ଅନ୍ତର୍ଜାତୀୟ

ଭାରତୀୟ ମୂଳ ରିଚାର୍ଡ ବର୍ମାଙ୍କୁ ମିଳିଲା ଆମେରିକା ବୈଦେଶିକ ବିଭାଗର ମୁଖ୍ୟ ପଦ

ଓ୍ବାଶିଂଟନ,୩୧ା୩ ଆମେରିକା ସିନେଟ ଭାରତୀୟ ମୂଳ ଆମେରିକୀୟ ରିଚାର୍ଡ ବର୍ମାଙ୍କୁ ଡେପୁଟି ସେକ୍ରେଟେରୀ, ମ୍ୟାନେଜମେଣ୍ଟ ଏବଂ ରିସୋର୍ସ ସଚିବ ଭାବରେ ନିଯୁକ୍ତି କରିଛି। ସିନେଟ ୬୭-୨୬ ଭୋଟରେ ୫୪ ବର୍ଷୀୟ ରିଚାର୍ଡଙ୍କୁ ଚୟନ କରିଥିଲେ। ସେ ୧୬ ଜାନୁୟାରୀ ୨୦୧୫ରୁ...

ଭାରତକୁ ୬୦ ବଳକା ଜଳହସ୍ତୀ ପଠାଉଛି କଲମ୍ବିଆ

କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ସରକାର ଏକ ଅଭିଯାନ...

ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ସୁରକ୍ଷା ସମିକ୍ଷା ବିଷୟରେ ଅବଗତ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ, ଡାଉନିଂ ଷ୍ଟ୍ରିଟ ଦେଲା ସୂଚନା

ଲଣ୍ଡନ,୩୧ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଡାଉନିଂ ଷ୍ଟ୍ରିଟ’ ଗୁରୁବାର କହିଛି ପ୍ରଧାନମନ୍ତ୍ରୀ ଋଷି ସୁନକ ଲଣ୍ଡନ ସ୍ଥିତ ଭାରତୀୟ ମିଶନରେ ହିଂସା ଘଟଣା ପରେ ଭାରତୀୟ ସୁରକ୍ଷା ଚିନ୍ତାକୁ ନେଇ ଅବଗତ ଅଛନ୍ତି ଓ ସୁରକ୍ଷା ବ୍ୟବସ୍ଥାର ସମିକ୍ଷା...

ଭୂକମ୍ପରେ ଥରିଲା ଚିଲି

ସାଣ୍ଟିଆଗୋ,୩୧।୩: ଚିଲି ରାଜଧାନୀ ସାଣ୍ଟିଆଗୋରେ ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପକୁ ନିଶ୍ଚିତ କରିଛି। ଏହି ଭୂକମ୍ପ କେନ୍ଦ୍ର ସାଣ୍ଟିଆଗୋଠାରୁ...

ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନି କିଲ୍‌ୟାରିଙ୍କୁ ଏକ୍ସପ୍ରେସ ୱେ ନିକଟରେ ଗୁଳି କରାଯାଇଛି ।...

ଟ୍ରମ୍ପଙ୍କ ବିରୋଧରେ ଚାଲିବ ମାମଲା

ନ୍ୟୁୟର୍କ,୩୧।୩: ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ମାମଲାରେ ଟ୍ରମ୍ପଙ୍କ ଅଡୁଆ ଆହୁରି ବୃଦ୍ଧି ପାଇଛି। ଏହି ମାମଲାରେ ଏବେ ତାଙ୍କ ନାଁରେ ମୋକଦ୍ଦମା ଚାଲିବ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯିଏ ଅପରାଧିକ ମାମଲାର ସମ୍ମୁଖୀନ...

୩ ମାସ ପରେ ବ୍ରାଜିଲ ଫେରିଲେ ପୂର୍ବତନ ରାଷ୍ଟ୍ରପତି

ବ୍ରାସିଲିଆ, ୩୦।୩: ପୂର୍ବତନ ରାଷ୍ଟ୍ରପତି ଜୈର ବଲସୋନାରୋ ଗୁରୁବାର ବ୍ରାଜିଲ ଫେରିଛନ୍ତି। ୩ ମାସ ଫ୍ଲୋରିଡାରେ ରହି ଫେରିବା ପରେ ବର୍ତ୍ତମାନ ବ୍ରାଜିଲ୍‌ର ରାଜନୈତିକ ମହୋଲ ସରଗରମ ହେବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ବଲସୋନାରୋ ଆମେରିକା ଚାଲିଯାଇଥିଲେ।...

୨ ସେନା ହେଲିକପ୍ଟର ଧକ୍କା: ଚାଲିଗଲା ୯ ଜୀବନ

ଫର୍ଟ କ୍ୟାମ୍ପବେଲ୍‌, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ କେଣ୍ଟୁକିଠାରେ ଏହି ଦୁର୍ଘଟଣା ଘଟିଥିବା ସାମରିକ ମୁଖପାତ୍ର ନୋଣ୍ଡିସ୍‌ ଥୁର୍‌ମାନ କହିଛନ୍ତି।...

କୋଭିଡ ପଜିଟିଭ୍‌ ସତ୍ତ୍ୱେ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା, ୩୦ ଦିନ ଯାଏ ସଂସଦରୁ ନିଲମ୍ବିତ

ଲଣ୍ଡନ,୩୦।୩: ବ୍ରିଟେନର ଏମ୍‌ପି ମାର୍ଗେଟ ଫେରିଅର୍‌ କରୋନାରେ ଆକ୍ରାନ୍ତ ଥିବା ସତ୍ତ୍ୱେ ଲଣ୍ଡନରୁ ଗ୍ଲାସ୍‌ଗୋକୁ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା। ତାଙ୍କୁ ଲୋକ ସଭାରୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସଂସଦର ମାନକ କମିଟି କହିଛି ଯେ,...

ଗୁପ୍ତଚର ଅଭିଯୋଗରେ ଖବରଦାତା ଅଟକ

ମସ୍କୋ,୩୦ା୩: ଗୁପ୍ତଚର ସନ୍ଦେହରେ ଆମେରିକାର ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲର ଜଣେ ଖବରଦାତାଙ୍କୁ ଗୁରୁବାର ଅଟକ ରଖାଯାଇଥିବା ରୁଷିଆର ସୁରକ୍ଷା ଏଜେନ୍ସି ଏଫ୍‌ଏସ୍‌ବି କହିଛି। ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହା ବିଦେଶୀ ଖବରଦାତାଙ୍କ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ...

ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି...

ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ

ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍‌ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri