ମେଟ୍ରୋ

ଡରାଇଲାଣି କରୋନା: ରାଜଧାନୀରେ ଚିହ୍ନଟ ହେଲେ ୨୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୨୦ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତ ଥିବା ବେଳେ ୪ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ବିଏମ୍‌ସି ପକ୍ଷରୁ ଅପରାହ୍ନରେ...

ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩ା୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ଼-୧୯ ମହାମାରୀ ପରିସ୍ଥିତିର ମୁକାବିଲା...

୧୩ ହଜାର ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟର ଆଦିମ ଜନଜାତିଙ୍କ ଜୀବନ ଜୀବିକାର ବିକାଶ ଲାଗି କାର୍ଯ୍ୟ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌...

କିନ୍ନରଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୩।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା...

ମଧୁବାବୁ ପେନ୍‌ସନରେ ମିଳିବ ଆଉ ୧ ହଜାର ଟଙ୍କା: ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର, ୩।୭(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ। ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏ ନେଇ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଆଶୋକ ପଣ୍ଡା ଶୁକ୍ରବାର ସୂଚନା...

CORONAVIRUS UPDATE : ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ, ୨୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯ରେ ପହଞ୍ଚିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ

ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ...

CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୨୫ ଜଣ କ୍ୱାରାଣ୍ଟାଇନ୍‌...

ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ...

ଡିସେମ୍ବର ସୁଦ୍ଧା ଟ୍ବିନ୍‌ସିଟିରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର,୩।୭(ବ୍ୟୁରୋ): କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍‌ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍‌ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା...

ରାଜ୍ୟ ବନ୍ଦରରୁ ବିଦେଶକୁ ମାଛ ରପ୍ତାନି ଯୋଜନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଥିବା ବନ୍ଦର ବାଟ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନି କରିବା ପାଇଁ ଯୋଜନା କରାଯାଉଛି। ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ...

ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଭବନକୁ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ମଧ୍ୟରେ ୩ଗୁଣ ବୃଦ୍ଧି ପାଇ ପାଖାପାଖି ୮ ହଜାରରେ ପହଞ୍ଚିଲାଣି। ସରକାରୀ କାର୍ଯ୍ୟାଳୟରେ ଯେପରି ସଂକ୍ରମଣ ନ ପହଞ୍ଚିବ ସେଥିପାଇଁ ସରକାର ଅଧିକ ଯତ୍ନବାନ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri