ଅନ୍ତର୍ଜାତୀୟ

ଆଫଗାନିସ୍ତାନ ଜନତାଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି ତାଲିବାନ: ଜାତିସଂଘ…

ଜେନେଭା,୧୨।୯ : ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମଙ୍ଗଳବାର କହିଛନ୍ତି ତାଲିବାନ ଆଫଗାନିସ୍ତାନର ଲୋକଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି। ସେ କହିଛନ୍ତି ଯେ ତାଲିବାନ ଶାସନରେ ମହିଳା ଓ ବାଳିକା ଅତ୍ୟଧିକ ନିଷ୍ଠୁର ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଜାତିସଂଘର...

ଲିବ୍ୟାରେ ପ୍ରକୃତିର ତାଣ୍ଡବ: ୩୦୦୦ରୁ ଅଧିକ ମୃତ, ଉଦ୍ଧାରକାରୀଙ୍କ ମଧ୍ୟରୁ ୧୨୩ନିଖୋଜ

ଟ୍ରିପୋଲି,୧୨।୯: ଲିବ୍ୟା ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଭୟଙ୍କର ଝଡ ଓ ବନ୍ୟାରେ ସାରା ଦେଶ ମାଟି କାମୁଡି ପଡିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,...

ଯେଉଁଠି ଜାହାଜଙ୍କୁ ଦିଆଯାଏ କବର!

ଜନ୍ମ ପରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କେବେ ନିର୍ଜୀବ ବସ୍ତୁର ମୃତ୍ୟୁ କଥା ଶୁଣିଛନ୍ତି।...

ଆଫଗାନିସ୍ତାନକୁ ୫୦ ହଜାର ମେଟ୍ରିକ୍‌ ଟନ୍‌ ଶସ୍ୟ, ୨୦୦ ଟନ୍‌ ଔଷଧ ପଠାଇଲା ଭାରତ

କାବୁଲ,୧୨।୯: ଭାରତ ମିଳିତ ଜାତିସଂଘରେ ସୂଚନା ଦେଇ କହିଛି ଯେ, ଭାରତ ଆଫଗାନିସ୍ତାନର ପଡୋଶୀ ଏବଂ ବିକାଶ ସହଯୋଗୀ। ଉଭୟ ଦେଶ ଐତିହାସିକ ସଭ୍ୟତା। ଆମେ ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥାୟିତ୍ୱର ସମର୍ଥକ ଏବଂ ଆଫଗାନିସ୍ତାନରେ ମାନବ ଅଧିକାର ବିକାଶ...

ବିଆରଆଇ ବିବାଦ ବେଳେ ଚାଇନାକୁ ଗସ୍ତ କରିବେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଚଳିତ ମାସ ୨୩ରେ ଚାଇନା ଗସ୍ତ କରିବେ। ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟ (ବିଆରଆଇ)କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ପ୍ରଚଣ୍ଡ ଚାଇନା ଗସ୍ତ କରିବା ସବୁ...

ଦିଲ୍ଲୀରୁ ଉଡାଣ ଭରିଲା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଦିଲ୍ଲୀରୁ ଉଡାଣ ଭରିଛି। ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯାଇଥିବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନର ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ...

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ/ଇସଲାମାବାଦ,୧୨।୯ : ଶେଷ ଥର ପାଇଁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାୟୁସେନା ମଧ୍ୟରେ ଡଗ ଫାଇଟ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଫେବୃଆରୀ ୨୦୧୯ ରେ ଦେଖିବାକୁ ମିଳିଥିଲା। ପୁଣି ଥରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ...

ବ୍ରିଟିଶ୍‌ ଗଣମାଧ୍ୟମର ଅଭିଯୋଗ, ଜି-୨୦ରେ ସୁନକଙ୍କୁ ଅଣଦେଖା କଲା ଭାରତ

ଇଂଲଣ୍ଡ,୧୨।୯: ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି। ସୁନକଙ୍କୁ ମୋଦି ସରକାର ଅଣଦେଖା କରିଥିବା...

ବିମାନ ଯାତ୍ରାକୁ ଭୟ କରନ୍ତି କିମ୍‌, ପ୍ରାୟତଃ ଟ୍ରେନରେ କରିଥାନ୍ତି ଯାତ୍ରା…

ପ୍ୟୋଙ୍ଗୟାଙ୍ଗ,୧୨।୯ : ବାସ୍ତବରେ କୁହାଯାଇଛି ଯେ ଉଭୟ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲ ଏବଂ ତାଙ୍କ ଜେଜେବାପା କିମ ଇଲ ସାଙ୍ଗ ବିମାନ ଯାତ୍ରାକୁ ଭୟ କରୁଥିଲେ। ବିମାନ ଯାତ୍ରା ସମୟରେ ତାଙ୍କ ଜେଟରେ ବିସ୍ଫୋରଣ...

ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ରେ ଭାରତୀୟ ମୂଳର ଦୁଇ ଲେଖକ

ଲଣ୍ଡନ, ୧୨।୯: ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ପାଇଁ ଭାରତୀୟ ମୂଳର ଦୁଇ ଲେଖକଙ୍କୁ ମନୋନୀତ କରାଯାଇଛି। ବିଶ୍ୱର ୬ଟି ଲେଖକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି। ସେଥିରେ ଭାରତୀୟ ବଂଶୋଦ୍ଭବ ନନ୍ଦିନୀ ଦାସ ଏବଂ...

ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…

ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ...

ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ କରାଯାଉଛି ଦୁର୍ବ୍ୟବହାର

ଇସଲାମାବାଦ,୧୨।୯: ପାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଶରଣାର୍ଥୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଦାବି କରିଛି ଯେ, ପାକିସ୍ତାନ ପୋଲିସ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦୁର୍ବ୍ୟବହାର କରୁଛି। ପାକିସ୍ତାନର ଆଫଗାନିସ୍ତାନ ଶରଣାର୍ଥୀ ପରିଷଦ ଅଧିକାରୀ ଦାବି କରିଛନ୍ତି ଯେ, ପାକିସ୍ତାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri