ଅନ୍ତର୍ଜାତୀୟ

ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍‌ ଖାଁ ଅଞ୍ଚଳରେ ଥିବା ଶ୍ମଶାନ...

ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ

ଇସ୍‌ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ...

ସିଏଏ ନେଇ ମାଇକ୍ରୋସଫ୍ଟ ସିିଇଓ ସତ୍ୟ ନଡେଲାଙ୍କ ମନ୍ତବ୍ୟ: ସଫେଇ ଦେଲା ମାଇକ୍ରୋସଫ୍ଟ

ଓ୍ବାଶିଂଟନ, ୧୪।୧: ନାଗରିକତ୍ୱ ସଂଶୋଧନ ଆଇନ( ସିଏଏ) ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭାରତରେ ମୋର ପିଲାଦିନ ବିତିଛି। ସେଠାରେ ଦୀପାବଳି ଏବଂ ଖ୍ରୀଷ୍ଟମାସ ଏକାଠି ପାଳନ କରାଯାଇଥାଏ। ବାଂଲାଦେଶରୁ ଆସିଥିବା...

ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଫିଲିପାଇନ୍ସ୍‌ରେ ଘଟିଛି। ଏଠାକାର ଗ୍ରାଫିକ୍‌...

କାନାଡା ଯିବାକୁ ପ୍ରିନ୍ସ ହ୍ୟାରିଙ୍କୁ ଅନୁମତି ଦେଲେ ରାଣୀ

ସିଣ୍ଡ୍ରିଙ୍ଗହାମ୍‌,୧୪ା୧- ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲଙ୍କୁ ଅଧିକ ସ୍ବାଧୀନ ଜୀବନଯାପନ ପାଇଁ ଅନୁମତି ଦେବାକୁ ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥ ରାଜି ହୋଇଛନ୍ତି। ସେମାନେ ସାମୟିକ ଭାବେ କାନାଡାରେ ସମୟ ବିତାଇପାରିବେ ବୋଲି ରାଣୀ କହିଛନ୍ତି।...

ମୁଶରଫ୍‌ଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ

ଇସ୍‌ଲାମାବାଦ,୧୪ା୧-ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫ୍‌ଙ୍କୁ ରାଜଦ୍ରୋହ ମାମଲରେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ଏହାକୁ ଲାହୋର ହାଇକୋର୍ଟ ସୋମବାର ରଦ୍ଦ କରିଛନ୍ତି। ଫଳରେ ମୁଶରଫ୍‌ ଆଶ୍ୱସ୍ତ ହୋଇଛନ୍ତି। ରାୟରେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଅସାମ୍ବିଧାନିକ ବୋଲି ହାଇକୋର୍ଟ କହିଛନ୍ତି।...

ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ ଆଗରେ ରହିଛି। ୧୦ ବର୍ଗରେ ମନୋନୀତ ହୋଇଥିବା ‘ୱାନ୍‌ସ ଅପନ୍‌ ଏ ଟାଇମ୍‌...

ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ସହରର ଏକ ସପିଂ ମଲ୍‌ରେ...

୨ ଦିନିଆ ବାର୍ଷିକ ଧର୍ମ ସମ୍ମିଳନୀ: ଟ୍ରେନ୍‌ ଇଞ୍ଜିନ୍‌ରେ ବସି ଯାତ୍ରା କଲେ ଲୋକେ; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଢ଼ାକା,୧୩।୧: ଭାରତରେ ବିଭିନ୍ନ ପାର୍ବଣ ଅବସରରେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ପ୍ରାୟତଃ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ବାଂଲାଦେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ଦେଶର ପ୍ରତିଟି ପ୍ରାନ୍ତରୁ ଲୋକେ ଆୟୋଜନ ସ୍ଥଳକୁ ଆସିଥାନ୍ତି। ଚଳିତ...

ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି।...

ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ ଅଧିକ ଜଙ୍ଗଲ ନଷ୍ଟ ହେଲାଣି। ପୋଡ଼ି ଯାଇଥିବା ଜଙ୍ଗଲର କେତେକ ଅଞ୍ଚଳରେ ପୁଣି...

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ଚନ୍ଦ୍ର କିମ୍ବା ଶୁକ୍ର ମିଶନରେ ସାମିଲ୍‌ ହେବାର ସମ୍ଭାବନା ରହିଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri