ ପାଇଁ ବି ଏହା କ୍ଷତିକାରକ ହୋଇଥାଏ ବୋଲି କୁହାଯାଏ। ଏବେ ଆମେରିକାର ୟେଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ...

କରୋନା ଭାଇରସ ସଂକ୍ରମଣ ପରେ ପ୍ରଥମଥର ଉହାନ ଗଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୩: ଚାଇନା ହୁବଇ ଅଞ୍ଚରେ ଥିବା ଉହାନ ସହର କରୋନା ଭାଇରସ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣରେ ଉହାନରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ଶେଷ ବେଳକୁ ଉହାନରେ ପ୍ରଥମକରି କାରୋନା ଭାଇରସ ସଂକ୍ରମିତଙ୍କୁ...

କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!

ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ, ଦେଶରେ ପ୍ରବେଶ ସମୟରେ କେହି ଯଦି ସ୍ବାସ୍ଥ୍ୟ...

କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ସାରା ବିଶ୍ୱ...

କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା କହିଛି ଚାଇନା ଗଣମାଧ୍ୟମ। ସିନୁହା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri