ଅନ୍ତର୍ଜାତୀୟ

ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ।...

‘ବ୍ରିଟେନର ଆର୍ଥିକ ଭବିଷ୍ୟତ ପାଇଁ ହିନ୍ଦୀ, ଗୁଜରାଟୀ, ଊର୍ଦ୍ଦୁ ଶିକ୍ଷା ଜରୁରୀ’

ଲଣ୍ଡନ,୨୫ା୨: ୟୁକେ ସରକାରଙ୍କୁ ଦକ୍ଷିଣ ଏସୀୟ ଭାଷା ଶିକ୍ଷା କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। କାରଣ ଏହି ଭାଷା ଦକ୍ଷତା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଜରୁରୀ ଅଟେ ବୋଲି ଶ୍ରମ ଏବଂ ସମବାୟ ସଂସଦର...

ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…

ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବ ଏବଂ ୧୭ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହାକୁ ଏକ୍ସ...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…

ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ...

ତୁର୍କୀରେ ପୁଣି ଭୂକମ୍ପ

ଆଙ୍କାରା,୨୫ା୨: ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ...

ଆମେରିକା ବିଲିୟନେୟାର ନିଜକୁ ଗୁଳ କରି କଲେ ଆତ୍ମହତ୍ୟା…

ଓ୍ବାଶିଂଟନ,୨୫।୨ : ଆମେରିକୀୟ ବିଲିୟନେୟାର ଫାଇନାନ୍ସର୍‌ ଥୋମାସ ଏଚ ଲି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ଇକ୍ୱିଟି ବିନିଯୋଗ ଏବଂ ଲିଭରେଜ କ୍ରୟଆଉଟର ଅଗ୍ରଦୂତ ଭାବରେ ବିବେଚିତ ହେଉଥିଲେ ମୃତ୍ୟୁ ବେଳକୁ ତାଙ୍କ ୭୮ ବର୍ଷ ବୟସ...

କାମ୍ବୋଡିଆରେ ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ଜେନେଭା,୨୫।୨ : ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ଭେଙ୍ଗ ପ୍ରଦେଶରେ ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷ ବୟସ୍କା ନାବାଳିକଙ୍କର ମୃତ୍ୟୁ ଘଟିଛି। ଏବେ ତାଙ୍କ ପିତାଙ୍କଠାରେ ମଧ୍ୟ ଏଚ-୫ଏନ-୧ ମାନବ ପକ୍ଷୀ ସ୍ବାଇନ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଛି।...

ୟୁକ୍ରେନ୍‌ ଊପରେ ଆଣବିକ ଆକ୍ରମଣ ନ କରିବାକୁ ରୁଷିଆକୁ ପରାମର୍ଶ ଦେଇଥିଲେ ଭାରତ-ଚାଇନା: ଆମେରିକା…

ଓ୍ବାଶିଂଟନ,୨୫।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରିଥାନ୍ତେ। ମାତ୍ର...

ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି

ଆଙ୍କାରା, ୨୫।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଶନିବାର ୫୦ ହଜାରକୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ପୁଣି ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ...

ରୁଷିଆର ସଦସ୍ୟତା ରଦ୍ଦ କଲା ଏଫ୍‌ଏଟିଏଫ୍‌

ପ୍ୟାରିସ୍‌,୨୫।୨: ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ପୂରିଛି।  ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ରୁଷିଆକୁ ଏକ ବଡ଼ ଝଟ୍‌କା ଦେଇଛି। ଏଫ୍‌ଏଟିଏଫ୍‌ ରୁଷିଆର ସଦସ୍ୟତାକୁ ରଦ୍ଦ କରିଥିବା ଜଣାପଡ଼ିଛି। ୟୁକ୍ରେନ ଉପରେ ହୋଇଥିବା...

ଟ୍ରମ୍ଫକୁ ହତ୍ୟା ଧମକ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମାରିବାକୁ ଇରାନ ପ୍ରସ୍ତୁତ କରିଛି କ୍ରୁଜ ମିଶାଇଲ

ତେହରାନ,୨୫ ।୨: ଇରାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଇରାନର ଟପ କମାଣ୍ଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏଥିପାଇଁ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବାର କ୍ଷମତା...

ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ହିଜବୁଲର ମୁଖ୍ୟ ସଲାଉଦ୍ଦିନ

ଇସଲାମାବାଦ,୨୫ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ତା’ର ପୂର୍ବ ପ୍ରକୃତିକୁ ଛାଡି ପାରୁ ନାହିଁ । ବିଶ୍ୱ ସଙ୍ଗଠନର ବହୁ ପ୍ରତିବନ୍ଧକ ପରେ ବି ଏଠାରେ ସଡ଼କରେ ଖୋଲାଖୋଲି ଭାବେ ବୁଲୁଛନ୍ତି ଆତଙ୍କବାଦୀ ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri