ଅନ୍ତର୍ଜାତୀୟ

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ହେଲେ କେମିତି ଏହି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ...

ପ୍ରଶାସନକୁ ବିରୋଧ କଲା ଗଣମାଧ୍ୟମ: ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳାରଙ୍ଗରେ ହେଲା ଛପା

ମେଲବୋର୍ନ,୨୧।୧୦: ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦେଶର ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳା ରଙ୍ଗରେ ଛପା ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ଚଢ଼ାଉ ଘଟଣାକୁ ବିରୋଧ କରି ସମସ୍ତ ଖବର...

ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ସାଜିଛି ସିଫିଲିସ୍‌: ୧୦ ବର୍ଷରେ ବଢ଼ିଛି ୭୦ ପ୍ରତିଶତ

ଓ୍ବାଶିଂଟନ,୨୧।୧୦: ପୃଥିବୀରେ ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ରୋଗ ଭାବେ ଏବେ ସିଫିଲିସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିବା ଗଣମାଧ୍ୟମ ସଂସ୍ଥା ରୟଟର୍ସ ଦ୍ୱାରା...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଗୁଳିରେ ୪ ମୃତ...

ତୁର୍କୀ-ସିରିଆ ଅସ୍ତ୍ରବିରତିର ତୃତୀୟ ଦିନ: ସୀମାରେ ଗଲାଣି ୨୧ ଜୀବନ

ଡମାସ୍‌କସ୍‌,୨୧ା୧୦(ଆଇଏଏନ୍‌ଏସ୍‌): ସିରିଆର ଉତ୍ତରପୂର୍ବାଞ୍ଚଳରେ ତୁର୍କୀର ଆକ୍ରମଣକୁ ବନ୍ଦ କରିବା ଲାଗି ୩ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା। ଏହାପରଠାରୁ ସୀମାନ୍ତରେ ୨୦ ସାଧାରଣ ନାଗରିକ ଓ ଜଣେ ତୁର୍କୀ ସୈନ୍ୟ ନିହତ ହେଲେଣି। ଏଥିସହିତ...

ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ ଭାରତ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ପ୍ରକାଶ କରିଛି। ରବିବାର ଅନଲାଇନ ରେଜିଷ୍ଟ୍ରେଶନ...

ଚାଇନାର ସୋହାନ ଯୋଗ ଭାରତରେ ପ୍ରତିଷ୍ଠା କରିବାକୁ ଯାଉଛି ୩୦ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୨୦।୧୦: ଚାଇନାର ସୋହାନ ଯୋଗ ଇନଷ୍ଟିଚ୍ୟୁଟ ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ଓ ଲଦାଖରେ ମଧ୍ୟ ସେ ତା’ର ସେଣ୍ଟର ଖୋଲିବ ବୋଲି କହିଛି। ଚାଇନାରେ ଥିବା ଏହି...

୧୨ ତାଲିବାନ୍‌ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ

କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍‌ କାଉଣ୍ଟରରେ ୧୨ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକ୍ତ କରିଛନ୍ତି। ବାଘଲାନ୍‌ ପ୍ରଦେଶର ଉତ୍ତର ଅଞ୍ଚଳରେ ଜାରି...

୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଉପରେ ଲାଗିଲା ନିଷେଧାଜ୍ଞା

କେପ ଟାଉନ୍‌,୨୦।୧୦: ଆଫ୍ରିକାର ମୋଷ୍ଟ ଫର୍ଟାଇଲ ଓମେନ ଭାବେ ପରିଚିତ ମହିଳା ଏବେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ। ପୂର୍ବ ଆଫ୍ରିକାର ଉଗାଣ୍ଡାରେ ରହୁଥିବା ମରିୟମ ନାବଟେଞ୍ଜିଙ୍କ ବର୍ତ୍ତମାନ ବୟସ ୩୯ ବର୍ଷ। ହେଲେ ସେ ୩୬ ବର୍ଷ...

ରୁଷିଆରେ ଡ୍ୟାମ୍‌ ଭୁଶୁଡ଼ି ୧୫ ମୃତ

ମସ୍କୋ,୨୦ା୧୦(ଏଏଫ୍‌ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍‌ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର କ୍ରାସନୋୟାର୍ସ୍କଠାରେ ସେଇବା ନଦୀ ଡ୍ୟାମ୍‌ ଭୁଶୁଡ଼ି ଅନେକ କ୍ୟାବିନକୁ ଭସାଇନେଇଥିଲା। ଉକ୍ତ କ୍ୟାବିନଗୁଡ଼ିକରେ...

ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ- ଜର୍ଦ୍ଦାରୀ ବିକ୍ଷୋଭ ଡାକରା ଦେଇଛନ୍ତି। ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଲୋକଙ୍କ...

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଝଟକା: ବିଳମ୍ବିତ ହେବ ବ୍ରେକ୍‌ଜିଟ

ଲଣ୍ଡନ,୨୦ା୧୦(ଏଏଫ୍‌ପି): ବ୍ରିଟେନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ପୁଣିଥରେ ଝଟକା ଲାଗିଛି। ବ୍ରେକ୍‌ଜିଟ ଚୁକ୍ତିନାମା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବ କରିବା ସପକ୍ଷରେ ଏମ୍‌ପିମାନେ ଭୋଟ ଦେଇଛନ୍ତି। ଅକ୍ଟୋବର ୩୧ରେ ବ୍ରିଟେନ ୟୁରୋପୀୟ ସଂଘ (ଇୟୁ)ରୁ ବାହାରିଯିବା ଲାଗି ଶେଷ ତାରିଖ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri