ଅନ୍ତର୍ଜାତୀୟ

ଚାଇନା ନୌସେନା ଜାହାଜକୁ ଅଟକିବାକୁ ଦେଲାନି ଶ୍ରୀଲଙ୍କା: ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ କହିଲେ ବୈଦେଶିକମନ୍ତ୍ରୀ…

କଲମ୍ବୋ,୨୬।୯ : ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ସୋମବାର କହିଛନ୍ତି ତାଙ୍କ ସରକାର ଚାଇନା ଜାହାଜକୁ ଶ୍ରୀଲଙ୍କାରେ ଅଟକି ଯିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପାଇଁ ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ। ଚାଇନାର ନୌସେନା ଜାହାଜ ଜିନ ୟାନ ୬ ଅକ୍ଟୋବରରେ...

ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣରେ ୨୦ ଶରଣାର୍ଥୀଙ୍କ ମୃତ୍ୟୁ: ଜାତିଆଣ ନରସଂହାର ଅଭିଯୋଗ ଆଣିଲା ଆର୍ମେନିଆ…

ବାକୁ,୨୬।୯ : ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦ ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ଲୋକ...

ଇମ୍ରାନଙ୍କୁ ଝଟ୍‌କା: ସିଫର ମାମଲାରେ ୧୪ ଦିନ ବଢ଼ିଲା ନ୍ୟାୟିକ ହେପାଜତ ସମୟ ସୀମା…

ଇସଲାମାବାଦ, ୨୬।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ପୁଣି ବୃଦ୍ଧି ପାଇଛି। ସିଫର ମାମଲାରେ କୋର୍ଟ ତାଙ୍କ ପ୍ରାଥମିକ ମୁକ୍ତ ହେବାର ଆଶାକୁ ଖଣ୍ଡନ କରି ନ୍ୟାୟିକ ହେପାଜତକୁ ଆଉ ୧୪...

‘ସଂସଦରେ ହିଟଲର ସମର୍ଥକ ପୂର୍ବତନ ସୈନିକଙ୍କୁ ସମ୍ମାନୀତ କରିବା ଲଜ୍ୟାଜନକ’,କହିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଅଟାଓ୍ବା,୨୬।୯: କାନାଡା ସଂସଦ, ହାଉସ ଅଫ କମନ୍ସରେ ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ନେଇ ଉତ୍ତେଜନା ଦେଖାଦେଇଛି। ଯଦିଓ ସାଂସଦଙ୍କ ଏହି କାର୍ଯ୍ୟ ପାଇଁ ବାଚସ୍ପତି କ୍ଷମା ମାଗିଛନ୍ତି, ତଥାପି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ...

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

ମେକ୍ସିକୋ ସିଟି,୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ ଶରୀରକୁ ଖନନ କରିଛନ୍ତି, ଯାହା ୧୦୦୦ ବର୍ଷରୁ ଅଧିକ ପୁରୁଣା ହୋଇପାରେ।...

ବାଲୁଚିସ୍ତାନରେ ଲୋକଙ୍କୁ ହତ୍ୟା କରୁଛି ପାକିସ୍ତାନୀ ସେନା, ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବାଧିକାର ପରିଷଦ ବୈଠକ ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ହୋଇଛି। ବାଲୁଚିସ୍ତାନ ସ୍ବାଧୀନତାର ସମର୍ଥକମାନେ ମାନବାଧିକାର ପରିଷଦ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଏବଂ ବ୍ୟାନର ଲଗାଇ ପାକିସ୍ତାନୀ ସେନା ବିରୋଧରେ ବିରୋଧ କରୁଛନ୍ତି। ବାଲୁଚ ଭଏସ ଆସୋସିଏସନର...

ବ୍ରାଜିଲ ରାଷ୍ଟ୍ରପତିଙ୍କର ହେବ ହିପ ସର୍ଜରୀ, ତିନି ସପ୍ତାହ ଘରେ ରହି କରିବେ କାମ

ସାଓ ପାଓଲୋ,୨୬।୯: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲାେ ଦା ସିଲ୍‌ଭାଙ୍କର ଚଳିତ ସପ୍ତାହରେ ହିପ ସର୍ଜରୀ କରାଯିବ। ସର୍ଜରୀ ପାଇଁ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ସେ ନିଜ ଘରେ ରହି କାମ କରିବେ। ମଙ୍ଗଳବାରରୁ ସେ ହସ୍ପିଟାଲ...

କଶ୍ମୀର ଦଖଲ ବିରୋଧରେ ଜେନେଭାରେ ବିରୋଧ: ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ୍‌

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୪ତମ ଅଧିବେଶନ ଜେନେଭାରେ ଚାଲିଛି। ଏହି ସମୟରେ ୟୁନାଇଟେଡ କଶ୍ମୀର ପିପୁଲ୍ସ ନ୍ୟାଶନାଲ ପାର୍ଟି (ୟୁକେପିଏନପି)ର ରାଜନୈତିକ କର୍ମୀମାନେ ଏଠାରେ ପ୍ରଦର୍ଶନ କରିଥିଲେ। ପିଓକେ କର୍ମୀମାନେ ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ ଦେଇଥିଲେ।...

ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ନିକ୍କି ହାଲି

ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ନିକ୍କି ହେଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାଇଡେନ୍‌ ଆମେରିକାକୁ କମ୍ୟୁନିଷ୍ଟ ଚାଇନା ଉପରେ ଅଧିକ ନିର୍ଭରଶୀଳ କରିଦେଇଛନ୍ତି। ମୁଁ...

୩ ବର୍ଷ ପରେ ବିଦେଶୀଙ୍କ ପାଇଁ ସୀମା ଖୋଲିଲା ଉତ୍ତର କୋରିଆ

ବେଜିଂ, ୨୬।୯ : କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ବର୍ଷ ଧରି ନିଜ ସୀମାକୁ ବିଦେଶୀମାନଙ୍କ ପାଇଁ ବନ୍ଦ ରଖିଥିବା ଉତ୍ତର କୋରିଆ ସୋମବାର ତାହାକୁ ଖୋଲିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍‌...

ଭାରତ ଉପରେ ଟ୍ରୁଡୋଙ୍କ ଅଭିଯୋଗ ମାମଲା: କାନାଡାକୁ ଦୋଷ ଦେଲା ଶ୍ରୀଲଙ୍କା

କଲମ୍ବୋ,୨୬।୯: ଖଲିସ୍ତର ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ସମ୍ପୃକ୍ତି ନେଇ କରିଥିବା ଅଭିଯୋଗକୁ ଶ୍ରୀଲଙ୍କା ଖଣ୍ଡନ କରିଛି। ଶ୍ରୀଲଙ୍କା କାନାଡାକୁ ସିଧାସଳଖ ସମାଲୋଚନା କରିଛି ଏବଂ ଏହାକୁ ଆତଙ୍କବାଦୀଙ୍କ ପାଇଁ...

ଏସ୍‌ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ

ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜେ) ହାସଲ ଦିଗରେ ବେଶ୍‌ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri