ମେଟ୍ରୋ

ମଧୁବାବୁ ପେନ୍‌ସନରେ ମିଳିବ ଆଉ ୧ ହଜାର ଟଙ୍କା: ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର, ୩।୭(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ। ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏ ନେଇ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଆଶୋକ ପଣ୍ଡା ଶୁକ୍ରବାର ସୂଚନା...

CORONAVIRUS UPDATE : ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ, ୨୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯ରେ ପହଞ୍ଚିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ

ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ...

CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୨୫ ଜଣ କ୍ୱାରାଣ୍ଟାଇନ୍‌...

ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ...

ଡିସେମ୍ବର ସୁଦ୍ଧା ଟ୍ବିନ୍‌ସିଟିରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର,୩।୭(ବ୍ୟୁରୋ): କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍‌ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍‌ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା...

ରାଜ୍ୟ ବନ୍ଦରରୁ ବିଦେଶକୁ ମାଛ ରପ୍ତାନି ଯୋଜନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଥିବା ବନ୍ଦର ବାଟ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନି କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ...

ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଭବନକୁ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ମଧ୍ୟରେ ୩ଗୁଣ ବୃଦ୍ଧି ପାଇ ପାଖାପାଖି ୮ ହଜାରରେ ପହଞ୍ଚିଲାଣି। ସରକାରୀ କାର୍ଯ୍ୟାଳୟରେ ଯେପରି ସଂକ୍ରମଣ ନ ପହଞ୍ଚିବ ସେଥିପାଇଁ ସରକାର ଅଧିକ ଯତ୍ନବାନ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

୧୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୭(ବ୍ୟୁରୋ): ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୩.୬ କି.ମି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତର ପ୍ରଦେଶ ଉତ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରି...

୭ ଜିଲାକୁ ସୁନାମି ଭୟ

ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରିବା ମୁସ୍କିଲ। ତେବେ ଏହି ବିପଦରୁ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ରକ୍ଷା...

ରାଜଧାନୀରେ ମାତିଲେ ଲୁଟେରା: ଇନ୍ସପେକ୍ଟରଙ୍କଠାରୁ ଝାମ୍ପିନେଲେ ମୋବାଇଲ୍‌

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରା ମାତିଛନ୍ତି। ନୟାପଲ୍ଲୀ ଓ ଖାରବେଳନଗର ଥାନା ଅଞ୍ଚଳରୁ ଲଗାତର ଦୁଇଜଣ ମହିଳା ଲୁଟ୍‌ର ଶିକାର ହୋଇଥିବାବେଳେ ବୁଧବାର ଲୁଟେରାଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ପୋଲିସ ଇନ୍ସପେକ୍ଟର। ସେ ହେଲେ କମିଶନରେଟ ପୋଲିସର ସିକ୍ୟୁରିଟି...

ରାଜଧାନୀରେ ଖୋଲିବ ମଲ

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଆଗକୁ ଖୋଲିପାରେ ଶପିଂ ମଲ ଓ ମଲ୍ଟିପ୍ଲେକ୍ସ। ଏନେଇ ସମ୍ପୃକ୍ତ ମାଲିକଙ୍କ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡିଛି। ମଲ୍ଟି ବ୍ରାଣ୍ଡ୍‌ ମଲ ଖୋଲିବା ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri