ଅନ୍ତର୍ଜାତୀୟ

କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ବହୁମତ ୨୭୦ ହାସଲ କରିବା...

ଏହି ମହିଳା ଚା’ ବାଲାଙ୍କ ପାଖରେ ବସନ୍ତି ବଡ଼ ବଡ଼ ଧନୀ, ଜାଣନ୍ତୁ ତାଙ୍କ ବିଷୟରେ…

ଲଣ୍ଡନ,୯।୧୧: ଋଷି ସେଠିୟା। ୟୁନାଇଟେଡ କିଙ୍ଗଡମର ଜଣେ ପ୍ରଭାବଶାଳୀ ତଥା ଧନୀକ ପରିବାରରୁ ସେ ଆସନ୍ତି । ତାଙ୍କ ପରିବାର ବ୍ୟବସାୟ ତଥା ବାଣିଯ୍ୟ ପାଇଁ ଜଣାଶୁଣା। କହିରଖୁଛୁୁ, ଋଷିଙ୍କ ବାପା ନିର୍ମଳ କୁମାର ସେଠିୟା ଜଣେ ସଫଳ ଉଦ୍ୟୋଗପତି...

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ

ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି...

ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ସେ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ବୋଲି...

ସୁସି ଓ୍ବିଲ୍ସଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମନୋନୀତ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୯ା୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ ସୁସି ଓ୍ବିଲ୍ସଙ୍କୁ ମନୋନୀତ କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଚାରର ସଫଳ ପରିଚାଳନା କରିଥିଲେ ସୁସି। ସେ ଟ୍ରମ୍ପ୍‌ଙ୍କର ଘନିଷ୍ଠ ହୋଇଥିବାବେଳେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ...

ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍‌ଦାର: ପୁଟିନ୍‌

ମସ୍କୋ,୯ା୧୧: ଭାରତର ଅର୍ଥନୀତି ଏବେ ଅନ୍ୟ ଦେଶଗୁଡ଼ିକଠାରୁ ଦ୍ରୁତ ବେଗରେ ଅଗ୍ରଗତି କରୁଛି। ତେଣୁ ଏହା ବିଶ୍ୱ ମହାଶକ୍ତି ତାଲିକାରେ ସ୍ଥାନ ପାଇବାକୁ ହକ୍‌ଦାର ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କହିଛନ୍ତି। ସୋଚିଠାରେ ଭାଲ୍‌ଡାଇ ଡିସ୍‌କସନ କ୍ଲବ୍‌ର ଅଧିବେଶନକୁ...

ମିଶିଯିବେ ପୁଟିନ୍‌-ଟ୍ରମ୍ପ! ପୁଟିନ୍‌ କଲେ ବଡ଼ ଘୋଷଣା…

ମସ୍କୋ,୮।୧୧: ସୁପରପାଓ୍ବାରର ମୁକୁଟ ପିନ୍ଧିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆଗାମୀ ବର୍ଷ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପଙ୍କ ଆମେରିକା ଦଖଲ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ସବୁ ଦେଶର ମୁଖ୍ୟ ତାଙ୍କୁ...

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ଖୁବ ପ୍ରଶଂସା କରିଥିଲେ। ପୁଟିନ ବଦ୍ଲାଇ ଆଲୋଚନାରେ ରୁଷିଆ ଏବଂ...

କେଉଁ ମାଂସ ଖାଇବାକୁ ଭଲ ପାଆନ୍ତି ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶଂଟନ୍‌,୧୧।୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ସାରା ବିଶ୍ବରେ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କର ପରିବାର, ସମ୍ପତ୍ତି ଓ ସଉକ ଠାରୁ ଆରମ୍ଭ କରି...

ଆସନ୍ତା ନିର୍ବାଚନରେ ତାଙ୍କ ଖେଳ ଖତମ୍‌: କାହାକୁ ନେଇ ଏମିତି କହିଲେ ଏଲନ ମସ୍କ

କାଲିଫର୍ନିଆ,୮।୧୧: ଭାରତ-କାନାଡା ସମ୍ପର୍କ ସୁଧୁରିନାହିଁ। ଏଥି ସହିତ ଆମେରିକାରେ ମଧ୍ୟ ସ୍ପଷ୍ଟ ହୋଇଛି ଯେ, ନୂତନ ରାଷ୍ଟ୍ରପତି କିଏ ହେବେ। ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ମଧ୍ୟରେ ଟେସଲା ସିଇଓ ତଥା ବିଲିୟନେୟାର ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ...

ଜର୍ମାନୀରେ ଘନେଇଲା ରାଜନୈତିକ ସଙ୍କଟ: ଭାଙ୍ଗିଲା ଓଲାଫ୍‌ଙ୍କ ମେଣ୍ଟ ସରକାର

ବର୍ଲିନ,୮ା୧୧: ଜର୍ମାନୀ ମେଣ୍ଟ ସରକାରରେ ଦୀର୍ଘ ସମୟ ଧରି ଅନ୍ତର୍କଳହ ଲାଗି ରହିଥିଲା। ବୁଧବାର ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜ ନିଜ ମନ୍ତ୍ରିମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିରୋଧୀ...

ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ: ବାଇଡେନ୍‌

ଓ୍ବାଶିଂଟନ୍‌,୭ା୧୧: ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବୋପରି। ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ ବୋଲି ଗୁରୁବାର ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବିଜୟୀ ହେବା ପରେ ବାଇଡେନ୍‌ ହ୍ବାଇଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri