ମେଟ୍ରୋ

ଆଜି ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୦ ଟପିଲା

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ...

CORONAVIRUS UPDATE: ରାଜ୍ୟରେ ଆଜି ୩୩୨୬ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩୩୨୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୯୪୫...

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ...

ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୧୯

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ...

ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ଶନିବାର ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚି ପ୍ଲାଜମା ଦାନ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବେ ବୋଲି ପୂର୍ବରୁ ଧର୍ମେନ୍ଦ୍ର...

ଟୁଇନ୍‌ ସିଟିରେ ଲଗାଣ ବର୍ଷା: ଆହୁରି ବର୍ଷିବା ନେଇ ସୂଚନା

ଭୁବନେଶ୍ୱର,୩।୧୦(ବ୍ୟୁରୋ): କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି। ଏହା ୨ ରୁ ୩ ଘଣ୍ଟା ଧରି ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ...

ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ ବାସଭବନରେ ଶୁକ୍ରବାର ରାତି୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ...

ବିଜେଡି ସଚେତନତା ଯାତ୍ରାକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର, ୩।୧୦(ବ୍ୟୁରୋ):  ବିଜେଡି ପକ୍ଷରୁ ଶୁକ୍ରବାର ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀଠାରୁ ମାସେବ୍ୟାପୀ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ଗାଁକୁ ଯାଇ ଲୋକମାନଙ୍କୁ କରୋନା ସଚେତନତା ସମ୍ପର୍କରେ ବାର୍ତ୍ତା ଦେବା ସହିତ ମାସ୍କ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ...

ଅଧା କର୍ମଚାରୀରେ ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟରେ ଏବେ ଅପରାଧ ବଢ଼ି ଚାଲିଛି। କିନ୍ତୁ ତଦନ୍ତରେ ବୈଜ୍ଞାନିକ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିବାରୁ ଅଧିକାଂଶ ମାମଲାରେ ଅପରାଧୀଙ୍କ ସୁରାକ ପାଇପାରୁନି ପୋଲିସ। ତେବେ ପୋଲିସକୁ ଅପରାଧୀଙ୍କ ସମ୍ପର୍କରେ ସୁରାକ ଦେଇଥାଏ...

ଯାନବାହନ ବିକ୍ରି ୨୨ % ବଢ଼ିଲା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଯାନବାହନ ବିକ୍ରି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଯାନ ବିକ୍ରି ହୋଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,...

ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୫ବର୍ଷ କାମ କରୁଥିବା ସମୟରେ ବାଘର ବାସସ୍ଥାନ ସୁରକ୍ଷା, ମହାନଦୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri