ମେଟ୍ରୋ

ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା, ଶିଳ୍ପ ସଚିବ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ ପୁଣିଥରେ ହାଜର ହୋଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାଯୁକ୍ତ ନିର୍ଦ୍ଦେଶ...

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ରାଜ୍ୟରେ ପୁଣି ୬୬୮ ପଜିଟିଭ୍‌ ଚିହ୍ନଟ, ନୂଆପଡାରୁ ସର୍ବାଧିକ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସହଧର୍ମିଣୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ବିଧାନସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଶୋକ ପ୍ରସ୍ତାବ...

୮ଲକ୍ଷ ୯୬ହଜାର ପଞ୍ଜୀକୃତ ବେକାରି

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢୁଛି। ଦକ୍ଷତା ବିକାଶ ମାଧ୍ୟମରେ ସରକାର ଯେତେ ପ୍ରଚେଷ୍ଟା କଲେ ବି ଓଡ଼ିଶାରୁ ବେକାରି ସମସ୍ୟା ଦୂର ହେଉନି। ୨୦୨୦ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ବେକାରି ଅଛନ୍ତି।...

ନକଲି ଗୁଟ୍‌ଖା କାରଖାନାରେ ଚଢ଼ାଉ

ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍‌ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବତ ହୋଇଥିବା ଟଙ୍କାର ଗୁମର ଫିଟାଇଛି ପୋଲିସ। ନକଲି...

ଜିଲାସ୍ତରରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହା ଉପରେ ରାଜ୍ୟ ସରକାର ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟତଃ ହେଲ୍‌ମେଟ ଚେକିଂ ପ୍ରକ୍ରିୟା ଏବଂ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ...

‘ସୁନ୍ଦରୀ’ ସ୍ଥିତି ଜଣାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସାତକୋଶିଆରେ ଏବେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ସୁନ୍ଦରୀର ଘର ବାହୁଡ଼ା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରୁନି। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଏକ ସଂସ୍ଥା ପକ୍ଷରୁ ଉକ୍ତ...

ଆଜି ପ୍ରକାଶ ପାଇବ ନାକ୍‌ ରିପୋର୍ଟ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା ସୋମବାର ନାକ ରିପୋର୍ଟ ପ୍ରକାଶ ପାଇବ। ରାଜ୍ୟରେ ମୋଟ ୧୧୦୦ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ ୨୮୦ଟି ନାକ୍‌ ସ୍ବୀକୃତିପ୍ରାପ୍ତ ଅଛି। ଉକ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ଏକ ରିପୋର୍ଟ...

୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ଆଜି ସାକ୍ଷାତ୍‌କାର

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଓଡ଼ିଶାରେ ଖାଲି ପଡ଼ିଥିବା ୬ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପୂରଣ ପାଇଁ ସୋମବାର ପ୍ରାର୍ଥୀମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସାକ୍ଷାତ୍‌କାର ନେବେ। ଏଥିପାଇଁ ୧୮ଜଣ ଶର୍ଟ ଲିଷ୍ଟେଡ୍‌ ହୋଇଛନ୍ତି। ସେମାନଙ୍କ...

ଆଜିଠୁ ଟ୍ରକ୍‌ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର, ୨୩ା୧୧ (ବ୍ୟୁରୋ):ନିର୍ମାଣ କାର୍ଯ୍ୟ ଲାଗି ବାଲି, ଗୋଡ଼ି, ମୋରମ, ପଥର ଇତ୍ୟାଦି ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ମାଲ ପରିବହନ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବହନରେ ନିୟୋଜିତ ଗାଡ଼ି, ମାଲିକ ଓ ଚାଳକଙ୍କ ଉତ୍ସର୍ଗୀକୃତ ସେବା ତାତ୍ପର୍ଯ୍ୟପୂର୍ଣ୍ଣ।...

ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜାନୁୟାରୀ ୧ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଏହି ପରୀକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri