ଅନ୍ତର୍ଜାତୀୟ

ଟେସ୍‌ଲା ମାଲିକଙ୍କ ଅଛନ୍ତି ୯ସନ୍ତାନ

ଓ୍ବାଶିଂଟନ୍‌, ୭ା୭: ଟେସ୍‌ଲା ମାଲିକ ଏଲନ୍‌ ମସ୍କ(୫୧) ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ପୂର୍ବରୁ ୭ସନ୍ତାନଙ୍କ ବାପା ବୋଲି ଜଣାପଡ଼ିଥିବା ବେଳେ ଏବେ ତାଙ୍କ ଆଉ ଦୁଇ ଶିଶୁ ରହିଥିବା ଖବର ସାମ୍‌ନାକୁ ଆସିଛି।...

ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ପଡିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍‌ସନ୍‌। କ୍ୟାବିନେଟରୁ ୪୦ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଜନ୍‌ସନ୍‌ଙ୍କ ଇସ୍ତଫା ଦେବା ଏକପ୍ରକାର ସ୍ଥିର ହୋଇଯାଇଥିଲା। ଏଭଳି ସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍‌ ଇସ୍ତଫା ଦେଇଛନ୍ତି।...

ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଇସଲାମାବାଦ,୭ା୭: ପାକିସ୍ତାନରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୭୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କେବଳ ବେଲୁଚିସ୍ତାନରେ ବର୍ଷା ଯୋଗୁ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ବର୍ଷା କାରଣରୁ ମୃତ୍ୟୁ ଏକ ଜାତୀୟ...

ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ବ୍ରାଜିଲ ମଡେଲ୍‌ଙ୍କ ମୃତ୍ୟୁ

କିଭ୍‌,୭।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଠାରୁ ସେନା ଏବଂ ଜଣାଶୁଣା ବ୍ୟକ୍ତି ସାମିଲ ଅଛନ୍ତି। ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ୟୁକ୍ରେନ ସେନାରେ ଯୋଗ...

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ!

ଲଣ୍ଡନ,୭ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାଲାଗି ପ୍ରସ୍ତୁତ ହୋଇଗଲେଣି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ହେଲେ ସେ ଯେପର୍ଯ୍ୟନ୍ତ...

ବାଲିରେ ଜୟଶଙ୍କର-ଓ୍ବାଙ୍ଗ ଭେଟ…

ବାଲି, ୭।୭ : ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ବାଲିରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ତାଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ସୀମା ସ୍ଥିତି,...

ପୁଟିନ୍‌ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର ୟାର୍ସ, ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ…

ମସ୍କୋ/ଓ୍ବାଶିଂଟନ, ୭।୭ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପାପକ୍ଷରେ ଫିନଲାଣ୍ଡ ଏବଂ ସ୍ବିଡେନକୁ ନେଇ ନାଟୋରେ ଚାଲିଥିବା ପ୍ରସଙ୍ଗ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଆମେରିକା, ୟୁରୋପୀୟ ଦେଶ ସମେତ ପୃଥିବୀର ସମସ୍ତ ଦେଶକୁ...

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ। ଏଥିସହ ସେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଅନ୍ତର୍ଜାତୀୟ...

ଦୋନେସ୍କରେ ରୁଷିଆର ଆକ୍ରମଣକୁ ଦେଖି ୩.୫ ଲକ୍ଷ ଲୋକଙ୍କୁ ଅଞ୍ଚଳ ଛାଡିବାକୁ ଦିଆଯାଇଛି ସୂଚନା

କ୍ୱିଭ,୭ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଦେଇ ଗତି କରୁଛି । ଲୁହାନସ୍କ ଉପରେ କବଜା କରିବା ପରେ ଏବେ ରୁଷିଆ ସେନା ୟୁକ୍ରେନର ଦୋନେସ୍କକୁ କବଜାକୁ ଆଣିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଏଠାରେ...

ହଜ ପାଇଁ ବିନା ମାସ୍କରେ ସୌଦି ଅରବ ପହଞ୍ଚୁଛନ୍ତି ମୁସଲମାନ, କରୋନା କଟକଣାରେ ଗତ ମାସରେ ହଟିଥିଲା କିଛି ପ୍ରତିବନ୍ଧକ

ମକ୍କା,୭ ।୭: ହଜ ପାଇଁ ବିଶ୍ୱର ସମସ୍ତ ପ୍ରାନ୍ତରୁ ହଜାର ହଜାର ମୁସଲମାନ ଭକ୍ତ ପବିତ୍ର ସ୍ଥଳ ସୌଦି ଅରବର ମକ୍କାରେ ପହଞ୍ଚୁଛନ୍ତି । କରୋନା ମହାମାରୀ ପରେ ସବୁଠାରୁ ବଡ ହଜ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।...

ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…

ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା ଅଧିକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆୟୁଷ ଉପରେ ସମ୍ପ୍ରତି ଅନୁସନ୍ଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri