ଆଞ୍ଚଳିକ ଖବର

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ

ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ଏମ୍‌ପି...

ଯୋରରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କୁ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଅଭିନବ ପ୍ରୟାସ ଭାବେ ଆୟୋଜିତ ହେଉଥିବା ମୟୂରଭଞ୍ଜ ମହୋତ୍ସବ ଜନମାନସରେ...

ସାପ କାମୁଡ଼ାରେ ନାବାଳିକା ମୃତ

ପାଟପୁର,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରବିବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଭାସ୍କର ବେହେରାଙ୍କ ସାନ ଝିଅ ଟିକିନା ବେହେରା। ଟିକିନା ଶନିବାର ଅପରାହ୍ନରେ ଘର...

ପାରମ୍ପରିକ ବାଦ୍ୟରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ, ୭।୧୧ – ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ବୁଧବାର ଥିଲା ଭସାଣି ଉତ୍ସବ। ଗତ ୨୭ ତାରିଖରୁ ୧୦ ଦିନ ଧରି ପୂଜା ପାଇଆସୁଥିବା ମା’ କାଳୀ ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ...

ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ ପିଲା, ପରିବାର ଛାଡି ରହୁଥିବା ମହିଳା, ପୁରୁଷ, ଅସହାୟା ବୃଦ୍ଧା, ବୃଦ୍ଧଙ୍କ ସହ...

ଗଛରେ ପିଟିହେଲା ଚିପ୍‌ସ ବୋଝେଇ ଟ୍ରକ୍‌

କାମାକ୍ଷାନଗର, ୨୭ା୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ନିକଟରେ ରବିବାର ସକାଳେ ଏକ ଚିପ୍‌ସ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି କଙ୍କଡାହାଡ ଆଡୁ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ଭାଲୁମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ...

ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌, ଖଲାସି ଗୁରୁତର

ଛେଣ୍ଡିପଦା, ୨୭।୧୦(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ୬୩ ନଂ ରାଜ୍ୟ ରାଜପଥର ରାଇଝରଣଠାରେ ରବିବାର ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌ ପଛରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଖଲାସି ଗୁରୁତର ହୋଇଛନ୍ତି। ଗୁରୁତରଙ୍କ...

ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି। ମଣ୍ଡପ ସମ୍ମୁଖରେ...

ପୋଲିସ ହାତରେ ବାଇକ୍‌ ଚୋରି ର଼୍ୟାକେଟ: ୪ ଗିରଫ, ୫ ବାଇକ୍‌ ଜବତ

ଅନୁଗୋଳ ଅଫିସ୍‌/ବଅଁରପାଳ, ୨୭ା୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ପୋଲିସ ରବିବାର ଏକ ବାଇକ୍‌ ଚୋରି ର଼୍ୟାକେଟକୁ ଧରିବାରେ ସଫଳ ହୋଇଛି। ଏହି ର଼୍ୟାକେଟର ୪ ଜଣଙ୍କୁ ଗିରଫ କରାଯିବା ସହ ୫ଟି ବାଇକ୍‌, ୪ଟି ମୋବାଇଲ, ୩ଟି ରେଞ୍ଚି ଜବତ...

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ୧ ନମ୍ବର ୱାର୍ଡରେ ଥିବା ଏହି...

ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର ପାରଳାଖେମୁଣ୍ଡିରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଥିଲା। ଆଶା ଥିଲା ଜନସାଧାରଣଙ୍କ ମୋଟରଯାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri