ମେଟ୍ରୋ

CORONAVIRUS UPDATE: ରାଜ୍ୟରେ ୩୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୩୮୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩ା୮(ବ୍ୟୁରୋ) : ସୋମବାର ୨୬ଟି ଜିଲାରୁ ୧୩୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ...

ରାଜଧାନୀରେ ଖୋଲିଲା ଶପିଂ ମଲ୍‌: ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜଧାନୀରେ ଖୋଲିଲା ଶପିଂ ମଲ୍‌। ରବିବାର ଲକ୍‌ଡାଉନ୍‌ ସତ୍ତ୍ୱେ ପୂର୍ବାହ୍ନରୁ ଅପରାହ୍ନ ୧ଟା ଯାଏ ମଲ୍‌ ଖୋଲିଛି। ପ୍ରଥମ ଦିନରେ ମଲ୍‌ରେ ପୂର୍ବପେକ୍ଷା ଭିଡ଼ କମ୍‌ ରହିଥିଲା। ପ୍ରାୟ ୫ ମାସ ପରେ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିବା...

ପୋଲିସ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଛି ଜରିମାନା ଟଙ୍କା

ଭୁବନେଶ୍ୱର,୩ା୮(ବ୍ୟୁରୋ): କରୋନା ସଂକଟବେଳେ ରାଜଧାନୀରେ ଲୁଟେରାଙ୍କ ସହ ଖାକି ଉତ୍ପାତ ବଢ଼ି ଚାଲିଛି। ପୋଲିସ କଡ଼ାକଡ଼ି ଯାଞ୍ଚ ଆଳରେ ଉଲ୍ଲଂଘନକାରୀଙ୍କଠାରୁ ଟଙ୍କା ଲୁଟୁଛି। ଜରିମାନା ଟଙ୍କା ରାଜକୋଷକୁ ନ ଯାଇ କିଛି କିଛି ପୋଲିସ କର୍ମଚାରୀଙ୍କ ପକେଟ ଓ ବ୍ୟକ୍ତିଗତ...

ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇପାରି ନାହାନ୍ତି ସେମାନେ ତାଙ୍କ ଫସଲ ଲାଗି ଏହି ସମୟ...

ଲଘୁଚାପ ବର୍ଷା ଆଶ୍ୱସ୍ତି ଦେବ

ଭୁବନେଶ୍ୱର,୩।୮(ବ୍ୟୁରୋ): ଶ୍ରାବଣରେ ମୌସୁମୀ ଯେପରି ଉଭାନ ହୋଇଯାଇଛି। ଟାଇଁ ଟାଇଁ ଖରାରେ କ୍ଷେତ ଫାଟି ଆଁ କରିଛି। କେନାଲରେ ପାଣି ନ ଥିବାବେଳେ ଠିକ୍‌ ସମୟରେ ସରକାରଙ୍କ ଜଳସେଚନ ବ୍ୟବସ୍ଥା ଫେଲ୍‌ ମାରିଛି। ଫଳରେ ରାଜ୍ୟର ଲକ୍ଷଲକ୍ଷ ଚାଷୀ ଏବେ...

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଂଜାମରୁ ୪୩, ସୁନ୍ଦରଗଡ଼ରୁ ୩୨,...

ଖୁବ୍‌ଶୀଘ୍ର ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨।୮(ବ୍ୟୁରୋ)- ରାଜ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇସାରିଛି। ତେଣୁ ଯୁକ୍ତ୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇଦିନ ଭିତରେ ଯୁକ୍ତ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ଅମିତ ଶାହାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ)-କରୋନାରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ହସ୍ପିଟାଲରେ ଭର୍ତ୍ତି ହେବା ଖବର ଜାଣି ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ...

ଭୁବନେଶ୍ୱରରେ ଆଉ ୧୧୮ କରୋନା ପଜିଟିଭ

ଭୁବନେଶ୍ୱର,୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ। ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ ୨, ଅଶୋକ ନଗରରୁ ଜଣେ,...

ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି(ମଧୁମେହରେ ପୀଡ଼ିତ), ଗଞ୍ଜାମର ୫୭ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୭୮ ବର୍ଷୀୟ ବୃଦ୍ଧା(ଅନ୍ୟାନ୍ୟ...

ଅଗଷ୍ଟ ଆରମ୍ଭରୁ ଡରାଇଲାଣି କରୋନା: ଆଜି ୨୯ ଜିଲାରୁ ଚିହ୍ନଟ ହେଲେ ୧୪୩୪ ଆକ୍ରାନ୍ତ; ମୋଟ ସଂଖ୍ୟା ୩୪ ହଜାର ଟପିଲା

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮୯ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୫୪୫ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା...

ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri