ଅନ୍ତର୍ଜାତୀୟ

ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟାରେ ଫୁଟିଲା ଗୁଳି, ଜଣେ ମୃତ

କଲରାଡୋ,୨୫।୧୨: ଖ୍ରୀଷ୍ଟମାସ ଅବସରରେ ଆମେରିକାର କଲୋରଡୋସ୍ଥିତ ଏକ ସପିଂ ସେଣ୍ଟରରେ ଗୁଳି ବିନିମୟ ହୋଇଥିଲା। ସପିଂ ସେଣ୍ଟରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି

ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଗତ ୯ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା...

ପୁଣି ଚର୍ଚ୍ଚାରେ ଟିକଟିକ, ଏହାକୁ ନେଇ ପାକିସ୍ତାନରେ ଫତଓ୍ବା ଜାରି

ଇସଲାମାବାଦ,୨୫।୧୨: ପାକିସ୍ତାନ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଅଗ୍ରଣୀ ଧାର୍ମିକ ବିଦ୍ୟାଳୟ ଜାମିଆ ବିନୋରିଆ ଟାଉନ ଟିକ୍‌ଟକ୍‌ ସମ୍ବନ୍ଧରେ ଏକ ଫତୱା ଜାରି କରିଛନ୍ତି। ପାକିସ୍ତାନୀ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକଟକକୁ ବେଆଇନ ଏବଂ ହରାମ ବୋଲି...

ପୁଟିନଙ୍କୁ ଚ୍ୟାଲେଞ୍ଜ୍‌ ଦେବାକୁ ଚାହୁଁଥିଲେ ଏହି ମହିଳା: ୧୦୦ ଭୁଲ୍‌ ବାହାରକଲେ ନିର୍ବାଚନ ଆୟୋଗ, ପ୍ରାର୍ଥୀପତ୍ର ରଦ୍ଦ

ମସ୍କୋ,୨୫।୧୨:ରୁଷିଆର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର୍‌ ପୁଟିନଙ୍କୁ ଚ୍ୟାଲେଞ୍ଜ କରିଥିବା ମହିଳା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭାଙ୍କୁ ନିର୍ବାଚନ ଆୟୋଗ ଏକ ବଡ଼ ଝଟକା ଦେଇଛି। ୨୦୨୪ ନିର୍ବାଚନରେ ରାଷ୍ଟ୍ରପତି ପୁଟିନଙ୍କୁ ଚ୍ୟାଲେଞ୍ଜ କରିବାରେ ଆଗରେ ଥିବା ୟେକାଟେରିନା...

ବିଧା-ଚାପୁଡା-ମୁଥ ମାରି ଅପରେଶନ କରୁଥିବା ଡାକ୍ତରଙ୍କୁ ନେଇ ରୋଗୀ ଆତଙ୍କିତ: ଭିଡିଓ ହେଲା ଭାଇରାଲ…

ବେଜିଂ,୨୫।୧୨ : ଚାଇନାରେ ପ୍ରତିଦିନ ଅଜବ ଘଟଣା ଘଟୁଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମରେ, ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଡାକ୍ତର ଜଣେ ବୃଦ୍ଧ ମହିଳା ରୋଗୀଙ୍କୁ ଅପରେଶନ ସମୟରେ ପିଟିଥିବାର ନଜର...

୩୦୦ ଭାରତୀୟଙ୍କୁ ନେଇ ବିମାନ ବନ୍ଦରରେ ଅଟକି ଥିବା ବିମାନ ଏବେ ଯିବ କୁଆଡେ ? ମାନବ ଚୋରାଚାଲାଣ ନେଇ ତଦନ୍ତ ଜାରି …

ପ୍ୟାରିସ,୨୫।୧୨: ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନ ବନ୍ଦରରେ ରହିଥିବା ବିମାନ ଉଡ଼ାଣ ସମ୍ପର୍କରେ ବଡ ସୂଚନା ସାମ୍ନାକୁ ଆସିଛି। ଫ୍ରାନ୍ସରେ ‘ମାନବ ଚୋରା ଚାଲାଣ’ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି...

ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ

ଜେରୁଜେଲମ୍‌,୨୫ା୧୨: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ୭୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ...

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ

ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବାର ରବିବାର ଶେଷ ତାରିଖ ଥିଲା। ତେବେ ଅନେକ ବରିଷ୍ଠ...

ଥମୁନି ଯୁଦ୍ଧ: ହମାସ୍‌ ଆକ୍ରମଣରେ ୧୪ ଇସ୍ରାଏଲୀ ସୈନ୍ୟ ନିହତ

ତେଲ୍‌ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍‌ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍‌ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍‌ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ ସବୁଠୁ ରକ୍ତରଞ୍ଜିତ ଦିନ। ଇସ୍ରାଏଲ୍‌ର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହମାସ୍‌ ଲଢ଼େଇ...

ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା, ସତର୍କ ରହିବାକୁ କହିଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ/ଜେନେଭା,୨୪।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ କରୋନା ଏବଂ ଇନଫ୍ଲୁଏଞ୍ଜାର ନୂତନ ସବ-ଭାରିଆଣ୍ଟ ଜେଏନ ୧ ସମେତ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ବୃଦ୍ଧି କରିବାକୁ ଅନୁରୋଧ କରିଛି। ହୁ...

ରେଡ ସି’ରେ ଆଉ ଏକ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ତ୍ରିରଙ୍ଗା ଲାଗିଥିବା କରାଯାଉଛି ଦାବି

ଓ୍ବାଶିଂଟନ,୨୪।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ରବିବାର ସକାଳେ ଲୋହିତ ସାଗର ବା ରେଡ ସି’ରେ ଆଉ ଏକ ତୈଳ ପରିବହନ କରୁଥିବା ଜାହାଜକୁ ଟାର୍ଗେଟ କରିଥିଲେ। କୁହାଯାଇଛି ଯେ ଏହି ଜାହାଜରେ ୨୫ ଜଣ ଭାରତୀୟ କ୍ରୁ ସଦସ୍ୟ...

ଦୁଇ ଗର୍ଭାଶୟ ଥିବା ମହିଳା ଜନ୍ମଦେଲେ ଜାଆଁଳା ସନ୍ତାନ

ଓ୍ବାଶିଂଟନ,୨୪ା୧୨: ଆମେରିକାର ଆଲବାମାଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ଗର୍ଭାଶୟ ଥିବା ଜଣେ ମହିଳା ଯାଆଁଳା ଝିଅକୁ ଜନ୍ମ ଦେଇଛନ୍ତି। ଏହିପରି ମାମଲା କେବଳ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକରେ ଘଟିଥାଏ। ଉଭୟ ଆଲବାମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri