ଅନ୍ତର୍ଜାତୀୟ

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା ଏବେ ପୃଥିବୀର ୨୯ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଚାଇନାରୁ ସେଠାକୁ ଯାଇଥିବା ସଂକ୍ରମିତ...

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ...

ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍‌ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ...

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ପୋଲିସ ଅଛନ୍ତି। ଶାହରା-ଇ-ଅଦାଲତ ରୋଡ ନିକଟ...

ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ ଦେବାକୁ ଚାଇନା ପ୍ରସ୍ତୁତି ଆରମ୍ଭ କରି ସାରିଛି। ତେବେ ଚାଇନା ବ୍ୟାଙ୍କକୁ ଆସୁଥିବା...

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଭାଇରସ ସଂକ୍ରମିତ

ବେଜିଂ,୧୭।୨: କରୋନା ଭାଇରସ୍‌ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଚାଇନାରେ ୧,୭୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦,୫୪୮ଜଣ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଖୁସିର...

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା ସୀମା ଟପିଥିବା କୁହାଯାଉଛି। ଲୋକଙ୍କ ସତର୍କ କରିବା ଲାଗି ଡ୍ରୋନ୍‌ର ସହାୟତା ନିଆଯାଉଛି।...

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯୭ ପ୍ରତିଶତ ଲୋକ ହୁବେଇ...

କରୋନା ମୃତ୍ୟୁ ସଂଖ୍ୟା ୧୭ ୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର

ବେଜିଂ,୧୭।୨: ଚାଇନାରେ କରୋନା ମହାମାରୀ ଥମିବାର ନା ଧରୁନି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଥିବା ଚାଇନା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଦେଶର ୩୦ଟିରୁ ଅଧିକ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୭୦,୪୦୦ରେ...

ମାଟି ତଳୁ ମିଳିଲା ୬୦୩୩ ମଣିଷ କଙ୍କାଳ ଓ ହଜାର ହଜାର ଗୁଳି

ଗିଟେଗା,୧୬।୨: ପୂର୍ବ ଆଫ୍ରିକାରେ ଥିବା ବୁରୁଣ୍ଡିରୁ ଖନନ ସମୟରେ ମାଟି ତଳୁ ୬୦୩୩ ମଣିଷ କଙ୍କାଳ ମିଳିଛି। ଏହା ସହିତ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି। ଏତେ ସଂଖ୍ୟକ ଲୋକଙ୍କ ମାରି ଏଠାରେ ପୋତି ଦିଆଯାଇଥିବା କୁହାଯାଉଛି।...

ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ

କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ ନେଇଥିବା ବେଳେ ଏବେ ନେପାଳ ତା’ର ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଗେଇ...

ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର କରାଚିର ଆଗା ଖାନ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri