ଅନ୍ତର୍ଜାତୀୟ

ଇରାନକୁ ଆମେରିକାର ଧମକ

ଓ୍ବାଶିଂଟନ,୨୦।୫: ଆମେରିକା ଓ ଇରାକ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଏମିତି କହିବାର କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି ଯଦି ଇରାନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ ତେବେ...

ପାକିସ୍ତାନରେ ବଢି ଚାଲିଛି ଦରଦାମ

ଇସଲାମାବାଦ,୨୦।୫: ପାକିସ୍ତାନରେ ଦରଦାମ ଦିନକୁ ଦିନ ଆକାଶ ଛୁଆଁ ହୋଇଛି। ଇମ୍ରାନ ଖାଁଙ୍କ ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଛନ୍ତି। ବିଶେଷ କରି ଏଠାରେ ଖାଦ୍ୟ ପାନୀୟର ଦାମ ଦିନକୁ ଦିନ ଆୟତ୍ତ ବାହାରକୁ ଚାଲିଯାଉଛି।...

ଅଷ୍ଟ୍ରେଲିଆ ନିର୍ବାଚନ: ପୁଣି ଥରେ କ୍ଷମତାକୁ ଫେରିଲା କଞ୍ଜରଭେଟିଭ ମେଣ୍ଟ

ସିଡନୀ, ୧୯।୫: ଏକଜିଟ୍‌ ପୋଲ୍‌ ଆକଳନକୁ ଭୁଲ ସାବ୍ୟସ୍ତ କରି ପୁଣି ଥରେ ଶାସକ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ୧୫୧ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୭କୋଟି ଲୋକ ପ୍ରଭାବିତ

ଓ୍ବାଶିଂଟନ,୧୯।୫: ମଧ୍ୟ ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ଅଧିକାଂଶ ଘର, ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ବଡ ବଡ ଗଛ ଉପୁଡି...

ହଣ୍ଡୁରାସରେ ବିମାନ ଦୁର୍ଘଟଣା : ୫ ମୃତ

ଟେଗୁସିଗାଲପା,୧୯।୫: ହଣ୍ଡୁରାସ ଦ୍ୱୀପ ନିକଟରେ ଏକ ବଡ ବିମାନ ଦୁର୍ଘଟଣା ହୋଇଛି। ଶନିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣ କାନାଡା ଓ ଜଣେ ଆମେରିକାର ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିମାନଟି ରୋଆତରୁ ହଣ୍ଡୁରାସ...

ସ୍କଟଲାଣ୍ଡର କ୍ଲେଡ୍‌ ନଦୀ ପାଲଟିବ ଗଙ୍ଗା: ଏଥିରେ ଭାରତୀୟ କରିପାରିବେ ଅସ୍ଥି ବିସର୍ଜନ

ଲଣ୍ଡନ,୧୯।୫: ଏଣିକି ସ୍କଟଲାଣ୍ଡ୍‌ର କ୍ଲେଡ୍‌ ନଦୀ ସ୍ଥାନୀୟ ଭାରତୀୟଙ୍କ ପାଇଁ ଗଙ୍ଗା ପାଲଟିବ। ଏଥିରେ ଭାରତୀୟମାନେ ଅସ୍ଥି ବିସର୍ଜନ କରିପାରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବୀକୃତି ମିଳିଛି। ନଦୀର ଏକ ଅଞ୍ଚଳରେ ଏଭଳି ପରମ୍ପରା ପାଳନ ଲାଗି ଅନୁମତି...

ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଲେ କୁଆଁରୀ ମା’: କୁକୁର ରକ୍ଷା କଲା ଜୀବନ

ବ୍ୟାଙ୍କକ,୧୯।୫: ଥାଇଲାଣ୍ଡରେ ଜଣେ ୧୫ ବର୍ଷୀୟା କୁଆଁରୀ ମା’ ଲୋକ ଲଜ୍ୱାକୁ ଡରି ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଇଛନ୍ତି। ତେବେ ପୋଷା କୁକୁର ଗୋଡରେ ମାଟି ଖୋଳି ଶିଶୁକୁ ଉଦ୍ଧାର କରିଥିବା ପୋଲିସ ସୂଚନା ଦେଇଛି।...

ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ

ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ମୁତାବକ ଏହି ବିସ୍ଫୋରଣ ସବା...

ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା

କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ ସବୁଥର ପାଖାପାଖି ୯୧ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ ହୋଇଥାଏ। ୧୯୯୪ରେ ତ ଏହା...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର ସର୍ବତ ମିଳିବା କଷ୍ଟକର ହୋଇପଡୁଛି। ସର୍ବତ ପାଇଁ ମିଶ୍ରି ଓ ଲେମ୍ବୁର ଆବଶ୍ୟକତା...

୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ

ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ ମାନବ ମିଶନ ପଠାଯିବାର ଯୋଜନା ରହିଛି। ତେବେ କେତେକ ମହାକାଶ ବିଜ୍ଞାନୀ ଏହି...

ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍‌ରେ ଶେଷ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image