ଅନ୍ତର୍ଜାତୀୟ

ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ...

ଗଣତାନ୍ତ୍ରିକ ଦେଶ ଉପରେ ସଙ୍କଟ, ସତର୍କତା ଜରୁରୀ: ମାକ୍ରୋନଙ୍କ ଚେତାବନୀ…

ଓ୍ବାଶିଂଟନ, ୨୫।୯ : ଆମେରିକା ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତାନ୍ତ୍ରିକ ଦେଶର ସଙ୍କଟ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଥିବା ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ରହିଛି। ମାକ୍ରୋନ କହିଛନ୍ତି ଯେ ବର୍ଷ...

କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ...

ପୁଣି ବିପଦ: ମିଳିଲା କରୋନାର ନୂଆ ଭୂତାଣୁ ଖୋସ୍ତା-୨, ଟିକା ବି କାମଦେବନି…

ଓ୍ବାଶିଂଟନ, ୨୫।୯ : କରୋନା ମହାମାରୀର ସଂକ୍ରମଣ ବର୍ତ୍ତମାନ ପୃଥିବୀର ଅଧିକାଂଶ ସ୍ଥାନରେ ମନ୍ଥର ହୋଇଯାଇଛି। ତେବେ ଏପରିସ୍ଥଳେ, ଆସୁଥିବା ଖବର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହା ଯୋଗୁ ପୁଣି ବିପଦ ମାଡ଼ିଆସୁଛି ନେଇ ଆତଙ୍କ ସୃଷ୍ଟି...

୨୭ ସେପ୍ଟେମ୍ବରରେ ଉଲ୍‌କା ପିଣ୍ଡକୁ ଧକ୍କାଦେଇ ଗତିପଥ ପରିବର୍ତ୍ତନ କରିବ ଡାର୍ଟ, ପ୍ରସାରିତ ହେବ ଲାଇଭ୍‌ ଷ୍ଟ୍ରିମିଂ…

ଓ୍ବାଶିଂଟନ, ୨୫।୯ : ବୈଜ୍ଞାନିକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଉଲ୍‌କା ପିଣ୍ଡ ପୃଥିବୀକୁ ଧକ୍କାଦେଇ ସଙ୍କଟ କରିପାରେ। ଏହି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲ୍‌କା ପିଣ୍ଡ...

ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ସେ କରୋନାଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଆଲବର୍ଟ...

କ୍ରୁରତାର ସୀମା ପାର କରିଛନ୍ତି ରୁଷିଆ ସୈନ୍ୟ, ଛୋଟ ପିଲାଙ୍କୁ ଯୌନ ନିର୍ଯାତନା…

କ୍ୱିଭ୍‌/ମସ୍କୋ, ୨୫।୯ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। କିନ୍ତୁ ଏସବୁ...

ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା : ବାଇଡେନଙ୍କ ପରେ ଏବେ ରୁଷିଆ ଭାରତକୁ କଲା ସମର୍ଥନ…

ମସ୍କୋ,୨୫।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆ ପୁଣି ଥରେ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ସୁରକ୍ଷା...

ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲେ କିମ

ପୋଙ୍ଗୟାଙ୍ଗ,୨୫ ।୯: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ । ସେ ତାଙ୍କର ପୂର୍ବ ଅଭ୍ୟାସକୁ ଛାଡି ପାରୁ ନ ଥିବା ନେଇ ହୋଇଛି ଚର୍ଚ୍ଚା । କାରଣ ରବିବାର ସକାଳେ ପୁଣିଥରେ କିମଙ୍କ...

ରୁଷିଆ ଅଧିନରେ ଥିବା ଅଞ୍ଚଳରେ ଜନମତ ସଂଗ୍ରହ ପାଇଁ ମତଦାନ ବାକ୍ସ ଧରି ଘର ଘର ବୁଲୁଛନ୍ତି ସେନା

କ୍ୱିଭ,୨୫ ।୯: ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷିଆ କବଜା କରି ରଖିଛି ସେସବୁକୁ ନିଜ ଦେଶରେ ସାମିଲ କରିବାକୁ କ୍ରେମଲିନ ଜନମତ ସଂଗ୍ରହ କରୁଛି । ଏହାକୁ ନେଇ ରୁଷିଆ ବଡ ଧରଣର ପ୍ରସ୍ତୁତି କରିଛି । ଏମିତିକି ରୁଷିଆ...

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮୯ ମୃତ, ବହୁ ନିଖୋଜ …

ଦାମାସକସ, ୨୪।୯ : ସିରିଆ ଉପକୂଳରେ ମଝି ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଡଙ୍ଗା ବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୮୯ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ...

‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’

ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର ମୋଟ୍‌ ଅର୍ଥନୀତିର ଏକ ଚତୁର୍ଥାଂଶ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri