ଅନ୍ତର୍ଜାତୀୟ

ହ୍ବାଇଟ୍‌ ହାଉସ୍‌ ନିକଟରେ ବିସ୍ଫୋରଣ: ଜଣେ ମୃତ, ୫ ଆହତ

ଓ୍ବାଶିଂଟନ୍‌, ୨୦।୯: ଆମେରିକାର ହ୍ବାଇଟ୍‌ ହାଉସ୍‌ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ରାତି ୧୦ଟାବେଳେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ...

୨୧ରେ ପୂରିବ ବିକ୍ରମ ଆୟୁଷ

ହ୍ୟୁଷ୍ଟନ,୨୦-୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମର ଆୟୁଷ ଆଉ ମାତ୍ର ଦୁଇଦିନ ବାକି। ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହେବା ପରେ ଏହାସହ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ସମ୍ପର୍କ ପୁନଃ...

ସୁପର ୩୦ ପ୍ରତିଷ୍ଠାତା ଆମେରିକାରେ ପୁରସ୍କୃତ

ଓ୍ବାଶିଂଟନ,୨୦-୯(ପି.ଟି.):ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କୁ ଆମେରିକାରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ୩୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଏହି ଖ୍ୟାତନାମା ଗଣିତଜ୍ଞଙ୍କୁ ଆମେରିକାର ଫାଉଣ୍ଡେଶନ୍‌ ଫର୍‌...

ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନକୁ ୯ ଦିନ:ତାଲିବାନ ଆକ୍ରମଣରେ ୨୦ ନିହତ

କାବୁଲ,୨୦-୯(ଆଇଏଏନ୍‌ଏସ୍‌):ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ତାଲିବାନର ଆଉ ଏକ ଆକ୍ରମଣ। ଏଥର ଜାବୁଲ ପ୍ରଦେଶର କଲାତ୍‌ ସହରସ୍ଥିତ ଏକ ହସ୍ପିଟାଲକୁ ଟାର୍ଗେଟ କରିଛି ଏହି ଆତଙ୍କବାଦୀ ସଙ୍ଗଠନ। ଗୁରୁବାର ସକାଳ ୬ଟାରେ ବିସ୍ଫୋରକ ବୋଝେଇ ଏକ ଟ୍ରକ୍‌ ଉକ୍ତ ହସ୍ପିଟାଲକୁ ଧକ୍କା...

ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା

ଜେରୁଜେଲମ୍‌,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍‌କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ ଲିକୁଡ୍‌ ପାର୍ଟିକୁ ୩୧ ଆସନ ମିଳିଛି। ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେନ୍ନି ଗାଂଜଙ୍କ...

ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତାଲିବାନ

କାବୁଲ,୧୯।୯: ଦକ୍ଷିଣ ଆଫଗିସ୍ତାନର ଜାବୁଲ ସହରରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି।...

ଭାତ-ଡାଲି ଆନୁବଂଶିକ ରୋଗରୁ ଦେବ ମୁକ୍ତି

ବର୍ଲିନ୍‌,୧୯।୯: ଭାରତୀୟ ଖାଦ୍ୟ ଭାତ-ଡାଲି ଆନୁବଂଶିକ ରୋଗରୁ ମୁକ୍ତି ଦେବ। ଜର୍ମାନୀର ଲ୍ୟୁବେକ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆନୁବଂଶିକ ରୋଗ ପାଇଁ ଡିଏନ୍‌ଏ ସଂରଞ୍ଚନା ଦାୟୀ ରହିବା ସହିତ ଖାଦ୍ୟପେୟର ମଧ୍ୟ ପ୍ରଭାବ...

ଭାରତର ଜାତୀୟ ସଙ୍ଗୀତ ସ୍ବରରେ ଝୁମିଲେ ଆମେରିକା ଆର୍ମି ବ୍ୟାଣ୍ଡ

ଓ୍ବାଶିଂଟନ,୧୯।୯: ଆମେରିକାର ମ୍ୟାକୋର୍ଡ ସ୍ଥିତ ଜଏଣ୍ଟ ବେସ ଲେବିସରେ ଭାରତ-ଆମେରିକା ମଧ୍ୟରେ ୧୯ତମ ସଂଯୁକ୍ତ ଯୁଦ୍ଧାଭ୍ୟାସ ଚାଲିଛି। ଏହି ଅବସରରେ ଆମେରିକାର ଆର୍ମି ବ୍ୟାଣ୍ଡ ଭାରତର ରାଷ୍ଟ୍ରଗାନ ବା ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବଜାଇ ଏହାକୁ ସମ୍ମାନ...

ଆତଙ୍କବାଦୀଙ୍କୁ ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ଙ୍କ ପରାମର୍ଶ

ଇସଲାମାବାଦ୍‌,୧୯।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ସେନାଙ୍କଠାରୁ ସତର୍କ ରହିବାକୁ ଇମ୍ରାନ୍‌ କହିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ତୋରଖାମ୍‌ ଟର୍ମିନାଲର ଲୋକାର୍ପଣ ଉତ୍ସବରେ ଯୋଗଦେଇ ସେ ଏପରି କହିଛନ୍ତି। ଭାରତ ବିନା ସୂଚନାରେ ଯେ କୌଣସି...

ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା ବିଶ୍ୱରେ ୨୭ କୋଟି ୨୦ ଲକ୍ଷ ପ୍ରବାସୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ...

ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ ଓ ରପ୍ତାନି ବହୁଳ ଭାବେ ପ୍ରଭାବିତ ହୋଇଛି। ଏହା ପଛରେ ଇରାନର ହାତ...

ସ୍କୁଲରେ ନିଆଁ ଲାଗି ୩୦ ପିଲା ଜଳିଗଲେ

ମନ୍‌ରୋଭିଆ, ୧୯ା୯: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମନ୍‌ରୋଭିଆ ଅନ୍ତର୍ଗତ ପେନେସ୍‌ଭିଲ୍ଲେସ୍ଥିତ ଏକ କୋରାନିକ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୦ ସ୍କୁଲ ପିଲାଙ୍କ ପ୍ରାଣହାନି ଘଟିଛି। ପିଲାମାନେ ଏଠାରେ କୋରାନ୍‌ ଅଧ୍ୟୟନ କରୁଥିଲେ। ଏମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri