ଆଞ୍ଚଳିକ ଖବର

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲା ପ୍ରଶାସନ ସହାୟତାରେ ତାଙ୍କୁ କଟକ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି। ସୋମବାର ରାତିରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା...

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ, ୧୦ ଅଟକ

ନୟାଗଡ ଅଫିସ୍‌/ଓଡ଼ଗାଁ, ୬।୪- ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ସରଣକୁଳ ଥାନା ପୋଲିସ ନରେନ୍ଦ୍ରପୁର ଗ୍ରାମର ୧୦ ଜଣଙ୍କୁ ଅଟକ ରଖିଛି। ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ...

ଝାରସୁଗୁଡାରେ ହେବ ୧୫୦ ଶଯ୍ୟାବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ

ଝାରସୁଗୁଡା ଅଫିସ,୩୧ା୩-ମଙ୍ଗଳବାର ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଲେ ଯେ, ଯେ ରାଜ୍ୟର ସବୁ ଜିଲାରେ କୋଭିଡ୍‌ ହସ୍ପିଟାଲ...

ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି । ସେମାନଙ୍କ ଜୀବନ ଦୁଃଖରେ ବିତୁଛି । ତେବେ ସମ୍ବଲପୁର ରେଳ ଷ୍ଟେଶନ, ବସଷ୍ଟାଣ୍ଡ,...

ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ...

ଲକ୍‌ଡାଉନ୍‌: ଆଗଭଳି ଚାଲିଛି ଶିଳ୍ପସଂସ୍ଥା

ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ ରହିଥିବା ବେଳେ ଏଠାକୁ ଶ୍ରମିକମାନେ ଯା’ଆସ କରୁଛନ୍ତି। ତେବେ ବିଭିନ୍ନ ଶିଳ୍ପ ସଂସ୍ଥାର...

ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ନିୟମଗିରି ଆନ୍ଦୋଳନରେ ସାମିଲ ହୋଇ...

ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା

କୋକସରା,୧୦।୩(ଡି.ଏନ୍‌.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍‌ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ ହତ୍ୟା କରି ଘର ଆଗରେ ଫୋପାଡ଼ି ଦେଇଥିବା ମଙ୍ଗଳବାର ପରିବାର ଲୋକେ ଅଭିଯୋଗ...

ପାନ ଛେପ ପକାଇବା ପଡ଼ିଲା ମହଙ୍ଗା: ୫୦୦ ଜରିମାନା ଗଣିଲେ ବ୍ୟକ୍ତି

ରାଉରକେଲା ଅଫିସ,୨୮।୨: ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭିତରେ ପାନ, ଗୁଟ୍‌ଖା ଖାଇବାକୁ ଶୁକ୍ରବାରଠାରୁ ବାରଣ କରାଯାଇଛି। କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ (ଆର୍‌ଟିଓ )...

ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବନ୍ତଳା,୨୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ଲୁଲୁ ବିଶ୍ୱାଳ (୨୦)...

ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri