ମେଟ୍ରୋ

ଓଡ଼ିଶାରେ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ: ଏମାନଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟୀକା ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ବୋଲି ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।...

୨୮୯ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍‌ଅପ୍‌ ସବ୍‌ସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ଏଥିରେ ମୁଖ୍ୟତଃ...

ଲିଙ୍ଗରାଜ ଭଳି ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଅଣାଯାଉ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚିଠି ଲେଖିଛନ୍ତି। ଚିଠିରେ ସମଲେଶ୍ୱରୀ, ବିରଜା, ତାରାତାରିଣୀ ଓ...

୩୦୦କୁ କମିଲା କରୋନା ପଜିଟିଭ୍‌ ସଂଖ୍ୟା , ୪ ମୃତ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୬ ଜଣ...

୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୧୫।୧୨(ବ୍ୟୁରେ): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେବ। ଏ ନେଇ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ଅଧିକ ଖୋଳତାଡ଼ କରିବା ନେଇ କ୍ରାଇମବ୍ରାଞ୍ଚ ସୋମବାର ରିମାଣ୍ଡ ଆବେଦନ କରିଥିଲା।...

ସିବିଆଇ ତଦନ୍ତ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାକୁ ନେଇ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ ଉକ୍ତ...

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

କଟକ ଅଫିସ,୧୫।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ ା ଏହି ମାମଲାର...

ସୁଶାନ୍ତ ଧଳସାମନ୍ତ ଥିବା ଜେଲ ଭିତର ଫଟୋ ଭାଇରାଲ

ବଲାଙ୍ଗୀର ଅଫିସ,୧୫।୧୨: ୨୦୧୮ ମସିହାରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜିଲା ଜେଲରେ ରହିଛନ୍ତି। ଏବେ ସୁଶାନ୍ତ ଥିବା ଜେଲ ଭିତରର ଫଟୋ ଭାଇରାଲ ହେବା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଭାଇରାଲ ହୋଇଥିବା ଫଟୋରେ ଜେଲ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସୋହିନୀ

ଖୋର୍ଦ୍ଧା/ବାଲେଶ୍ୱର ଅଫିସ,୧୫।୧୨: ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ ସେ...

‘ବିଦ୍ୟୁତ୍‌ ଘରୋଇକରଣ ବନ୍ଦ ନ ହେଲେ ଶୁଳ୍କ ବଢ଼ିବ’

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ନେସ୍‌କୋ, ଓ୍ବେସ୍‌କୋ ଏବଂ ସାଉଥ୍‌କୋର ପରିଚାଳନା ଭାର ରିଲାଏନ୍ସ ଏନର୍ଜୀକୁ ଦେଇ ଯେଉଁ କ୍ଷତି ସହିଛନ୍ତି, ତାକୁ ପର୍ଯ୍ୟାୟକ୍ରମେ ଗ୍ରୀଡ୍‌କୋ ଜରିଆରେ ଶୁଳ୍କ ବୃଦ୍ଧି କରି ଗ୍ରାହକଙ୍କଠାରୁ ଆଦାୟ କରିବା ଆରମ୍ଭ କରିଛନ୍ତି। ୨୦୨୦-୨୧...

ଆୟୁର୍ବେଦିକ, ହୋମିଓପାଥିକ୍‌ କଲେଜ ଖୋଲିବାକୁ ଅନୁମତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥିକ୍‌ କଲେଜ ଖୋଲିବା ପାଇଁ ସୋମବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୋମବାର ସ୍ବାସ୍ଥ୍ୟ ଓ...

୧୮ ହଜାର ମନ୍ଦିର ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଶ୍ରୀମନ୍ଦିର ସହ ରାଜ୍ୟରେ ଅନ୍ୟାନ୍ୟ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଗତ ସୋମବାର ନିଷ୍ପତ୍ତି ନିଆଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri