ମେଟ୍ରୋ

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ:୧୬ ବିଭାଗରେ ନିଯୁକ୍ତ ହେବେ ୨୮୯ ଅଧ୍ୟାପକ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ଶନ୍‌ ବୋର୍ଡକୁ ୮୩୩ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ...

ଅକାମୀ ହେବନି ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):୧୫ ବର୍ଷିଆ ପୁରୁଣା ଗାଡି ଅକାମୀ ହୋଇଯିବ। ସେସବୁ ଗାଡିକୁ ରାସ୍ତାରୁ ହଟାଇ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ନିୟମ ହୋଇ ନାହିଁ। ରାଜ୍ୟ ପରିବହନ...

ବାୟୁ ପ୍ରଦୂଷଣ: ୧୭ ସହର ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୧୭ ସହର ବାୟୁର ମାନ ପରୀକ୍ଷଣ କରାଯାଇଥାଏ। ଚଳିତ ଅକ୍ଟୋବର ଶେଷ ସୁଦ୍ଧା ମାନ ପରୀକ୍ଷା ସମ୍ବଦ୍ଧିତ ତଥ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ ଏହି...

ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ଜୁଲାଇ ୧୪ ତାରିଖରେ ଗଣାହୋଇଥିଲା। ସେହି ସମୟର ଗଣନାନୁଯାୟୀ, ଭଣ୍ଡାର ଘରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ୧୨,୮୩୪ ଭରି ୧୩/୪ ଅଣା(ମୂଲ୍ୟବାନ ପଥର...

କାମ୍ପା ଫଣ୍ଡରେ ଓଡ଼ିଶାକୁ ମିଳିଲା ୫୯୩୩ କୋଟି

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ(କାମ୍ପା)ରେ ୨୦୦୬-୦୭ରୁ ୨୦୧୯ ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପାଇଛନ୍ତି। ଯୋଜନା କାର୍ଯ୍ୟକାରୀ ହେବାଠାରୁ ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ...

୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ବାଲୁକାକଳାରେ ଶହୀଦଙ୍କୁ ମନେପକାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ୨୦୦୮ ନଭେମ୍ବର ୨୬ରେ ବମ୍ବେରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୧୧ବର୍ଷ। ଏହି ଅବସରରେ ହିରୋମାନଙ୍କୁ ମନେପକାଇ ବାଲୁକାଶିଳ୍ପୀ ସୁଦର୍ଶନ ପୁରୀ ବେଳାଭୂମିରେ ଏକ ବାର୍ତ୍ତା ଦେଇଛନ୍ତି। ୨୬/୧୧ ଆକ୍ରମଣ ଅଭୂଲା ବୋଲି ସେ କହିବା...

ବାଲୁକାକଳାରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଆଜି ୭୦ତମ ସମ୍ବିଧାନ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ରତା,ସମାନତା ଏବଂ ଭାତୃତ୍ୱ ସମ୍ବିଧାନର ତିନୋଟି ସ୍ତମ୍ଭ ବୋଲି ସେ ଅବିହୀତ କରିଛନ୍ତି। ପ୍ରକାଶଯୋଗ୍ୟ,...

୧୦୦ କୋଟି ତ ପଛ କଥା, ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି: ମହାରଥୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ଅଭିଯୋଗ କରିବାକୁ ନେଇ ମନ୍ତ୍ରୀ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ଖଣ୍ଡନ କରିବା...

ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ନରସିଂହ: କହିବାକୁ ନ ଦେବାରୁ ବିରୋଧୀଙ୍କ ହଟ୍ଟଗୋଳ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମହାନଦୀ ଜଳବିବାଦ ପ୍ରସଙ୍ଗ ଶାନ୍ତ ପଡ଼ିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି ଯେ, ଗତ ନିର୍ବାଚନ ପରେ...

ଜଗତସିଂହପୁର ଦଳିତ ଯୁବତୀ ଆତ୍ମହତ୍ୟା ପ୍ରସଙ୍ଗ: ଆପତ୍ତିଜନକ ଫଟୋ ଓ ପ୍ରମାଣ ପତ୍ର ଜବତ କଲା ପୋଲିସ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ):ଜଗତସିଂହପୁର ଜିଲାରେ ଦଳିତ ଯୁବତୀ ଆତ୍ମହତ୍ୟାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଜଗତସିଂହପୁର ଜିଲାର ନୂଆଗାଁ ଥାନା ଅଧୀନ ତେନ୍ତୁଇ ଗ୍ରାମରେ ଜଣେ...

ବିଧାନସଭା ବନ୍ଦ ଆଶଙ୍କା କରି ସ୍ପଷ୍ଟୀକରଣ ଲୋଡିଲେ ବିରୋଧୀ ଦଳର ନେତା

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ନଭେମ୍ବର ୧୩ ତାରିଖରୁ ଷୋଡଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଇତିମଧ୍ୟରେ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ମଧ୍ୟ ଗୃହିତ ହୋଇସାରିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଚଳିତ ଅଧିବେଶନକୁ ସରକାର ବନ୍ଦ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ ବଡ ଗ୍ରାମକୁ ମଧ୍ୟ ଉକ୍ତ ଯୋଜନାରେ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଜନସାଧାରଣ ଯିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri