ଅନ୍ତର୍ଜାତୀୟ

ତାମିଲ ସମେତ ୪ ଭାଷା ଜାଣିଛନ୍ତି ନୂଆ ରାଷ୍ଟ୍ରପତି ଥର୍‌ମାନ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍‌ମାନ ଶାନମୁଗରତ୍ନମ୍‌ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ହାଜଲ କରିଛନ୍ତି। ୨୦୧୧ରୁ ଥର୍‌ମାନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏକି ୭୦ପ୍ରତିଶତରୁ...

୭ ସେପ୍ଟେମ୍ବରରେ ଭାରତ ପହଞ୍ଚିବେ ବାଇଡେନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ

ଓ୍ବାଶିଂଟନ୍‌,୨।୯: ରାଜଧାନୀ ଦିଲ୍ଲୀରେ ୯ ଏବଂ ୧୦ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଠାରୁ ଆରମ୍ଭ କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ...

ରୁଷିଆର ଲୁନା -୨୫ଧକ୍କା ହେବାରୁ ଚନ୍ଦ୍ରରେ ୩୩ ଫୁଟର ଗର୍ତ୍ତ, ଦୁର୍ଘଟଣା ସ୍ଥାନକୁ ଖୋଜିଲା ନାସା

କେପ କ୍ୟାନଭେରଲ,୨।୯: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ସମ୍ଭାବ୍ୟ ସ୍ଥାନକୁ ଖେଶଜି ବାହାର କରିଛି ଯେଉଁଠାରେ ରୁଷିଆର ରୋବୋଟିକ ଲ୍ୟାଣ୍ଡର ଲୁନା -୨୫ ଗତ ମାସରେ ଏକ ଅନିୟନ୍ତ୍ରିତ କକ୍ଷପଥକୁ ଯିବା ପରେ ଚନ୍ଦ୍ରରେ ଖସିପଡିଥିଲା। ୪୭ ବର୍ଷ...

ଇରାକରେ ସଡ଼କ ଦୁର୍ଘଟଣା, ୧୬ ମୃତ

ବାଗଦାଦ,୨।୯: ଇରାକରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ଇରାନୀୟ ଥିଲେ। ଏହି ଦୁର୍ଘଟଣାରେ ୧୭ ଜଣ ମଧ୍ୟ ଆହତ ହୋଇଛନ୍ତି। ଇରାକର ଉତ୍ତର ଭାଗର...

ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ସୈନ୍ୟ ଅଭ୍ୟାସକୁ ଦେଖି ଚିନ୍ତାରେ ଉତ୍ତର କୋରିଆ, ପରୀକ୍ଷା କଲା କ୍ଷେପଣାସ୍ତ୍ର

ସିଓଲ,୨।୯: ଶନିବାର ସକାଳେ ଉତ୍ତର କୋରିଆ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରୁ ସମୁଦ୍ର ଆଡକୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ନିକଟରେ ଆମେରିକା ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ...

ଚାଇନା ମାନଚିତ୍ରକୁ ଆଉ ୪ ଦେଶର ବିରୋଧ

ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍‌ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା ସମାଲୋଚନା କରିଛନ୍ତି। ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ...

ଚାଇନା ସାମ୍ନାରେ ନୂଆ ମାନଚିତ୍ରର ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

କାଠମାଣ୍ଡୁ,୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ବେଜିଂ ଗସ୍ତ ସମୟରେ ଚାଇନା ଦ୍ୱାରା ଜାରି ହୋଇଥିବା ନୂତନ ମାନଚିତ୍ରର ପ୍ରସଙ୍ଗ ଉଠାଇବେ। ଚାଇନା ନୂତନ ମାନଚିତ୍ରରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖଙ୍କୁ ଭାରତୀୟ ଅଞ୍ଚଳ ଭାବରେ ଦର୍ଶାଯାଇଛି।...

ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କଲା କାନାଡା, ପ୍ରଧାନମନ୍ତ୍ରୀ ଟ୍ରୁଡେ କହିଲେ ଏହି ପ୍ରକ୍ରିୟା ବହୁତ ଜଟିଳ

ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ ଦେଶ କହିଥିାଲ ଯେ ସେମାନେ ଚଳିତ ବର୍ଷ ପ୍ରାଥମିକ ଚୁକ୍ତିନାମା କରିବାକୁ...

ଭାରତ ସହ ଜେଟ୍‌ ଇଞ୍ଜିନ ନିର୍ମାଣକୁ ମଞ୍ଜୁରୀ ଦେଲା ଆମେରିକା ସଂସଦ

ଓ୍ବାଶିଂଟନ୍‌,୨।୯: ଆମେରିକା ସଂସଦ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ)ର ସହଭାଗିତାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ଉତ୍ପାଦନକୁ ସବୁଜ ସଙ୍କେତ ଦେଇଛି। ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ...

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଭବ ଥର୍‌ମାନ

ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍‌ମାନ ଶାନମୁଗରତ୍ନମ୍‌ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର ଘୋଷଣା କରିଛି ଯେ, ଶାନମୁଗରତ୍ନମ୍‌ ୭୦.୪ ପ୍ରତିଶତ ଭୋଟ ସହ ଜିତିଛନ୍ତି। ସିଙ୍ଗାପୁରରେ...

ପ୍ରଧାନମନ୍ତ୍ରୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ ଏହି ଦେଶର ରାଜା

ବ୍ୟାଙ୍କକକ୍‌,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ ପରେ ଦେଶରୁ ନିର୍ବାସନ ହୋଇଥିଲେ। ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ଏହି...

ପାକିସ୍ତାନରେ ପୁଲଓ୍ବାମା ଭଳି ଆକ୍ରମଣ, ସେନା ଗାଡି ସହ ପିଟି ହେଲା ଆତ୍ମଘାତୀ ଆକ୍ରମଣକାରୀ, ବିସ୍ଫୋରଣରେ ୯ ମୃତ

ଇସଲାମାବାଦ,୧।୯: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଟିଟିପି ଆତ୍ମଘାତୀ ଆକ୍ରମଣରେ ୯ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶରେ ଘଟିଥିବା ବେଳେ ଏକ ବାଇକ ଯୋଗେ ଆତ୍ମଘାତୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri